ନୟାଗଡ଼, (ବାଘୁଆବାର୍ତ୍ତା): ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପି ସେୟାରିଂ ଘଟଣାରେ ଆଉ ଜଣେ ଓଡିଆ ଯୁବକଙ୍କୁ ଗିରଫ କରିଛି ଏସଟିଫ୍ । ଅଭିଯୁକ୍ତ ଜଣଙ୍କ ହେଲେ ପ୍ରଦ୍ୟୁମ୍ନ ସାହୁ । ପ୍ରଦ୍ୟୁମ୍ନକୁ ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ମହିତମା ଗ୍ରାମରୁ ଗିରଫ କରିଛି ଏସଟିଏଫ । ସେ ଜିଓ ଏବଂ ଆଇଡିଆର ମ୍ୟାନେଜର ଭାବେ କାମ କରୁଥିଲେ । ଓଟିପି ସ୍କାମ୍ ଘଟଣାର ମୁଖ୍ୟ ନାୟକ ବୋଲି ଜଣା ପଡିଛି । ଏହା ପୂର୍ବରୁ ନୟାଗଡ଼ରୁ ଆଉ ଦୁଇ ଜଣ ଗିରଫ ହୋଇଥିଲେ ।





