Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତାଲିବାନକୁ ପାକିସ୍ତାନ କାହିଁକି ସମର୍ଥନ କରୁଛି ତାର ଗୁମର ଖୋଲିଛି ଆମେରିକା

by ସଞ୍ଜୟ ସ୍ୱାଇଁ
August 22, 2021
in WORLD
ତାଲିବାନକୁ ପାକିସ୍ତାନ କାହିଁକି ସମର୍ଥନ କରୁଛି ତାର ଗୁମର ଖୋଲିଛି ଆମେରିକା
132
VIEWS
Share on FacebookShare on Twitter

କାବୁଲ, (ବାଘୁଆବାର୍ତ୍ତା): ତାଲିବାନକୁ କାହିଁକି ସମର୍ଥନ କରୁଛି ପାକିସ୍ତାନ, ତାର ଗୁମର ଖୋଲିଛି ଆମେରିକା। ଭାରତକୁ ମୁକାବିଲା କରିବାକୁ ପାକିସ୍ତାନ ତାଲିବାନକୁ ସମର୍ଥନ କରୁଛି ବୋଲି ଆମେରିକା ବୈଦେଶିକ ମନ୍ତ୍ରାଳୟ ମହାନିରୀକ୍ଷକ କାର୍ୟ୍ୟାଳୟ ପକ୍ଷରୁ ଏହା କୁହାଯାଇଛି। ଆମେରିକା ପକ୍ଷରୁ ଆଫଗାନିସ୍ତାନ ଉପରେ ତ୍ରୈୟମାସିକ ରିପୋର୍ଟରେ ପ୍ରକାଶ କରାଯାଇଛି। ଗୁଇନ୍ଦା ସଂସ୍ଥାର ରିପୋର୍ଟ ଅନୁସାରେ ଆମେରିକା ପାକିସ୍ତାନର ଗୁପ୍ତ ଷଡ଼ଯନ୍ତ୍ରର ପୋଲ୍ ଖୋଲିଛି। ଭରତର ପ୍ରଭାବକୁ ମୁକାଲିବା କରିବା ଓ ପାକିସ୍ତାନ କ୍ଷେତ୍ରରେ ଆଫଗାନ ଗୃହଯୁଦ୍ଧର ପରୋକ୍ଷ ପ୍ରଭାବକୁ କମ୍ କରିବା ପାଇଁ ପାକିସ୍ତାନ ଆଫଗାନିସ୍ତାନରେ ସାମରିକ ସୁରକ୍ଷା ଯୋଗାଇ ଦେଉଛି ବୋଲି ଆମେରିକା କହିଛି। ଆଫଗାନ ତାଲିବାନ ସହିତ ସମ୍ପର୍କକୁ କାଏମ୍ ରଖି ପାକିସ୍ତାନ ଶାନ୍ତିବାର୍ତ୍ତାର ସମର୍ଥନ କରୁଛି। ଆମେରିକାର ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା ଏପ୍ରିଲ୍‌ରୁ ଜୁନ ୩୦ ତାରିଖ ମଧ୍ୟରେ ପାଇଥିବା ତଥ୍ୟ ଅନୁସାରେ, ଆଫଗାନିସ୍ତାନରେ ଯଦି ଗୃହଯୁଦ୍ଧ ଲାଗି ରହେ ତେବେ ଏହାର ଗଭୀର ପ୍ରଭାବ ପାକିସ୍ତାନ ଉପରେ ପଡ଼ିବ। ଏଥିରେ ପାକ୍‌ ବିରୋଧୀ ମତ ସୃଷ୍ଟି ହୋଇପାରେ। ତେଣୁ ଏହି ଭୟରେ ପାକିସ୍ତାନ ତାଲିବାନକୁ ସମର୍ଥନ କରିଛି ବୋଲି ଆମେରିକା ଗୋଇନ୍ଦା ରିପୋର୍ଟ କହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ପ୍ରଥମ ତ୍ରୟମାସିକରେ ପାକିସ୍ତାନ ଆଫଗାନିସ୍ତାନ ସୀମାବର୍ତ୍ତି ଅଞ୍ଚଳରେ ତାଲିବାନ ପାଇଁ ଆର୍ଥିକ ଯୋଗଦାନ ବଢ଼ାଇ ଦେଇଛି। ଗତ ୩ ମାସରେ ପାକ ସୀମବର୍ତ୍ତୀ ଅଞ୍ଚଳରେ ଆଫଗାନ ତାଲିବାନମାନେ ପାକ ଦୁକାନୀମାନଙ୍କ ଠାରୁ ୫୦ ଡଲାରୁ ଅଧିକ ଅର୍ଥରାଶି ମାଗୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାକିସ୍ତାନର କଚଲକ ବାଇପାସ,ପଖତୁନ ଆବାଦ, ଇଶାକ ଆବାଦ, ଓ ଫାରୁକିଆ ଅଞ୍ଚଳରେ ଓ ଶହରରେ ଚାନ୍ଦା ଆଦାୟ କରିବା ଏକ ସାଧାରଣ କଥା ହୋଇଗଲାଣି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!