Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରପଞ୍ଚଙ୍କୁ ସମ୍ବର୍ଦ୍ଧନା ଦେବା ନିମନ୍ତେ ସରକାରଙ୍କ ନିଷ୍ପତ୍ତି

by ସଞ୍ଜୟ ସ୍ୱାଇଁ
February 19, 2021
in Feature News
ସରପଞ୍ଚଙ୍କୁ ସମ୍ବର୍ଦ୍ଧନା ଦେବା ନିମନ୍ତେ ସରକାରଙ୍କ ନିଷ୍ପତ୍ତି
377
VIEWS
Share on FacebookShare on Twitter

ଗଣତନ୍ତ୍ରର ଆଧାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସଶକ୍ତ କରିବା ଆମ ସରକାରଙ୍କ ଲକ୍ଷ୍ୟ । ବିଭିନ୍ନ ସାମାଜିକ ସୁରକ୍ଷା, ଦାରିଦ୍ର୍ୟ ଦୂରୀକରଣ, ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଓ ଜୀବିକା ବିକାଶ କାର୍ଯ୍ୟକ୍ରମର ସଫଳ ରୂପାୟନରେ ପଞ୍ଚାୟତିରାଜ ଅନୁଷ୍ଠାନ ବିଶେଷ କରି ଗ୍ରାମପଞ୍ଚାୟତଗୁଡ଼ିକ  ମୁଖ୍ୟ ଭୂମିକା ନିର୍ବାହ କରିଥା’ନ୍ତି । କୋଭିଡ୍‌ ବିଶ୍ୱ ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣ ସଂପର୍କିତ ନିୟମାବଳୀଗୁଡ଼ିକୁ ଗ୍ରାମପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ କରିବା ନିମନ୍ତେ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଅସ୍ଥାୟୀ
ଚିକିତ୍ସା ଶିବିର ସ୍ଥାପନ ଏବଂ କାର୍ଯ୍ୟକାରୀ କରିବା ନିମନ୍ତେ ଆମ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହି ଅପ୍ରତ୍ୟାଶିତ ସଂକଟ ସମୟରେ ସରପଞ୍ଚମାନଙ୍କ ନେତୃତ୍ୱରେ ଗ୍ରାମପଞ୍ଚାୟତକୁ ଫେରିଥିବା ପ୍ରବାସୀମାନଙ୍କୁ ଅସ୍ଥାୟୀ ଚିକିତ୍ସା ଶିବିରରେ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଆନୁଷ୍ଠାନିକ/ଗୃହ ସଙ୍ଗରୋଧରେ ରଖିବା ବ୍ୟବସ୍ଥା କରିବା ବାସ୍ତବିକ୍‌ ଅଭିନନ୍ଦନୀୟ । ମନରେଗା ଯୋଜନା ମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କ ସମେତ ଅନ୍ୟ ସମସ୍ତ ଇଚ୍ଛୁକ ଲୋକଙ୍କୁ କାମ ଯୋଗାଇଦେବାରେ ଗ୍ରାମପଞ୍ଚାୟତଗୁଡ଼ିକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ପଞ୍ଚାୟତିରାଜ ଅନୁଷ୍ଠାନର ସମସ୍ତ ପ୍ରତିନିଧି ଏବଂ ବିଶେଷ କରି ସରପଞ୍ଚ ଏବଂ ଅନ୍ୟ କ୍ଷେତ୍ର କର୍ମଚାରୀଙ୍କ ସମ୍ମିଳିତ ଉଦ୍ୟମ ଫଳରେ ମନରେଗା ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ମୋଟ ୧୮.୫୩ କୋଟି କାର୍ଯ୍ୟଦିବସ ସୃଷ୍ଟି କରିପାରିଛି ।
ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ୨୦ କୋଟି ଶ୍ରମଦିବସ ସୃଷ୍ଟି କରବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବହୁ ସଂଖ୍ୟକ ସ୍ଥାୟୀ ସଂପତ୍ତି ଏହି ଯୋଜନାରେ ସୃଷ୍ଟି କରାଯାଇପାରିଛି, ଯାହା ଗ୍ରାମାଞ୍ଚଳର ଲୋକଙ୍କ ଜୀବିକା ନିରାପତ୍ତା ଓ ଗ୍ରାମୀଣ ଭିତ୍ତିଭୂମିର ବିକାଶ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ । ମନରେଗା ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାରେ ଓ ଏହି ଘଡ଼ିସନ୍ଧି ସମୟରେ ଏହାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇଥିବାରୁ ସରପଞ୍ଚମାନଙ୍କ ଭୂମିକା ଅଭିନନ୍ଦନୀୟ । ଏଣୁ ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଅଧିକ କାର୍ଯ୍ୟଦିବସ ଓ ସ୍ଥାବର ସଂପତ୍ତି ସୃଷ୍ଟି କରି ସଫଳତା ହାସଲ କରିଥିବା ଶ୍ରେଷ୍ଠ ଦଶଜଣ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା ଦେବା ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି । ପୁନଶ୍ଚ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରତ୍ୟେକ ଜିଲ୍ଲାରେ ମନରେଗା ଯୋଜନା ମାଧ୍ୟମରେ ବହୁସଂଖ୍ୟାରେ କାର୍ଯ୍ୟଦିବସ ଓ ସ୍ଥାବର ସଂପତ୍ତି ସୃଷ୍ଟି କରିବାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜଣେ ଲେଖାଏଁ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା ଦେବା ନିମନ୍ତେ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!