Thursday, August 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଜି ପବିତ୍ର ପଣା ସଂକ୍ରାନ୍ତି; ଶିବ ଉପାସନାର ଅନନ୍ୟ ପରମ୍ପରା ଦଣ୍ଡଯାତ୍ରା

by Sanjay Swain
April 14, 2021
in Lifestyle
ଆଜି ପବିତ୍ର ପଣା ସଂକ୍ରାନ୍ତି; ଶିବ ଉପାସନାର ଅନନ୍ୟ ପରମ୍ପରା ଦଣ୍ଡଯାତ୍ରା
292
VIEWS
Share on FacebookShare on Twitter

ରଣପୁର, ୧୪|୦୪ : ଭାବ ଭକ୍ତି ଓ ନିଷ୍ଠାର ଅନ୍ୟନ୍ୟ ପର୍ବ ହେଉଛି ଦଣ୍ଡ ଯାତ୍ରା l ଭକ୍ତ ମାନେ କେଉଁଠି ୧୩ ଦିନ ତ ପୁଣି କେଉଁଠି ୨୧ ଦିନ ଧରି ଏହି ଦଣ୍ଡଯାତ୍ରାରେ ରୁଦ୍ରକାଳୀଙ୍କ କଠିନ ଉପାସନା କରନ୍ତି । ଭକ୍ତିରେ ନିଜକୁ ସମର୍ପିତ କରି ଧୂଳିଦଣ୍ଡ ଓ ଅଗ୍ନିଦଣ୍ଡ ଭଳି ଦଣ୍ଡ ଭୋଗ କରିବା ସହ ନିଜ ମାନସିକ ପୂରଣ ପାଇଁ ରୁଦ୍ରକାଳୀଙ୍କୁ ପ୍ରାର୍ଥନା କରନ୍ତି l ଆଉ ଉଦଯାପନି ଉତ୍ସବରେ ନିଜ ମାନସିକ ପୂରଣ ପାଇଁ ନିଆଁରେ ଚାଲିବା ସହ ଅଗ୍ନି ଦଣ୍ଡ ଭୋଗକରି ବ୍ରତ ଭାଙ୍ଗନ୍ତି ମାନସିକଧାରୀ ମାନେ l ଏହି ନିଆଁରେ ଚାଲିବା ପରମ୍ପରାକୁ ଓଡ଼ିଶାର କେତେକ ସ୍ଥାନରେ ଝାମୁଯାତ୍ରା ମଧ୍ୟ କୁହାଯାଏ। ଓଡ଼ିଆ ପରମ୍ପରାନୁଯାୟୀ ଆଜିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ l ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ l ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ l ସେହିଭଳି ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି ବୋଲି କୁହାଯାଏ। ମେଷ ମାସର ସଂକ୍ରାନ୍ତି ତଥା ମହାବିଷୁବ ପଣାସଂକ୍ରାନ୍ତି। ଏହି ଝାମୁ ଯାତ୍ରା ରଣପୁର ଅଞ୍ଚଳର ବିଭିନ୍ନ ଶୈବ ପୀଠରେ ମହା ସମାରୋହରେ ପାଳିତ ହୋଇ ଯାଇଛି l ରଣପୁରରେ ବାବା ଚଣ୍ଡେଶ୍ୱର ଦେବ, ବାବା ସ୍ଵପ୍ନେଶ୍ଵର ଦେବ, ପୁରୁଣାବସନ୍ତ ବାଲୁଙ୍କେଶ୍ୱର ଦେବ, ସାନଗଡ଼ ବାଲୁଙ୍କେଶ୍ୱର ଦେବ, କଙ୍କିଆ, ବରମୂଳ ସହିତ ସମସ୍ତ ଶୈବ ପୀଠରେ ପଣା ସଂକ୍ରାନ୍ତିରେ ରୀତିନୀତି ଅନୁଯାୟୀ ପୂଜା ବିଦ୍ଧି ପାଳନ କରାଯାଇଥିଲା l ପରେ ଠାକୁରଙ୍କ ସମତେ ସମସ୍ତ ଭଗତା ଓ ଭକ୍ତମାନେ ଝାମୁ ନିଆଁରେ ଚାଲିଥିଲେ l ଝାମୁ ଯାତ୍ରା ଉପଲକ୍ଷେ ବାବା ଚଣ୍ଡେଶ୍ୱର ଦେବ ଓ ସ୍ଵପ୍ନେଶ୍ଵର ଦେବଙ୍କ କୋଠି ରେ କିଛି ଭଗତା ଦେହରେ କଣ୍ଟା ଫୋଡି ନଗର ପରିକ୍ରମା କରୁ ଥିବା ଦେଖିବାକୁ ମିଳିଥିଲା l ବିଭିନ୍ନ ଶୈବ ପୀଠରେ ଝାମୁ ଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ସମାଗମ ଲାଗି ରହିଥିଲା l ଏହି ଅବସରରେ ଗୌରାଙ୍ଗପୁର ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନେ ଭକ୍ତମାନଙ୍କୁ ଘୋଳ ଦହି, ଥଣ୍ଡା ପାଣି ଆଦି ବଣ୍ଟନ କରିଥିଲେ l

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!