Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ପଦ ଅଗ୍ରାହ୍ୟ କରି ସିଦ୍ଧୁ ନିରବ

by ସଞ୍ଜୟ ସ୍ୱାଇଁ
June 16, 2021
in NATIONAL NEWS, Politics
ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ପଦ ଅଗ୍ରାହ୍ୟ କରି ସିଦ୍ଧୁ ନିରବ
95
VIEWS
Share on FacebookShare on Twitter

ଚଣ୍ଡିଗଡ଼, (ବାଘୁଆବାର୍ତ୍ତା): ମୁଖ୍ୟମନ୍ତ୍ରୀ ପଦବୀ ଯଚା ଯାଇଥିଲେ ମଧ୍ୟ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ଅଧୀନରେ କାର୍ଯ୍ୟ କରିବା ଲାଗି ନବ‌ୋଜତ୍ ସିଂହ ସିଦ୍ଧୁ ଅଗ୍ରାହ୍ୟ କରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ କାର୍ଯ୍ୟ କରିବା ଲାଗି ସେ ଅସହଜ ମନେକରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ପଞ୍ଜାବ କଂଗ୍ରେସରେ ଉପୁଜିଥିବା ମତାନ୍ତର ସମାଧାନ କରିବା ଲାଗି ୩ଜଣିଆ ସଦସ୍ୟବିଶିଷ୍ଟ କମିଟି ଉଦ୍ୟମ କରୁଥିବା କଥା ମଧ୍ୟ ତାଙ୍କୁ ଜଣାଇ ଦିଆଯାଇଛି ବୋଲି ମନେହେଉଛି। କିନ୍ତୁ, ସେ କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କଲେ ମଧ୍ୟ ସେ ସ୍ବାଭାବିକ ଭାବ‌େ କାମ କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତି ଉନ୍ମୁକ୍ତ ନୁହନ୍ତି ବୋଲି ସିଦ୍ଧୁ ଉକ୍ତ କମିଟିକୁ ଜଣାଇଥିବା କଥା ଦଳୀୟସୂତ୍ରରୁ ଜଣାପଡ଼ିଛି। କେବଳ ସେତିକି ନୁହେଁ, କଂଗ୍ରେସ ବିଧାୟକ, ଦଳୀୟ କର୍ମୀ ଓ ନେତାମାନଙ୍କୁ ମଧ୍ୟ ଉପେକ୍ଷା କରାଯାଉଛି ବୋଲି ସେ କମିଟିକୁ କହିଛନ୍ତି। ପଞ୍ଜାବ କଂଗ୍ରେସ ମତାନ୍ତର ସମାଧାନ ପାଇଁ ଗଠିତ ୩ଜଣିଆ ସଦସ୍ୟବିଶିଷ୍ଟ କମିଟିଙ୍କ ସୁପାରିସକ୍ରମେ କଂଗ୍ରେସ ହାଇକମାଣ୍ଡ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାପଡୁଛି। ଏବେ କୌତୂହଳର କଥା ହେଲା, ସିଦ୍ଧୁ ପୁଣି ଥରେ ଆତ୍ମଗୋପନ କରିଛନ୍ତି। ଦିଲ୍ଲୀର ଦଳୀୟ ହାଇକମାଣ୍ଡ୍‌ଙ୍କୁ ଭେଟିବା ପରେ ସେ ଆଉ କିଛି ଟୁଇଟ୍‌ କରୁନାହାନ୍ତି। ତେଣେ, ଦଳୀୟ ହାଇକମାଣ୍ଡଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସାଂସଦ ଏବଂ ବିଧାୟକମାନଙ୍କ ବ୍ୟତୀତ ନିଜର କେତେକ ବିଶ୍ବସ୍ତ ସହଯୋଗୀମାନଙ୍କ ସହ ବିଚାରବିମର୍ଶ ଚଳାଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!