ଖୋର୍ଦ୍ଧା,(ବାଘୁଆବାର୍ତ୍ତା): ରାଜ୍ୟରେ ଥମୁନି ପକ୍ଷୀ ଶିକାର । ସଚେତନା କରାଯାଉଥଲେ ମଧ୍ୟ ଦିନ କୁ ଦିନ ବଢିଚାଲିଛି ବିଭିନ୍ନ ପଶୁ ପକ୍ଷୀ ଶିକାର । କଟକଣା ଥିଲେ ମଧ୍ୟ ଶିକାରୀ କରୁଛନ୍ତି ପକ୍ଷୀ ଶିକାର । ଯାହାଫଳରେ ଆଜି ଜଣେ ପକ୍ଷୀ ଶିକାରୀକୁ ଗିରଫ୍ କରାଯାଇଥିବା ଜଣାପଡିଛି । ଆଜି ଜଣେ ଶିକାରୀ ଚିକିଲା ଅଞ୍ଚଳରେ ବିଦେଶାଗତ ପକ୍ଷୀଙ୍କ କଇଁଫୁଲରେ ବିଷ ଦେଇ ପକ୍ଷୀ ଶିକାର କରିଥିବା ଜଣାପଡିବା ପରେ ବନ୍ୟପ୍ରାଣୀ ବିଭାଗ ତରଫରୁ ଶିକାରୀକୁ ଗିରଫ୍ କରାଯିବା ସହିତ ମୃତ ପକ୍ଷୀ, ସାଇକେଲ, ମୋବାଇଲ ଫୋନ ଏବଂ କଇଁଫୁଲ ଜବତ କରିଛି । ତେବେ ଏଭଳି ଘଟଣା ଘଟିଛି ଚିଲିକା ଅଞ୍ଚଳରେ । ବନ୍ୟପ୍ରାଣୀ ବିଭାଗ ଗିରଫ କରିଥିବା ଶିକାରୀ ଜଣକ ସର୍ବେଶ୍ୱର ପ୍ରଧାନ ଘର ଟାଙ୍ଗୀ ଥାନା କାଟିକା ଗୋଠ କଲୋନୀ ବୋଲି ଜଣାପଡିଛି ।





