ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବତ୍ର ବାଗ୍ଚି, ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସଶକ୍ତି କରଣ, ପ୍ରାଣୀ ଓ ମତ୍ସ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ପୂର୍ବତନ ଛାତ୍ରନେତା ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ, ବିଶ୍ୱ ବିଦ୍ୟାଳୟ କୂଳପତି ଯୋଗ ଦେଇଥିଲେ । ଏହି ଅବସରରେ ପାଂଚକୋଟି ପଚାଶ ଲକ୍ଷ୍ୟ ବ୍ୟୟରେ ନିର୍ମିତ ଇ-ପାଠାଗାର, ସାଇଣ୍ଟିଫିକ ଇଣ୍ଟୁମେଣ୍ଟ ସେଣ୍ଟରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ପୂରାତନ ଛାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରକାଶ ଥାଉ କି, ଆସନ୍ତାକାଲି ପୂର୍ବତନ ଛାତ୍ରଛାତ୍ରୀମାନଙ୍କର ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବିଶ୍ୱ ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀମାନେ ରାଜ୍ୟ ଦେଶ ତଥା ବିଦେଶରେ ରହୁଥିବା ଛାତ୍ରଛାତ୍ରୀ ଯୋଗଦେବେ । ଏହି ଉଛବରେ ମୁଖ୍ୟମନ୍ତ୍ରୀ ବାଣୀବିହାରର ଭିତ୍ତିପ୍ରସ୍ଥର ପାଇଁ ୧00 କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ।





