Sunday, October 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଷ୍ଟାର ବ୍ୟାଡମିଣ୍ଟନ ପିଭି ସିନ୍ଧୁ ଜିତିଲେ ବ୍ରୋଞ୍ଜ ପଦକ

by ସଞ୍ଜୟ ସ୍ୱାଇଁ
August 1, 2021
in NATIONAL NEWS, Sports, WORLD
ଷ୍ଟାର ବ୍ୟାଡମିଣ୍ଟନ ପିଭି ସିନ୍ଧୁ ଜିତିଲେ ବ୍ରୋଞ୍ଜ ପଦକ
91
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ଟୋକିଓରୁ ଆସିଲା ଭଲ ଖବର। ବିଶ୍ବ କ୍ରୀଡା ମହାକୁମ୍ଭର ୧୦ମ ଦିନରେ ଭାରତକୁ ମିଳିଲା ଆଉ ଏକ ପଦକ। ବ୍ୟାଡମିଣ୍ଟନରେ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ କାଂସ୍ୟ ପଦକ ଜିତିଛନ୍ତି। ଚାଇନାର ବିଗଜିଆଓଙ୍କୁ ମାତ୍‌ ଦେଇ ଟୋକିଓରେ ପଦକ ଜିତିଲେ ସିନ୍ଧୁ। ଦ୍ବିତୀୟ ଭାରତୀୟ ଭାବେ ଟୋକିଓରେ ପଦକ ଜିତିଲେ ପିଭି ସିନ୍ଧୁ। ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ପିଭି ସିନ୍ଧୁଙ୍କୁ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ବ୍ରୋଞ୍ଜ ପଦକ ପାଇଁ ରବିବାର ଖେଳାଯାଇଥିବା ମୁକାବିଲାରେ ଦମଦାର ପ୍ରଦର୍ଶନ କରିଥିଲେ ପିଭି। ଖେଳ ଆରମ୍ଭରୁ ହିଁ ବିପକ୍ଷ ଖେଳାଳିଙ୍କ ଉପରେ ଆଟାକ କରିଥିଲେ ପିଭି ସିନ୍ଧୁ। ଯାହାଫଳରେ ପ୍ରଥମ ସେଟକୁ ୨୧-୧୩ରେ ଜିତିଥିଲେ ସିନ୍ଧୁ। କିନ୍ତୁ ଦ୍ବିତୀୟ ସେଟରେ ଚାଇନା ଖେଳାଳି କମ୍‌ବ୍ୟାକ୍‌ କରିବା ସହ ପିଭିଙ୍କୁ ଟକ୍କର ଦେଇଥିଲେ। ହେଲେ ପିଭି ଚତୁରତା ସହ ଖେଳ ଜାରି ରଖିଥିଲେ। ପରିଶେଷରେ ସିନ୍ଧୁ ୨୧-୧୫ ରେ ଜିତି ବ୍ରୋଞ୍ଜ ପଦକ ଜିତିଥିଲେ। ବିଶ୍ଵ କ୍ରୀଡ଼ା ମହାକୁମ୍ଭ ‘ଅଲିମ୍ପିକ୍ସ’ର ଦ୍ଵିତୀୟ ଦିନରେ ଭାରତକୁ ମିଳିଥିଲା ସଫଳତା। ଭାରତୀୟ ମହିଳା ଭାରଉତ୍ତୋଳନ ଖେଳାଳି ମୀରାବାଈ ଚାନୁ ଜିତିଥିଲେ ରୌପ୍ୟ ପଦକ। ମହିଳା ୪୯କିଲୋ ବର୍ଗରେ ସେ ଭାରତ ପାଇଁ ଜିତିଥିଲେ ପଦକ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!