Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ପୌରପରିଷଦରେ ବଡ଼ଖାନା କାର୍ଯ୍ୟକ୍ରମ

by ସଞ୍ଜୟ ସ୍ୱାଇଁ
February 25, 2021
in Feature News
ନୟାଗଡ଼ ପୌରପରିଷଦରେ ବଡ଼ଖାନା କାର୍ଯ୍ୟକ୍ରମ
330
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପୌରପରିଷଦ ପକ୍ଷରୁ ଆଜି ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ପରିସରରେ ବଡ଼ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ପୌରପରିଷଦର ପ୍ରଶାସକ ଡା. ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନୟାଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଅଧ୍ୟକ୍ଷତା ଆୟୋଜିତ ହୋଇଥିବା ‘ବଡ଼ଖାନା’ ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ନୟାଗଡ଼ ତହସିଲଦାର ଭିକାରୀ ଚନ୍ଦ୍ର ସାହୁ ସମ୍ମାନୀତ ଅତିଥିଭାବେ ଯୋଗେଦଇ ଆତ୍ମସମ୍ମାନ ଓ ସଂହତି ରକ୍ଷା ଦିଗରେ ନୟାଗଡ଼ ପୌରପରିଷଦ କାର୍ଯ୍ୟ କରୁଥିବାରୁ ସଫେଇ କର୍ମଚାରୀ ଅଧିକ ଉତ୍ସାହିତ ହେବେ ବୋଲି ମତବ୍ୟକ୍ତ ରଖିଥିଲେ । ପରିମଳ କର୍ମଚାରୀ ଓ ସହଯୋଗୀ କର୍ମଚାରୀଙ୍କ ଅବଦାନକୁ ଜିଲ୍ଲାପାଳ ପ୍ରଶଂସା କରିବା ସହ ନବନିର୍ମିତ ବର୍ଜୀବସ୍ତୁ ପୃଥିକୀକରଣ କେନ୍ଦ୍ର ଓ ଜୈବିକ ଖତ ପ୍ରସ୍ତୁତ କେନ୍ଦ୍ରରେ କାର୍ଯ୍ୟ କରିବାକୁ ଚୟନ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଜିଲ୍ଲାପାଳ କରିଥିବା ଚୁକ୍ତିନାମା ଆଜି କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଛି । ସଂପୃକ୍ତ ମହିଳା ଗୋଷ୍ଠୀଙ୍କୁ ନିର୍ଦ୍ଧାରିତ ସମପୋଷାକ ଓ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ପ୍ରଦାନ କରାଯାଇଥିଲା । ଏହା ସହିତ ୩୦ଜଣ ସଫେଇ କର୍ମଚାରୀ ଓ ସ୍ୱଚ୍ଛସାଥି ଏବଂ ସ୍ୱଚ୍ଛ ସୁପରଭାଇଜରଙ୍କ ପ୍ରଶଂସା ପତ୍ର ବଣ୍ଟନ କରାଯାଇଥିଲା । ସେହିପରି ୧୩ଟି ପରିବାରକୁ ‘ସ୍ୱଚ୍ଛଗୃହ’ ସମ୍ମାନରେ ସମର୍ଦ୍ଧିତ କରାଯାଇଥିଲା । ସ୍ୱଚ୍ଛ ଭାରତ ମିଶନ ଯୋଜନା ଓ ଗୃହନିର୍ମାଣ, ନଗର ଉନ୍ନୟନ ବିଭାଗ ତରଫରୁ ଏହାର ଆୟୋଜନ କରାଯାଇଥିଲା । ପରିମଳ ବିଶେଷଜ୍ଞ ବିବେକାନନ୍ଦ ପ୍ରଧାନ, ଧିରେନ୍ଦ୍ର କୁମାର ପରିଚାଳନା କରିଥିବା ବେଳେ ନୋଡାଲ ଅଫିସର ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!