ଓଡ଼ଗାଁ, (ବାଘୁଆବାର୍ତ୍ତା):ଓଡ଼ଗାଁ ତହସିଲ ଅନ୍ତର୍ଗତ ପନ୍ତିଖାରି ପଞ୍ଚାୟତର ପନ୍ତିଖାରି ଗ୍ରାମରେ ସରକାରୀ ଜମି(ଗୋଚର)କୁ ସେହି ଗାଁର ଅଲେଖ ପାତ୍ର,ବିଭୁ ପାତ୍ର,ଦୁତି ପାତ୍ର ଓ ଦୟାନିଧି ଦାସ ବହୁବର୍ଷଧରି ଦଖଲ କରିବା ସହିତ ଗାଇଗୁହାଳ ନିର୍ମାଣକରି ସେଠାରେ ରହି ଆସୁଥିଲେ।ପ୍ରଶାସନ ପକ୍ଷରୁ ସେମାନଙ୍କୁ ଦଖଲଜମି ଛାଡିବାପାଇଁ ନୋଟିସ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ।ତେଣୁ ଆଜି ପ୍ରଶାସନ ପକ୍ଷରୁ ଏହିଜମିକୁ ଉଚ୍ଛେଦ କରାଯାଇଛି।ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ,ରାଜସ୍ୱ ପରିଦର୍ଶକ ବିରଞ୍ଚି ନାରାୟଣ ମାଝୀ,ଓଡ଼ଗାଁ ରାଜସ୍ୱ ନିରୀକ୍ଷକ ବଳରାମ ସାହୁ,କୋମଣ୍ଡ ରାଜସ୍ୱ ନିରୀକ୍ଷକ ସୁଧୀର କୁମାର ପରିଡା ପ୍ରମୁଖ ଉଚ୍ଛେଦ ପ୍ରକ୍ରିୟାରେ ସାମିଲ ଥିଲେ । ଶୃଙ୍ଖଳାଗତ କାର୍ୟ୍ୟପାଇଁ ଆଦର୍ଶ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟକ୍ଷୟତଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।





