କାବୁଲ, (ବାଘୁଆବାର୍ତ୍ତା): ତାଲିବାନକୁ କାହିଁକି ସମର୍ଥନ କରୁଛି ପାକିସ୍ତାନ, ତାର ଗୁମର ଖୋଲିଛି ଆମେରିକା। ଭାରତକୁ ମୁକାବିଲା କରିବାକୁ ପାକିସ୍ତାନ ତାଲିବାନକୁ ସମର୍ଥନ କରୁଛି ବୋଲି ଆମେରିକା ବୈଦେଶିକ ମନ୍ତ୍ରାଳୟ ମହାନିରୀକ୍ଷକ କାର୍ୟ୍ୟାଳୟ ପକ୍ଷରୁ ଏହା କୁହାଯାଇଛି। ଆମେରିକା ପକ୍ଷରୁ ଆଫଗାନିସ୍ତାନ ଉପରେ ତ୍ରୈୟମାସିକ ରିପୋର୍ଟରେ ପ୍ରକାଶ କରାଯାଇଛି। ଗୁଇନ୍ଦା ସଂସ୍ଥାର ରିପୋର୍ଟ ଅନୁସାରେ ଆମେରିକା ପାକିସ୍ତାନର ଗୁପ୍ତ ଷଡ଼ଯନ୍ତ୍ରର ପୋଲ୍ ଖୋଲିଛି। ଭରତର ପ୍ରଭାବକୁ ମୁକାଲିବା କରିବା ଓ ପାକିସ୍ତାନ କ୍ଷେତ୍ରରେ ଆଫଗାନ ଗୃହଯୁଦ୍ଧର ପରୋକ୍ଷ ପ୍ରଭାବକୁ କମ୍ କରିବା ପାଇଁ ପାକିସ୍ତାନ ଆଫଗାନିସ୍ତାନରେ ସାମରିକ ସୁରକ୍ଷା ଯୋଗାଇ ଦେଉଛି ବୋଲି ଆମେରିକା କହିଛି। ଆଫଗାନ ତାଲିବାନ ସହିତ ସମ୍ପର୍କକୁ କାଏମ୍ ରଖି ପାକିସ୍ତାନ ଶାନ୍ତିବାର୍ତ୍ତାର ସମର୍ଥନ କରୁଛି। ଆମେରିକାର ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା ଏପ୍ରିଲ୍ରୁ ଜୁନ ୩୦ ତାରିଖ ମଧ୍ୟରେ ପାଇଥିବା ତଥ୍ୟ ଅନୁସାରେ, ଆଫଗାନିସ୍ତାନରେ ଯଦି ଗୃହଯୁଦ୍ଧ ଲାଗି ରହେ ତେବେ ଏହାର ଗଭୀର ପ୍ରଭାବ ପାକିସ୍ତାନ ଉପରେ ପଡ଼ିବ। ଏଥିରେ ପାକ୍ ବିରୋଧୀ ମତ ସୃଷ୍ଟି ହୋଇପାରେ। ତେଣୁ ଏହି ଭୟରେ ପାକିସ୍ତାନ ତାଲିବାନକୁ ସମର୍ଥନ କରିଛି ବୋଲି ଆମେରିକା ଗୋଇନ୍ଦା ରିପୋର୍ଟ କହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ପ୍ରଥମ ତ୍ରୟମାସିକରେ ପାକିସ୍ତାନ ଆଫଗାନିସ୍ତାନ ସୀମାବର୍ତ୍ତି ଅଞ୍ଚଳରେ ତାଲିବାନ ପାଇଁ ଆର୍ଥିକ ଯୋଗଦାନ ବଢ଼ାଇ ଦେଇଛି। ଗତ ୩ ମାସରେ ପାକ ସୀମବର୍ତ୍ତୀ ଅଞ୍ଚଳରେ ଆଫଗାନ ତାଲିବାନମାନେ ପାକ ଦୁକାନୀମାନଙ୍କ ଠାରୁ ୫୦ ଡଲାରୁ ଅଧିକ ଅର୍ଥରାଶି ମାଗୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାକିସ୍ତାନର କଚଲକ ବାଇପାସ,ପଖତୁନ ଆବାଦ, ଇଶାକ ଆବାଦ, ଓ ଫାରୁକିଆ ଅଞ୍ଚଳରେ ଓ ଶହରରେ ଚାନ୍ଦା ଆଦାୟ କରିବା ଏକ ସାଧାରଣ କଥା ହୋଇଗଲାଣି।






