Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନାରେ ଚାଲିଗଲେ ପଦ୍ମବିଭୂଷଣ ସୁନ୍ଦରଲାଲ

by ସଞ୍ଜୟ ସ୍ୱାଇଁ
May 21, 2021
in NATIONAL NEWS
କରୋନାରେ ଚାଲିଗଲେ ପଦ୍ମବିଭୂଷଣ ସୁନ୍ଦରଲାଲ
179
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପରିବେଶର ସୁରକ୍ଷା ଯାହା ପାଇଁ ଦିନରାତି ଏକ ଥିଲା ସେ ଆଉ ନାହାନ୍ତି । ସାରା ଜୀବନ ପରିବେଶ ସୁରକ୍ଷା ଦିଗରେ ନିଜ ଜୀବନକୁ ଜଳଞ୍ଜଳୀ ଦେଇ କାର୍ଯ୍ୟ କରି ଆସୁଥିବା ବିଶିଷ୍ଟ ପରିବେଶବିତ୍ ସୁନ୍ଦରଲାଲ ବହୁଗାଣା ଆଉ ନାହାନ୍ତି । କିଛିଦିନ ହେଲା କରୋନା ସଂକ୍ରମିତ ହୋଇ ଋଶିକେଶ ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ହୋଇଥିବା ଜଣାପଡିଛି । ସୁନ୍ଦରଲାଲ ହିମାଳୟରରେ ଥିବା ଜଙ୍ଗଲ ଗୁଡିକର ସଂରକ୍ଷଣ ପାଇଁ ଦୀର୍ଘ ବର୍ଷ ହେଲା ଲଢେଇ କରୁଥିଲେ । ୧୯୭୦ ମସିହାରେ ଚିପକୋ ମୁଭମେଣ୍ଟ ଓ ୧୯୮୦ରେ ତେହରି ଡ୍ୟାମ ବିରୋଧ ଆନ୍ଦୋଳନରେ ସକ୍ରିୟ ହୋଇଥିଲେ । ଚିପକୋ ଆନ୍ଦୋଳନ ମାଧ୍ୟମ ସେ ଘରୱାଲ ଅଞ୍ଚଳରେ ଥିବା ଗାଁ ଲୋକଙ୍କୁ ମେଳି କରିଥିଲେ । ଉକ୍ତ ଅଞ୍ଚଳରେ ଥିବା ସମସ୍ତ ଗଛ ଗୁଡିକୁ କୁଣ୍ଢାଇବା ପାଇଁ କହିଥିଲେ । ତେହରୀ ଡ୍ୟାମ ପାଇଁ ଗଛ କାଟିବାର ଆବଶ୍ୟକ ହେଉଥିବାରୁ ଗଛ କଟାକୁ ବିରୋଧ କରି ସୁନ୍ଦରଲାଲ ସମସ୍ତ ଲୋକଙ୍କୁ ଉତ୍ସାହିତ କରି ଗଛକୁ କୁଣ୍ଢାଇ ଧରିବାକୁ କହିଥିଲେ । ଯାହାଫଳରେ ଗଛ କଟା ବନ୍ଦ ହୋଇଥିଲା । ଏହି ଆନ୍ଦୋଳନକୁ ଚିପକୋ ଆନ୍ଦୋଳନ ଭାବେ ପରିଚୟ ହାସଲ କରିଥିଲା । ପରିବେଶ ପ୍ରତି ରକ୍ଷଣା ବେକ୍ଷଣା ସହ ନିଜ ଜୀବନକୁ ପରିବେଶ ପାଇଁ ଉତ୍ସର୍ଗ କରିଥିବାରୁ ତାଙ୍କୁ ଭାରତ ସରକାର ୧୯୮୧ ମସିହାରେ ପଦ୍ମଶ୍ରୀ ଓ ୨୦୦୯ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରିବେଶକୁ ଭଲ ପାଉଥିବା ବ୍ୟକ୍ତି ଆଜି ମହାମାରୀ କରୋନାରେ ଚାଲିଗଲେ । ତାଙ୍କର ଏହି ଦେହାନ୍ତ ହେବା ଖବର ପ୍ରସାରିତ ହେବା ପରେ ଉକ୍ତ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!