Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଫଗାନିସ୍ତାନକୁ ତାଲିବାନ୍ କବ୍‌ଜାକୁ ନେବା ପରେ ଖୁସି ହୋଇ ପାକିସ୍ତାନରେ ବୁଲି ବୁଲି ମିଠା ବାଣ୍ଟିଥିଲେ ସଂଗଠନ

by ସଞ୍ଜୟ ସ୍ୱାଇଁ
August 19, 2021
in WORLD
ଆଫଗାନିସ୍ତାନକୁ ତାଲିବାନ୍ କବ୍‌ଜାକୁ ନେବା ପରେ ଖୁସି ହୋଇ ପାକିସ୍ତାନରେ ବୁଲି ବୁଲି ମିଠା ବାଣ୍ଟିଥିଲେ ସଂଗଠନ
163
VIEWS
Share on FacebookShare on Twitter

ଇସ୍‌ଲାମାବାଦ, (ବାଘୁଆବାର୍ତ୍ତା): ଆଫଗାନିସ୍ତାନକୁ ତାଲିବାନ୍ କବ୍‌ଜାକୁ ନେବା ପରେ ବିଶ୍ୱରେ ସବୁଠାରୁ ଅଧିକ ଖୁସି ହୋଇଥିବା ଦେଶ ହେଉଛି ପାକିସ୍ତାନ । ତାଲିବାନ୍‌ର ବିଜୟକୁ ନେଇ ପାକିସ୍ତାନର ଅନେକ ସହରରେ ଇସଲାମବାଦୀ ସଂଗଠନ ସ୍ଥାନୀୟ ଲୋକଙ୍କୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଥିଲେ। ସୋସିଆଲ ମିଡିଆରେ ଏପରି ସ୍ଥତିକୁ ନେଇ କିଛି ଲୋକ ଆମେରିକାର ବିଫଳତା ଏବଂ ପରବର୍ତ୍ତୀ ଦେଶ କିପରି ରହିବ ସେ ନେଇ ଚିନ୍ତିତ ଥିବା ଦେଖାଯାଇଛି । କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିଶେଷ ସହାୟକ ରାଓଫ ହାସନ ଗତକାଲି ଟୁଇଟ୍ କରି କହିଥିଲେ ଯେ, ବର୍ତ୍ତମାନ ଦୁର୍ନୀତିଗ୍ରସ୍ତ ଘାନି ସରକାରରୁ ତାଲିବାନକୁ କ୍ଷମତାର ପରିବର୍ତ୍ତନର ଭଲ ସମୟ ଆଫଗାନିସ୍ତାନ ଦେଖିବାକୁ ଯାଉଛି । ସେ ଆହୁରି ମଧ୍ୟ କହିଥିଲେ ଯେ “ଆଫଗାନିସ୍ତାନ ପାଇଁ ଆମେରିକା ଏକତ୍ର କରିଥିବା ଏହି ପ୍ରତିବନ୍ଧକ ବାଡ଼ ସହଜରେ ଭାଙ୍ଗିପଡିଛି।” ଏପରିକି ପାକିସ୍ତାନର ଗୃହମନ୍ତ୍ରୀ ଶେଖ ରଶିଦ୍ ଅହମ୍ମଦ ଆଜି କହିଛନ୍ତି ଆଫଗାନିସ୍ତାନରେ ଶାନ୍ତି ସୁନିଶ୍ଚିତ କରିବାରେ ଇସଲାମାବାଦର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ପାକିସ୍ତାନର ଏହି ଗୁରୁତ୍ବପୂର୍ଣ୍ଣ ଭୂମିକାକୁ କୌଣସି ଦେଶ ଅଣଦେଖା କରିପାରିବ ନାହିଁ । ଗୁରୁବାର ପାକ୍ ଗୃହମନ୍ତ୍ରୀ ‘ଦ ନ୍ୟୁଜ୍ ଇଣ୍ଟରନ୍ୟାସନାଲ’କୁ ସାକ୍ଷାତକାର ଦେଇ କହିଛନ୍ତି, ଆଫଗାନିସ୍ତାନରେ ଶାନ୍ତି ପକ୍ରିୟା ପାଇଁ ପାକିସ୍ତାନର ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିଛି। ଆଉ ସେଥିପାଇଁ ଦୀର୍ଘ ଦିନ ଧରି ଏହକୁ ମନେ ମଧ୍ୟ ରଖାଯିବ। ତାଲିବାନକୁ ଆମେରିକା ସହିତ କଥା ହେବାକୁ ଆମେ ପ୍ରସ୍ତୁତ କରିଥିଲୁ। ଏପରିକି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ୍ ଘନିଙ୍କୁ ତାଲିବାନ ସହିତ କଥା ହୋଇ ମନାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଘନି ଏଥିପାଇଁ ପ୍ରସ୍ତୁତ ନଥିଲେ। ଏହାଛଡା ପାକ୍ ଗୃହମନ୍ତ୍ରୀ କହିଛନ୍ତି, କାବୁଲରେ କୌଣସି ପ୍ରକାର ସମ୍ଭାବିତ ତାଲିବାନ ସରକାରକୁ ମାନ୍ୟତା ଦେବାର ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ତାଙ୍କର ମନ୍ତ୍ରୀମଣ୍ଡଳ କରିବେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!