Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ପଶି ନଥିବା ପଞ୍ଚାୟତ

by ସଞ୍ଜୟ ସ୍ୱାଇଁ
May 23, 2021
in Health, State
କରୋନା ପଶି ନଥିବା ପଞ୍ଚାୟତ
282
VIEWS
Share on FacebookShare on Twitter

କେନ୍ଦୁଝର (ବାଘୁଆବାର୍ତ୍ତା): ନିୟମ ହୋଇଛି କଡାକଡି । ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ଯିଏ ଆସୁଛନ୍ତି ଅଲଗା ସଂଗରୋଧରେ ରହିବାକୁ ବାଧ୍ୟ । ଏବେ ସମଗ୍ର ବିଶ୍ୱ କରୋନାର କବଳରେ କବଳିତ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାର ଦୁର୍ଗମ ବଣ ପାହାଡ ଘେରା ଆଦିବାସୀ ବହୁଳ କେ.ବାଲିଆପାଳ ପଞ୍ଚାୟତକୁ ଆଜି ପର୍ଯ୍ୟନ୍ତ କରୋନା ଛୁଇଁ ପାରିନି । ଫଳରେ ଏ ପର୍ଯ୍ୟନ୍ତ ସମଗ୍ର ପଞ୍ଚାୟତର ଜଣେ ବି ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଯାହା ସମଗ୍ର ରାଜ୍ୟ ପାଇଁ ଉଦାହରଣ ପାଲଟିଛି । କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଳକର କେ ବାଲିଆପାଳ ପଞ୍ଚାୟତ । ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଉଛି ଭତ୍ତା । ହେଲେ ଏଠାରେ ହିତାଧିକାରୀ ମାନେ ମାସ୍କ ପରିଧାନ ସହ ସାମାଜିକ ଦୂରତା ଅବଲମ୍ବନ କରି ଭତ୍ତା ନେଉଛନ୍ତି । କେବଳ ଏତିକି ନୁହଁ ଏଠାକାରେ ଲୋକେ ଗତ ଦୁଇ ମାସ ହେଲା କରୋନା କଟକଣାକୁ କଡାକଡି ଭାବେ ପାଳନ କରୁଛନ୍ତି । ଫଳରେ ଏଠାକାର ଲୋକ ମାନଙ୍କୁ ଆଜି ଯାଏଁ କରୋନା ଛୁଇ ଁ ପାରିନି । କେ ବାଲିଆପାଳ ପଞ୍ଚାୟତରେ ୭ଟି ଗାଁ ଥିବାବେଳେ ପାଞ୍ଚ ହଜାରରୁ ଉଦ୍ଧ୍ୱର୍ ଲୋକ ବସବାସ କରନ୍ତି । ଏହି ପଞ୍ଚାୟତକୁ ଚାରିପଟୁ ପାହାଡ ଓ ଜଙ୍ଗଲ ଘେରି ରହିଛି । ଅଧିକାଂଶ ଲୋକ ଜଙ୍ଗଲଜାତ ପଦାର୍ଥ ଉପରେ ଭରସା କରି ଚଳିବା ସହ ବାଡିରେ ପନିପରିବା ଚାଷ କରି ଚାଲିଥାନ୍ତି । ଏଥି ସହ ପଞ୍ଚାୟତରୁ ଚାଉଳ ଗହମ ଓ କିରାସିନି ଆଦି ମିଳିଥାଏ । ଯାହାଦ୍ୱାରା କି ସେମାନେ ବିଶେଷ ଘରୁ ବାହାରକୁ ଯାଇ ନଥାନ୍ତି । ଆଶା, ଅଙ୍ଗନବାଡି କର୍ମୀ, ସରପଞ୍ଚ ଓ ପଂଚାୟତ ଅଧିକାରୀ କରୋନା ସମ୍ପର୍କରେ ସଚେତନ କରିବା ସହ ଲୋକଙ୍କୁ ମାସ୍କ, ସାବୁନ ଆଦି ବଣ୍ଟନ କରି ଘରେ ରୁହ ସୁସ୍ଥ ରୁହ ବୋଲି ସଚେତନ କରାଉଛନ୍ତି । ଗତ ଦୁଇମାସ ହେଲା ଲୋକମାନେ ଏହାକୁ କଡାକଡି ପାଳନ କରିଥିବାରୁ ଗାଁ ଗୁଡ଼ିକ ଭିତରକୁ ଆଜିଯାଏ କରୋନା ପଶି ପାରିନି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!