ନୟାଗଡ଼,(ବାଘୁଆବାର୍ତ୍ତା): ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର +୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ପାଢ଼ୀ ଟ୍ୟୁଟୋରିଆଲ, ନୟାଗଡ଼ ସର୍ବୋତ୍କୃଷ୍ଟ ସଫଳତା ହାସଲ କରିଛି । ଏହି ଅନୁଷ୍ଠାନର ୩୭ ଜଣ ଛାତ୍ରଛାତ୍ରୀ ଶତକଡା ୯୦ ପ୍ରତିଶତ(ଇ୧) ଉପରେ ମାର୍କ ରଖିଛନ୍ତି । ଏହା ଏକ ଐତିହାସିକ ସଫଳତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ନୟାଗଡ଼ ଜିଲ୍ଲାର +୨ ବିଜ୍ଞାନର ଅଗ୍ରଗତି ନିମନ୍ତେ ପାଢ଼ୀ ଟ୍ୟୁଟୋରିଆଲ ଏକ ଅଗ୍ରଣୀ ଭୂମିକା ନେଉଛି ବୋଲି ସମସ୍ତେ ମତାମତ ଦେଇଛନ୍ତି ।






