ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଅପରେସନ ସିନ୍ଦୂର ନେଇ ଭୁବନେଶ୍ଵରରେ ପରାକ୍ରମ ଶୋଭାଯାତ୍ରା। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି। ଭାରତୀୟ ସେନାର ପରାକ୍ରମକୁ ସମ୍ମାନ ଜଣାଇବା ନିମନ୍ତେ ପରାକ୍ରମ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏହି ଅବସରେରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,‘ଶତ୍ରୁଙ୍କୁ ମୁହଁତୋଡ଼ ଜବାବ ଦେବାକୁ ଆମ ସୈନ୍ୟବାହିନୀ ସବୁବେଳେ ପ୍ରସ୍ତୁତ । ତ୍ରିରଙ୍ଗା ପ୍ରତି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବ। ଏହାର ସମ୍ମାନ ରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡା ଓ ଅନ୍ୟମନ୍ତ୍ରୀ ଉପସ୍ଥିତ ଥିଲେ।





