ଓଡ଼ଗାଁ,(ବାଘୁଆବାର୍ତ୍ତା): ମହିଳାଙ୍କ ବିକାଶରେ ସମାଜର ଉନ୍ନତି । ମହିଳାଙ୍କ ସଶକ୍ତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗ୍ରାଧିକାର ଦେଉଥିବା ବେଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ମାଧ୍ୟମରେ ରାଜ୍ୟ ସରକାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ଦିଗରେ କାର୍ୟ୍ୟ କରୁଛନ୍ତି । ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ ମହିଳା ଏସଏଚଜିକୁ ସହାୟତାର ହାତ ବଢ଼ାଇବାକୁ ଆଗେଇ ଆସିଛି ଇନ୍ଦିରାଗାନ୍ଧୀ ସ୍ୱୟଂ ସହାୟକ ଗୋଷ୍ଠୀ କୋମଣ୍ଡ । ଏହି ପରିପ୍ରେକ୍ଷୀରେ କୋମଣ୍ଡ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଆତ୍ମନିର୍ଭରଶୀଳ ଏବଂ ରୋଜଗାରକ୍ଷମ କରାଇବା ଉଦ୍ଦେଶ୍ୟରେ ଏକ”ପେପରପ୍ଲେଟ ମେସିନ ବ୍ଲକ ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ,ବିଭୁପ୍ରସାଦ ସାହୁ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। ଆଗାମୀଦିନରେ ପେପର ଠୁଙ୍ଗା ତିଆରି କରି ପରିବେଶ ପ୍ରଦୂଷଣରୁ ରକ୍ଷା କରିବା ନିମନ୍ତେ ଯୋଜନା ରହିଛି ବୋଲି ସଭ୍ୟ ନିବେଦିତା ଦାସ କହିଛନ୍ତି ।





