Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଞ୍ଜଶୀର ଭିତରକୁ ପସିପାରୁନି ତାଲିବାନ, ଲଢ଼େଇରେ ୩୪ ତାଲିବାନଙ୍କର ମୃତ୍ୟୁ ଓ ୬୫ ଜଣ ଆହତ

by ସଞ୍ଜୟ ସ୍ୱାଇଁ
September 1, 2021
in WORLD
ପଞ୍ଜଶୀର ଭିତରକୁ ପସିପାରୁନି ତାଲିବାନ, ଲଢ଼େଇରେ ୩୪ ତାଲିବାନଙ୍କର ମୃତ୍ୟୁ ଓ ୬୫ ଜଣ ଆହତ
101
VIEWS
Share on FacebookShare on Twitter

କାବୁଲ୍‌, (ବାଘୁଆବାର୍ତ୍ତା): ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ଏବେ ତାଲିବାନ୍‌ର ଆଖି ଅଭେଦ୍ୟ ଗଡ଼ ପଞ୍ଜଶୀର ଉପରେ । ବାରମ୍ୱାର ଆକ୍ରମଣ କରି ଏହି ଗଡ଼କୁ ଅକ୍ତିଆର କରିବାକୁ ଲାଗିପଡ଼ିଥିବା ଆତଙ୍କୀ ସଂଗଠନ ତାଲିବାନ୍‌ ଏବେ ଆହୁରି ଜୋରଦାର୍‌ ଆକ୍ରମଣ କରିବା ନେଇ ଆହ୍ୱାନ ଦେଇଛି । ଯାହାକୁ କି ପଞ୍ଜଶିରକୁ ରକ୍ଷା କରି ଆସୁଥିବା ନର୍ଦନ ଆଲିୟାନ୍ସ ପ୍ରତିରୋଧ କରିବାକୁ ଦୃଢ଼ ସକ୍ଷମ ଥିବା କହିଛି । ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଉତ୍ତରରେ ପ୍ରାୟ ୮୦ କିଲୋମିଟର ଗଲା ପରେ ଆରମ୍ଭ ହୋଉଥିବା ବରଫର ପାହାଡ଼ ଅଞ୍ଚଳ ତାଲିବାନ ବିରୋଧୀ ବାହିନୀର କେନ୍ଦ୍ର ସ୍ଥଳୀ । ଏହି ଦୁର୍ଗମ ପର୍ବତ ଉପତ୍ୟକା ପଞ୍ଜଶିର ବାସୀଙ୍କୁ ତାଲିବାନ ବିରୋଧରେ ଲଢ଼ିବା ପାଇଁ ବହୁତ ସହାୟକ ହୋଇଥାଏ । ତାଲିବାନ ବିରୋଧୀ ମିଲିସିଆ ଯୋଦ୍ଧା ଏବଂ ଆଫଗାନିସ୍ତାନର ପୂର୍ବତନ ସୁରକ୍ଷା ବାହିନୀକୁ ନେଇ ଗଠିତ ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ (ଏନଆରଏଫ) ଏହି ଗଡ଼କୁ ରକ୍ଷା କରିବାକୁ ଶପଥ ନେଇଛନ୍ତି । ଇସଲାମବାଦୀ ଗୋଷ୍ଠୀ ତଥା ତାଲିବାନ୍‌ ଏହି ଅଞ୍ଚଳକୁ ଘେରି ରହିବାକୁ ଆତଙ୍କବାଦୀଙ୍କୁ ପଠାଇବାରେ ଲାଗିଥିବା ବେଳେ ଏହାକୁ ପ୍ରତିହତ କରି ଉଚିତ୍‌ ଜବାବ ଦେଉଛି ଏନ୍‌ଆର୍‌ଏଫ୍‌। ତାଲିବାନର ବରିଷ୍ଠ ଅଧିକାରୀ ଅମିର ଖାନ ମୁଟ୍ଟାକି ଟ୍ୱିଟରରେ ପୋଷ୍ଟ କରି ପଞ୍ଜଶୀର ଲୋକଙ୍କୁ ଏକ ଅଡିଓ ବାର୍ତ୍ତାରେ କହିଛନ୍ତି ଯେ, “ଭାଇମାନେ, ଆମେ ଆଲୋଚନା ଏବଂ ବୁଝାମଣା ସହ ପଞ୍ଜଶୀର ସମସ୍ୟାର ସମାଧାନ ପାଇଁ ଯଥାସମ୍ଭବ ଚେଷ୍ଟା କରିଛୁ କିନ୍ତୁ ଦୁର୍ଭାଗ୍ୟବଶତଃ ଏହା ସବୁ ବୃଥା ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଆଲୋଚନା ବିଫଳ ହୋଇଛି ଏବଂ ମୁଜାହିଦ୍ଦିନ (ତାଲିବାନ) ପଞ୍ଜଶୀରଙ୍କୁ ଘେରି ରହିଛନ୍ତି, ତଥାପି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସମସ୍ୟାର ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହେବାକୁ ଚାହାଁନ୍ତି ନାହିଁ। ଯାହାକୁ ନେଇ ସେ ଚିନ୍ତିତ । କିନ୍ତୁ ତାଲିବାନ୍‌ ବିରୋଧରେ ସାଧାରଣ ଲୋକ ବନ୍ଧୁକ ଧରି ଲଢ଼େଇ କରୁଛନ୍ତି ବୋଲି ସେ କହିଛନ୍ତି । ଆଫଗାନିସ୍ତାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବିସ୍ମିଲ୍ଲା ମହମ୍ମଦ କହିଛନ୍ତି ଯେ, ମଙ୍ଗଳବାର ରାତିରେ ତାଲିବାନ ପଞ୍ଜଶୀର ଉପରେ ପୁନର୍ବାର ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ତାଲିବାନ ଆତଙ୍କବାଦୀମାନେ ପଞ୍ଜଶୀର ଉପରେ ଆକ୍ରମଣ କରି ପରାସ୍ତ ହୋଇଛନ୍ତି । ବୁଧବାର ଟ୍ୱିଟ କରି ମହମ୍ମଦ କହିଛନ୍ତି ଯେ ଏହି ଲଢ଼େଇରେ ୩୪ ତାଲିବାନଙ୍କର ମୃତ୍ୟୁ ଘଟିଛି ଏବଂ ୬୫ ଜଣ ଆହତ ହୋଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!