ପଞ୍ଚଲିଙ୍ଗେଶ୍ୱର, (ବାଘୁଆବାର୍ତ୍ତା): ଠାକୁରଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ । ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଆଜି ସକାଳୁ କର୍ମଚାରୀ ମାନେ ମନ୍ଦିର ଖୋଲିବା ପରେ ହୁଣ୍ଡି ବାକ୍ସ କଟାଯାଇଥିବା ଦେଖିବାକୁ ପାଇଥିଲେ । ଏହାପରେ ପଞ୍ଚଲିଙ୍ଗେଶ୍ୱର ଟ୍ରଷ୍ଟ ବୋର୍ଡ ମ୍ୟାନେଜରଙ୍କୁ ଅବଗତ କରିଥିଲେ କର୍ମଚାରୀ । ୬ ମାସ ହେଲା ଦାନ ହୁଣ୍ଡିରୁ ଟଙ୍କା କଢ଼ାଯାଇନଥିବା ବେଳେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅନୁମାନ କରାଯାଉଛି । ଟ୍ରଷ୍ଟ ବୋର୍ଡ ମ୍ୟାନେଜର ନୀଳଗିରି ଥାନାରେ ଅଭିଯୋଗ କରିବା ପରେ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।





