Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଞ୍ଜଶିରରେ ୭୦୦ରୁ ଅଧିକ ତାଲିବାନୀ ବିଦ୍ରୋହୀ ଗୋଷ୍ଠୀ ନିପାତ ହୋଇଥିବା ବେଳେ ୬୦୦ରୁ ଅଧିକ ତାଲିବାନୀ ଆତ୍ମସମର୍ପଣ କରିଥିବା ସୂଚନା

by ସଞ୍ଜୟ ସ୍ୱାଇଁ
September 5, 2021
in WORLD
ପଞ୍ଜଶିରରେ ୭୦୦ରୁ ଅଧିକ ତାଲିବାନୀ ବିଦ୍ରୋହୀ ଗୋଷ୍ଠୀ ନିପାତ ହୋଇଥିବା ବେଳେ ୬୦୦ରୁ ଅଧିକ ତାଲିବାନୀ ଆତ୍ମସମର୍ପଣ କରିଥିବା ସୂଚନା
68
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ବିଦ୍ରୋହୀ ଆଗରେ ମାଟି କାମୁଡିଲା ତାଲିବାନୀ। ପଞ୍ଜଶିରରେ ଅମରୁଲ୍ଲା ସାଲେହ ଏବଂ ଅହମ୍ମଦ ମାସୁଦକୁ କଏଦ କରିବାକୁ ଯାଇ ଫସିଗଲେ ତାଲିବାନୀ। ପାଖାପାଖି ୭୦୦ରୁ ଅଧିକ ତାଲିବାନୀ ବିଦ୍ରୋହୀ ଗୋଷ୍ଠୀ (ନର୍ଦ୍ଦେନ ଆଲିଆନ୍ସ)ଙ୍କ ଦ୍ୱାରା ନିପାତ ହୋଇଥିବା ବେଳେ ୬୦୦ରୁ ଅଧିକ ତାଲିବାନୀ ଆତ୍ମସମର୍ପଣ କରିଥିବା ସୂଚନା ରହିଛି। ଏ ନେଇ ବିଦ୍ରୋହୀ ଗୋଷ୍ଠୀ ନର୍ଦ୍ଦେନ ଆଲିଆନ୍ସ ସୂଚନା ଦେଇଛି। ଏହାପୂର୍ବରୁ ପଞ୍ଜଶିର ନେତା ଅହମ୍ମଦ ମାସୁଦ କହିଥିଲେ ଯେ ମରିଯିବୁ ପଛେ ତାଲିବାନୀଙ୍କ ପାଖରେ ଆତ୍ମସମର୍ପଣ କରିବ ନାହିଁ। ପଞ୍ଜଶିରରେ ତାଲିବାନର ବିଦ୍ରୋହୀ ଗୋଷ୍ଠୀ ସୋଶାଲ ମିଡିଆର ଏକ ପୋଷ୍ଟ ଅନୁଯାୟୀ ତାଲିବାନ ସୈନ୍ୟମାନେ ବହୁ କ୍ଷତି ସହିବା ପରେ ପଞ୍ଜଶିର ଛାଡି ପଳାଉଛନ୍ତି। ଅହମ୍ମଦ ମାସୁଦ ଏକ ଅଡିଓ ଜରିଆରେ ନିଜର ବାର୍ତ୍ତା ପଠାଇଛନ୍ତି ଯେଉଁଥିରେ ସେ କହିଛନ୍ତି, ୭୦୦ ରୁ ଅଧିକ ତାଲିବାନୀଙ୍କର ମୃତ୍ୟୁ ଘଟିଛି ଏବଂ ୬୦୦ରୁ ଅଧିକ ଆତ୍ମସମର୍ପଣ କରିବା ପରେ ଅଟକ ରଖାଯାଇ କାରାଗାରରେ ରଖାଯାଇଛି। ମାସୁଦ ଏହି ବାର୍ତ୍ତା ଜରିଆରେ କହିଛନ୍ତି, ଆମେ ଏବେ ବି ଆଗରେ ରହିଛୁ। ସବୁକିଛି ଯୋଜନା ମୁତାବିକ ହେଉଛି। ଆମେ ସମଗ୍ର ପ୍ରାନ୍ତକୁ ନିୟନ୍ତ୍ରଣରେ ରଖିଛୁ। ଶନିବାର ଅହମ୍ମଦ ମାସୁଦ କହିଛନ୍ତି ଯେ ସେ ନ୍ୟାୟ ଏବଂ ସ୍ୱାଧୀନତା ପାଇଁ ନିଜର ସଂଗ୍ରାମ କେବେ ହେଲେ ବନ୍ଦ କରିବେ ନାହିଁ। ସେ କହିଛନ୍ତି ଯେ ପଞ୍ଜଶିରରେ ତାଲିବାନକୁ ବିରୋଧ ଏବଂ ଆଫଗାନିସ୍ତାନରେ ମହିଳା ମାନେ ନିଜର ଅଧିକାର ପାଇଁ ପ୍ରଦର୍ଶନ ସୂଚାଉଛି ଯେ ଆଫଗାନିସ୍ତାନବାସୀ ସେମାନଙ୍କର ଅଧିକାର ପାଇଁ କେବେ ସ୍ୱର ନରମ କରିବେ ନାହିଁ। ତାଲିବାନ ଅଗଷ୍ଟ ୧୫ରେ କାବୁଲକୁ କବଜା କରିବା ପରେ ଦ୍ୱିତୀୟ ଥର ପାଇଁ କାବୁଲରେ ନୂଆ ସରକାର ଗଠନ ଘୋଷଣାକୁ ସ୍ଥଗିତ ରଖିଛି। ନୂଆ ସରକାର ଏବଂ କ୍ୟାବିନେଟ୍ ସଦସ୍ୟଙ୍କ ବିଷୟରେ ଆସନ୍ତା ସପ୍ତାହରେ ଘୋଷଣା କରାଯିବ ବୋଲି ସୂଚନା ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!