ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ମହାମାରୀ କରୋନା ଦ୍ୱିତୀୟ ଲହରରେ ଅକ୍ସିଜେନ୍ ସଂକଟ ଦେଖା ଦେଇଛି । ଅକ୍ସିଜେନ୍ ଯୋଗାଣ ପାଇଁ ବିଏମସି ବଡ଼ ପଦକ୍ଷେପ ଆପଣେଇଛି । ଏଣିକି ଘରେ ଚିକିତ୍ସିତ ହେବାକୁ ଚାହୁଁଥିବା ରୋଗୀଙ୍କୁ ଅକ୍ସିଜେନ୍ କନସେଣ୍ଟ୍ରେଟର ଯୋଗାଇ ଦିଆଯିବ । ରାଜ୍ୟ ସରକାର ବିଏମସିକୁ ୧୦୦ଟି ଅକ୍ସିଜେନ୍ କନସେଣ୍ଟ୍ରେଟର ଯୋଗାଇ ଦେଇଛନ୍ତି । ତେଣୁ ଏହି ସେବା ଆସନ୍ତା ସୋମବାର ଠାରୁ ଆରମ୍ଭ ହେବ ବୋଲି ବିଏମସି କମିଶନର ସଞ୍ଜୟ ସିଂ ପ୍ରକାଶ କରିଛନ୍ତି । ଅକ୍ସିଜେନ୍ କନସେଣ୍ଟ୍ରେଟର ନେଇ ଲୋକଙ୍କୁ ବୁଝାଇବା ପାଇଁ କଲସେଣ୍ଟର କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ବିଏମସି ପକ୍ଷରୁ ୧୫ଦିନ ହେଲା ସ୍ୱତନ୍ତ୍ର ଅଭିଯାନ ଜରିଆରେ ବିଭିନ୍ନ ବର୍ଗର ଲୋକଙ୍କୁ ଟିକାକରଣ ଚାଲିଥିବା ବେଳେ ସୋମବାର ଠାରୁ ୧୮ରୁ ୪୪ବର୍ଷ ବର୍ଗଙ୍କ ଟିକାକରଣ ତ୍ୱରାନୀତ କରାଯିବ ।






