Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ତୁରନ୍ତ ମୁକୁଳିଲେ ଇମ୍ରାନ ଖାନ

by ସଞ୍ଜୟ ସ୍ୱାଇଁ
May 11, 2023
in WORLD
ସୁପ୍ରିମକୋର୍ଟଙ୍କ ଆଦେଶ ପରେ ତୁରନ୍ତ ମୁକୁଳିଲେ ଇମ୍ରାନ ଖାନ
150
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଜେଲରୁ ମୁକୁଳିଛନ୍ତି । ତାଙ୍କ ଗରଫଦାରୀକୁ ବେଆଇନ କହି ତୁରନ୍ତ ତାଙ୍କୁ ଜେଲରୁ ମୁକୁଳାଇବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ । କୋର୍ଟଙ୍କ ଆଦେଶ ପରେ ତାଙ୍କୁ ତୁରନ୍ତ ଜେଲରୁ ଖଲାସ କରାଯାଇଛି । ଅଲ-କାଦିର ଟ୍ରଷ୍ଟ ମାମଲାରେ ମଙ୍ଗଳବାର ଦିନ ଇମ୍ରାନ ଖାନଙ୍କୁ ପାକିସ୍ତାନ ରେଞ୍ଜର୍ସ ଗିରଫ କରିଥିଲା । ଇସଲାମାବାଦ କୋର୍ଟ ପରିସରରୁ ତାଙ୍କୁ ଜୋର ଜବରଦସ୍ତ ଗିରଫ କରାଯାଇଥିଲା । ଏହି ମାମଲାରେ ସୁପ୍ରିମକୋର୍ଟ କହିଥିଲେ କି କୋର୍ଟ ପରିସରରୁ ଜଣେ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବା ଅପମାନଜନକ । ଏଣୁ ନ୍ୟାସନାଲ ଆକାଉଣ୍ଟବିଲିଟି ବ୍ୟୁରୋକୁ କୋର୍ଟ ଆଦେଶ ଦେଇଥିଲେ କି ତୁରନ୍ତ ଇମ୍ରାନ ଖାନଙ୍କୁ ଖଲାସ କରାଯାଉ । କେବଳ ସୁପ୍ରିମକୋର୍ଟ ନୁହଁନ୍ତି ଏହା ବ୍ୟତୀତ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆରିଫ ଅଲବୀ ମଧ୍ୟ ପ୍ରଧାନମନ୍ତ୍ରୀ ଶହାବାଜ ଶରିଫଙ୍କୁ ଚିଠି ଲେଖି ଇମ୍ରାନ ଖାନଙ୍କୁ ଯେଭଳି ଭାବେ ଗିରଫ କରାଗଲା ତା ଉପରେ ଆପତ୍ତି ଉଠାଇଥିଲେ । ସେପଟେ ଇମ୍ରାନ ଖାନଙ୍କ ଗିରଫ ପରେ ତାଙ୍କ ସମର୍ଥକ ମାନେ ରାଜ୍ୟପାଳଙ୍କ ବାସଭବନରେ ନିଆଁ ଲଗାଇ ଦେବା ସହ ସେନା ମୁଖ୍ୟାଳୟ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ଇମ୍ରାନଙ୍କ ଗିରଫ ପରେ ପୁରା ପାକିସ୍ତାନ ଅଶାନ୍ତ ହୋଇପଡିଥିଲେ । ଏନେଇ ଉପୁଜିଥିବା ହିଂସାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!