Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଫଗାନିସ୍ତାନର ପଞ୍ଜଶୀରର ରେସିଷ୍ଟାନ୍ସ ଫୋର୍ସ ତାଲିବାନ ବିରୋଧରେ ଲଢେଇ ଜାରି ରଖିବ ବୋଲି ଘୋଷଣା କରିସାରିଛି

by ସଞ୍ଜୟ ସ୍ୱାଇଁ
September 2, 2021
in WORLD
ଆଫଗାନିସ୍ତାନର ପଞ୍ଜଶୀରର ରେସିଷ୍ଟାନ୍ସ ଫୋର୍ସ ତାଲିବାନ ବିରୋଧରେ ଲଢେଇ ଜାରି ରଖିବ ବୋଲି ଘୋଷଣା କରିସାରିଛି
44
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ଆଫଗାନିସ୍ତାନରେ ତାଲିବାନ ଦଖଲ କରିଛି ସତ, କିନ୍ତୁ ପଞ୍ଜଶୀରକୁ ଦଖଲ କରିବାରେ ଏବେବି ତାଲିବାନ ଠାରୁ ଦୂରରେ । ପଞ୍ଜଶୀରକୁ ନେଇ ବିବାଦ ବଢିଚାଲିଛି । ଆଫଗାନିସ୍ତାନର ପଞ୍ଜଶୀରର ରେସିଷ୍ଟାନ୍ସ ଫୋର୍ସ ତାଲିବାନ ବିରୋଧରେ ଲଢେଇ ଜାରି ରଖିବ ବୋଲି ଘୋଷଣା କରିସାରିଛି । ତାଲିବାନ ସହିତ ଚାଲିଥିବା କଥାବାର୍ତା ବିଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାପୂର୍ବରୁ ପଞ୍ଜଶୀର ପ୍ରାନ୍ତ ସହିତ ଆଲୋଚନା ବିଫଳ ହୋଇଛି ବୋଲି ତାଲିବାନ ନେତାମାନେ ଘୋଷଣା କରିସାରିଛନ୍ତି । ଆଫଗାନିସ୍ତାନରେ ପଞ୍ଜଶୀର ଏକ ମାତ୍ର ଅଞ୍ଚଳ ଅଟେ, ଯାହା ଏବେ ଯାଏଁ ତାଲିବାନ ନିୟନ୍ତ୍ରଣକୁ ଆସିନାହିଁ । ଖବର ଅନୁଯାୟୀ, ତାଲିବାନ ପଞ୍ଜଶୀର ପ୍ରାନ୍ତରେ ଅନେକ ଥର ପ୍ରବେଶ କରିବା ପାଇଁ ଉଦ୍ୟମ କରିସାରିଲାଣି । କିନ୍ତୁ ପ୍ରତ୍ୟେକ ଥର ବିଫଳ ହେବାକୁ ପଡିଛି । ପଞ୍ଜୀଶୀରରେ ଉପରାଷ୍ଟ୍ରପତି ଏବଂ ଅହମ୍ମଦ ମସୁଦଙ୍କ ନେତୃତ୍ୱରେ ରେସିଟାନ୍ସ ଫୋର୍ସ ଆଗରେ ତାଲିବାନ ଦୁର୍ବଳ ପରି ନଜର ଆସୁଛି । ଏଥିପାଇଁ ତାଲିବାନ ଏବେ ଶାନ୍ତିର ବାର୍ତ୍ତା ପାଇଁ ଆଗକୁ ଆସିଛି । ଏହି ଘଟଣାକ୍ରମରେ ତାଲିବାନର ୩୫୦ସଦସ୍ୟଙ୍କୁ ନିହତ କରିଛି ବୋଲି ପଞ୍ଜଶୀର ଘାଟିର ନର୍ଦନ ଆଲାଏନସ୍‌ ଦାବି କରିଛି । ସେହିପରି ପଞ୍ଜଶୀର ଘାଟିରେ ଆଫଗାନିସ୍ତାନର କାର୍ୟ୍ୟବାହୀ ରାଷ୍ଟ୍ରପତି ଉମରଉଲ୍ଲାହ ସୋଲେହଙ୍କ ଦେଶରୁ ତାଲିବାନକୁ ବିତାଡିତ କରିବେ ବୋଲି ପ୍ରତିଜ୍ଞା ନେଇଛନ୍ତି । ଏହାସହିତ ତାଙ୍କ ପୁତ୍ର ମଧ୍ୟ କହିଛନ୍ତି ଯେ, ସରେଣ୍ଡର କରିବା ଆମ ଭାଗ୍ୟରେ ନାହିଁ । ତେଣୁ ପଞ୍ଜଶୀର ଘାଟିକୁ ଦଖଲ କରିବାକୁ ସ୍ୱପ୍ନ ଦେଖୁଥିବା ତାଲିବାନର କେବେ ପୂରଣ ହେବନାହିଁ । ସେପଟେ ପଞ୍ଜଶୀର ଘାଟିରେ ତାଲିବାନମାନେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଛନ୍ତି । ଘାଟି ପଟୁ ଯାଉଥିବା ରାସ୍ତାକୁ ମଧ୍ୟ ସିଲ୍‌ କରିଛି ତାଲିବାନୀ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!