Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୪ ବର୍ଷିୟା ନାବାଳିକାକୁ ପାକିସ୍ତାନ ସାଂସଦ ବିବାହକୁ ନେଇ ହଇଚଇ

by ସଞ୍ଜୟ ସ୍ୱାଇଁ
February 23, 2021
in Feature News
୧୪ ବର୍ଷିୟା ନାବାଳିକାକୁ ପାକିସ୍ତାନ ସାଂସଦ ବିବାହକୁ ନେଇ ହଇଚଇ
318
VIEWS
Share on FacebookShare on Twitter

ପାକିସ୍ତାନ,(ବାଘୁଆବାର୍ତ୍ତା): ପାକିସ୍ତାନର ଜନୈକ ସାଂସଦ ଜନୈକା ୧୪ ବର୍ଷିୟା ନାବାଳିକାକୁ ବିବାହ କରିବା ଘଟଣା ସଂପ୍ରତି ପାକିସ୍ତାନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଥିସହ ଏହି ଘଟଣାକୁ ନେଇ ପାକିସ୍ତାନ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଜମାତ୍‌ ଉଲେମା-ଇ-ଇସଲାମର ନେତା ତଥା ବାଲୁଚିସ୍ତାନାର ସାଂସଦ ସାଲାହୁଦ୍ଦିନ ଆୟୁବି ବାଲୁଚିସ୍ତାନ ଜନୈକା ୧୪ ବର୍ଷିୟା ନାବାଳିକାକୁ ବିବାହ କରିବା ପରେ ଏହି ବିବାଦ ମୁଣ୍ଡ ଟେକିଛି। ସ୍ଥାନୀୟ ଗଣମାଧ୍ୟମ ପାକ୍‌ ଅବଜରଭର ଅଭିଯୋଗ କରିଛି ଯେ ସାଂସଦଙ୍କ ବୟସ ଏବେ ୫୦ ବର୍ଷ ହୋଇଥିବା ବେଳେ ସେ ୧୪ ବର୍ଷିୟା ନାବାଳିକାକୁ ବିବାହ କରିଛନ୍ତି। ଏହି ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଚିତ୍ରାଲରେ ମହିଳାଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଏକ ଏନଜିଓର ରିପୋର୍ଟକୁ ଆଧାର କରି ପକିସ୍ତାନର ଅନ୍ୟତମ ପ୍ରମୁଖ ସମ୍ବାଦପତ୍ର ଡନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନାବାଳିକକାଟି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜୁଗୁରର ଛାତ୍ରୀ ଥିଲା। ଯେଉଁଠାରେ ତାଙ୍କର ଜନ୍ମ ତାରିଖ ୨୮ ଅକ୍ଟୋବର ୨୦୦୬ ବୋଲି ରେକର୍ଡ କରାଯାଇଛି। ତେରଉ, ବାଳିକା ଜଣକ ଏବେ ନାବାଳିକା ଥିବାବେଳେ ବିବାହ ବୟସ ହାସଲ କରିନାହାଁନ୍ତି। ପାକିସ୍ତାନରେ ପ୍ରଚଳିତ ଥିବା ଆଇନ୍‌ ଅନୁଯାୟୀ ୧୬ ବର୍ଷ ବୟସରୁ କମ୍‌ ବାଳିକାମାନେ ବିବାହ କରିପାରିବେ ନାହିଁ ବୋଲି ନିୟମ ରହିଥିବା ବେଳେ ଖୋଦ୍‌ ପାକିସ୍ତାନ ସାଂସଦଙ୍କର ଏହି ୧୪ ବର୍ଷିୟା ନାବାଳିକାକୁ ବିବାହ ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!