ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଟିପି ସେୟାରିଂରେ ପାକିସ୍ତାନ ଆତଙ୍କୀ ଲିଙ୍କ ପଦାକୁ ଆସିବା ପରେ ଏବେ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ଆଇଏସଆଇ ଏଜେଣ୍ଟଙ୍କ ତାଲିକା ମଳିଛି। ଜେରାବେଳେ ଟଙ୍କା ପଠାଇଥିବା ପାକିସ୍ତାନୀ ଏଜେଣ୍ଟଙ୍କ ନା କହିଛି ଅଭିଜିତ । ୧୦୦ରୁ ଅଧିକ ଏଜେଣ୍ଟଙ୍କ ସହ ସମ୍ପର୍କରେ ଥିଲା ଅଭିଜିତ । ସମସ୍ତ ଏଜେଣ୍ଟ ପାକିସ୍ତାନ ବର୍ଡର ଏରିଆ ଗୁଜୁରାଟ, ରାଜସ୍ଥାନ, ପଞ୍ଜବ ଓ ଜାମ୍ମୁକାଶ୍ମୀର ଅଞ୍ଚଳର ବୋଲି ଜଣାପଡ଼ିଛି । ଗତକାଲି ମିଳିତ ଭାବେ ଜେରା କରିଥିଲା ATS, NIA ଓ STF । ଆଇଏସଆଇ ଏଜେଣ୍ଟଙ୍କ ସହ ଟଙ୍କା ଟ୍ରାନଜେକ୍ସନ ଡିଟେଲସ ନେଇ ମୁମ୍ବାଇ ଫେରିଛି NIA ଓ ATS । ଆଜି ରିମାଣ୍ଡର ଶେଷ ଦିନରେ ଏସଟିଏଫ ମାରାଥନ ଜେରା କରିଛି। ରିମାଣ୍ଡରେ ମିଳିଥିବା ତଥ୍ୟକୁ ଆନାଲିସିସ କରୁଛି STF । ଆନାଲିସିସ ପରେ ଦ୍ବିତୀୟ ପଯ୍ୟାୟରେ ରିମାଣ୍ଡ ପାଇଁ ଆବେଦନ କରିବ ଗତକାଲି ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜମ୍ବୁରେକୁ ଏନ୍ଆଇଏର ୩ଜଣିଆ ଟିମ୍ ୬ଘଣ୍ଟା ଧରି ଜେରା କରିଥିଲେ। ହନିଟ୍ରାପ୍ ଏବଂ ଆତଙ୍କବାଦୀ ଫଣ୍ଡିଂ ସମ୍ପର୍କରେ ପଚରାଉଚରା କରିଥିଲା ଏନ୍ଆଇଏ। ପଚରାଉଚରା ବେଳେ ଅଭିଜିତ ଠାରୁ ହନିଟ୍ରାପ୍ ସମ୍ପର୍କରେ ଏକାଧିକ ତଥ୍ୟ ହାସଲ କରିଛି ଟିମ୍। ସେ ରାଜସ୍ଥାନରେ ଗିରଫ ହୋଇଥିବା ପାକିସ୍ତାନ ଗୁପ୍ତଚର ନୁର୍ ଫତିମାଙ୍କ ଲିଙ୍କ୍ରେ ଥିଲେ। ଫତିମା ରାଜସ୍ଥାନରେ ଥିବା ଆର୍ମି ଅଫିସର ଏବଂ ଅନ୍ୟ ଅଧିକାରୀଙ୍କୁ ପ୍ରେମ ଜାଲରେ ଫସାଉଥିଲେ। ପରେ ତାଙ୍କ ସହ ମିଶି ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ପାକିସ୍ତାନକୁ ପଠାଉଥିଲେ। ଯେଉଁଥି ପାଇଁ ଅଭିଜିତ ଫତିମାକୁ ଚିହ୍ନି୍ଥିଲେ। ପାକିସ୍ତାନ ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦ ମାଧ୍ୟମରେ ଫତିମାକୁ ଚିହ୍ନଥିଲେ। ପରେ ଫତିମାର ଆକାଉଣ୍ଟକୁ ମଧ୍ୟ ଅଭିଜିତ୍ ଟଙ୍କା ପଠାଇଛି। ଫତିମାକୁ ପୂର୍ବରୁ ନୟାଗଡ଼ରୁ ଗିରଫ ହୋଇଥିବା ପଠାଣି ସାମନ୍ତ ତାଙ୍କ ଲିଙ୍କ୍ରେ ଥିବା ଏନ୍ଆଇଏ ପଚରାଉଚରା ବେଳେ ଜାଣିବାକୁ ପାଇଛି। ପଠାଣି ସାମନ୍ତ ଓଡ଼ିଶାରୁ ବିଭିନ୍ନ ମନ୍ଦିର, ସେନା କ୍ୟାମ୍ପ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଫଟୋ ଭିଡିଓ କରି ପଶ୍ଚିମବଙ୍ଗର ଗୁଡୁ ମୁସ୍ଲିମ୍ ଏବଂ ଫିତିମା ନିକଟକୁ ପଠାଉଥିଲେ। ଫଳରେ ଫତିମା ଏବଂ ଗୁଡୁ ଏହି ସବୁ ତଥ୍ୟକୁ ପାକିସ୍ତାନ ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦକୁ ପଠାଉଥିଲେ। ସୋମବାର ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ ଅଭିଯୁକ୍ତ ଅଭିଜିତ୍ ସଞ୍ଜୟ। ସେ କହିଥିଲା ଯେ, ସେ ନିର୍ଦ୍ଦୋଷ, ତା ଅଜାଣତରେ ତାର ସିମ୍ ବ୍ୟବହାର ହୋଇଥିଲା। ମୋତେ ଫସାଇ ଦିଆଯାଇଛି। ଅପରପକ୍ଷେ ସେ ଓଡ଼ିଶାର ପଠାଣି ସାମନ୍ତ ଲେଙ୍କା ପାଖକୁ ବହୁବାର ଟଙ୍କା ଦେଇଥିବା ସ୍ୱୀକାର କରିଛନ୍ତି। ପାକିସ୍ତାନୀ ଶିକ୍ଷକ ମୋତେ ଫସାଇଦେଇଛନ୍ତି। ଅଭିଯୁକ୍ତ କେତେକ ସତ କହୁଛି ତାହା ଧରିବା ପାଇଁ ଏନ୍ଆଇଏ ପଚରାଉରା କରିଥିଲା। ଅନ୍ୟପଟେ ପାକିସ୍ତାନର ସିନିଅର ଇଣ୍ଟେଲିଜେନ୍ସ ଅଫିସର ହମିଦ ଓରଫ ଖୁରାମ ଦେଉଥିବା ୟୁପିଆଇରେ ଟଙ୍କା ପଠାଉଥିଲେ ଅଭିଜିତ। ଡାନିସ ଓ ଖୁରାମଙ୍କୁ ସେ ଜାଣି ନ ଥିବା କି ଆଇଏସ୍ଆଇ ଏଜେଣ୍ଟଙ୍କ ସହ କଥା ହୋଇନଥିବା କହିଛି। ଅଭିଜିତ ୫ଟି ନମ୍ୱର ଭିତରୁ ୩ଟି ନମ୍ୱରରେ ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହେଉଥିବା ପ୍ରମାଣ ମିଳିଛି। ମୁମ୍ୱଇରେ ଥିବା ବ୍ୟାଙ୍କ ଆକାଉଣ୍ଟ ବିବରଣୀ ମାଗିବ ଏସଟିଏଫ୍। କେଉଁ ସବୁ ଆକାଉଣ୍ଟରୁ କେତେ ଟଙ୍କା ଆସିଛି ତାହା ଜାଣିବା ପାଇଁ ଚାହୁଁଛି ଏସଟିଏଫ୍। ଅଭିଜିତ ଟଙ୍କା ପଠାଇଥିବା ଏଜେଣ୍ଟଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବ। ଓଡ଼ିଶାକୁ ପଠାଇଥିବା ୧୦ଟି ଆକାଉଣ୍ଟ ଫ୍ରିଜ୍ ହେବ ବୋଲି ଏସ୍ଟିଏଫ ପକ୍ଷରୁ କୁହାଯାଇଛି। ଆଜି ୫ଟାରେ ଅଭିଜିତର ରିମାଣ୍ଡ ଶେଷ ହେବା ପରେ କୋର୍ଟରେ ହାଜର କରାଯାଇ ଝାରପଡ଼ା ଜେଲ୍କୁ ପଠାଇ ଦିଆଯିବ।





