ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗାଁ ଠାରେ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ସଭାପତି ବୈଜୟନ୍ତୀମାଳା ମହାନ୍ତି, ସମ୍ମାନିତ ଅତିଥି ଭାବେ ଡିଏଫ୍ଓ ଧନରାଜ ଏଚ୍.ଡି, ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଉପାଧ୍ୟକ୍ଷ ଅଖିଳକୁମା ଜାନୀ, ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ବିଡିଓ ପ୍ରମୋଦ କୁମାର ଦଳବେହେରା ଓ କମିଟିର ସମ୍ପାଦକ ଦିଲ୍ଲୀପ କୁମାର ଦଳବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଅତିଥିମାନେ ନୂଆଗାଁ ମାଟି ଅତି ଆପଣାର ଏଠାରେ ସହିଦ୍ କଷ୍ଟି ଡାକୁଆଙ୍କ ଠାରୁ ଆରମ୍ଭ କରି ଦାଶିଆ ଅଜା, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଏ ମାଟିର ଅନ୍ୟତମ ପ୍ରତିଭା ବୋଲି ବକ୍ତବ୍ୟ ରଖିଥିଲେ । ପଲିଥିନ୍ ଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ କରିବା ଦିଗରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ସେହିପରି ଭାବେ କନ୍ୟାସନ୍ତାନ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଲ୍ଲିଶ୍ରୀ ମେଳାରେ ୬୦ଟି ଷ୍ଟଲ ଯୋଗ ଦେଇଥିବା ଜଣାପଡିଛି ।






