Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଚିନି କଳ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ, ପାଣିପୋଇଲା ଠାରେ ନୂତନ ଚିନି କଳ ନିର୍ମାଣ ଦାବି

by ସଞ୍ଜୟ ସ୍ୱାଇଁ
January 12, 2025
in Nayagarh, State
ନୟାଗଡ଼ ଚିନି କଳ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ, ପାଣିପୋଇଲା ଠାରେ ନୂତନ ଚିନି କଳ ନିର୍ମାଣ ଦାବି
271
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ନୟାଗଡ଼ର ପାଣିପୋଇଲା ଡ୍ୟାମ ଠାରେ ଏକ ବୈଠକ ଆୟୋଜନ କରାଯାଇ ପାଣିପୋଇଲା ଠାରେ ଚିନି କାରଖାନାର ପୁନରୁତ୍ଥାନ ବିଷୟରେ ଆଲୋଚନା କରାଯାଇଛି। ଆଖୁ ଚାଷୀ, ପୁରାତନ ନୟାଗଡ଼ ଚିନି କାରଖାନାର ପୂର୍ବତନ କର୍ମଚାରୀ ଏବଂ ସ୍ଥାନୀୟ ହିତାଧିକାରୀମାନେ ଏହି ସମାବେଶରେ ଅଂଶଗ୍ରହଣ କରି ଏହି ଅଞ୍ଚଳରେ ନୂତନ ଚିନି କାରଖାନା ଖୋଲିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନୟାଗଡ଼ ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟି ଗତ ୨୦୨୪ ସେପ୍ଟେମ୍ବର ୨୬ ତାରିଖରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିକଟରେ ଏକ ନୂତନ ଚିନି କାରଖାନା ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ରଖିଥିଲେ । ନୂତନ ଚିନିକଳ ପ୍ରତିଷ୍ଠା ପାଇଁ ପୁରୁଣା ପାଣି ପୋଇଲା ଚିନି କାରଖାନା ନିକଟରେ ୧୧୦ ଏକରରୁ ଅଧୀକ ଜମି ରହିଥିବା ନେଇ ଏକ ପ୍ରସ୍ତାବ ଦାଖଲ କରିଥିଲେ । ତେବେ ପ୍ରଶାସନ ଏପର‌୍ୟ୍ୟନ୍ତ ସେମାନଙ୍କ ଅନୁରୋଧ ଅନୁଯାୟୀ କାର‌୍ୟ୍ୟ କରି ନାହିଁ। ଏହା ପରିବର୍ତ୍ତେ, ଜିଲ୍ଲାପାଳ ଏବଂ ତହସିଲଦାର ନୟାଗଡ଼ର ଗମେଇ ଠାରେ ଏକ ବିକଳ୍ପ ଚିନିକଳ ନିର୍ମାଣ ପାଇଁ ସ୍ଥାନ ପରାମର୍ଶ ଦେଇଥିଲେ ଜ୍ଝ ଏଥି ନିମନ୍ତେ ମିଳିତ କ୍ର୍ରିୟାନୁଷ୍ଠାନ କମିଟି ଅସନ୍ତୋଷ ପ୍ରକାଶ କରିଥିଲା । କାହା ବଳରେ ଜିଲ୍ଲାପାଳ ଏ ସ୍ଥାନକୁ ସୁପାରିଷ କଲେ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରଶ୍ନ କରିଛି । ଏହାକୁ ନୟାଗଡ଼ ଚିନିକଳ ମିଳିତ କ୍ରିୟାନୁଷ୍ଠନ କମିଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ଯଦି ପାଣିପୋଇଲା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚିନିକଳ କରାଯିବ ତେବେ ଏହାକୁ ନେଇ ଆନ୍ଦୋଳନ କରାଯିବ ବୋଲି କମିଟି ଚେତେଇ ଦେଇଅଛି। ପାଣିପୋଇଲା ନୟାଗଡ଼ର କୃଷକ ଏବଂ ପୂର୍ବତନ କାରଖାନା କର୍ମଚାରୀଙ୍କ ପାଇଁ ଭାବପ୍ରବଣତା ରହିଛି ଜ୍ଝ ଏହାର ଉତ୍ସ ଏବଂ ଭିତ୍ତିଭୂମି ହେତୁ କାରଖାନା ପାଇଁ ସାଇଟ୍ ଆଦର୍ଶ ଭାବରେ ବିବେଚନା କରାଯାଏ ଜ୍ଝ ଯଦି ସରକାର ନୂତନ ଚିନିକଳ କରିବାର ଅଛି ତେବେ କେବଳ ପାଣିପୋଇଲା ରେ ହେଉ ବୋଲି କମିଟି ଦାବି କରିଛି । ଆଜିର ବୈଠକରେ ପାଣିପୋଇଲା ଜମିର ଦାବିକୁ ଓଡ଼ିଶା ସରକାର ଙ୍କ ନିକଟକୁ ନପଠାଇଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ନିଷ୍ପତି ନିଆଯାଇଛି । କାରଖାନା ପ୍ରତିଷ୍ଠା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏକ ପଦଯାତ୍ରା ବାଲୁଗାଁ ଚଣ୍ଡୀ ମନ୍ଦିର ଠାରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଆନ୍ଦୋଳନ ଆସନ୍ତା ୨୧ ତାରିଖରେ ଆୟୋଜନ କରିବାକୁ କମିଟି ନିଷ୍ପତି ନେଇଛି । ଚିନି କଳ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ମନୋଜ କୁମାର ସାହୁ, ସମ୍ପାଦିକା ଲଳିତା କୁମାରୀ ଦାସ ଏବଂ ଆବାହକ ସନ୍ତୋଷ ପ୍ରଧାନ ଙ୍କ ନେତୃତ୍ୱ ରେ ଚିନି କଳର କର୍ମଚାର ଏବଂ ଆଖୁ ଚାଷୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ରେ ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ସରକାରଙ୍କ ସହିତ ଚିନିକଳ ଚଲାଇବା ପାଇଁ କମିଟି ତରଫରୁ ସମସ୍ତ ପ୍ରକାର ସହଯୋଗ ଏବଂ ଶ୍ରମିକ ସଂଘର ସାଙ୍ଗଠନିକ ଏକତ୍ରୀକରଣ ପାଇଁ ଗୁରୁତ୍ୱଆରୋପ କରାଯାଇଥିଲା । କ୍ରିୟାନୁଷ୍ଠାନ କମିଟିର ଅନ୍ୟାନ୍ୟ ପଦାଧିକାରୀ ଭାରତୀୟ କିସାନ ସଂଘ ସେଲର ଜିଲ୍ଲା ପ୍ରତିନିଧି ବିକ୍ରମ କୁମାର ପଟ୍ଟନାୟକ, କୋଷାଧ୍ୟାକ୍ଷ୍ୟ ବୈକୁଣ୍ଠ ନାଥ ରାଉତ, ଶ୍ରମିକ ସଂଗଠନର ସଭାପତି ଲଷ୍ମୀଧର ସାହୁ, କୃଷକ ପ୍ରତିନିଧି ଚକ୍ରଧର ଜେନା, ପ୍ରତିନିଧି କାଲୁ ଦଳବେହେରା,ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟିର ସମ୍ପାଦିକା ଲଳିତା କୁମାରୀ ଦାସ ଏବଂ ଚିନିକଳ କିପରି ପୁନର୍ବାର ପାଣିପୋଇଲା ଠାରେ ହୋଇପାରିବ ଦୃଢ଼ିକରଣ ଦିଗରେ ଗୁରୁତ୍ୱ ଆରୋପ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!