Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏମକେସିଜି ଲିକ୍ୱିଡ ଅକ୍ସିଜେନ ପ୍ଲାଣ୍ଟ ଆଜି ଉଦଘାଟିତ ହେବ, କାଲିଠାରୁ ରୋଗୀଙ୍କୁ ଦିଆଯିବ ଅକ୍ସିଜେନ

by ସଞ୍ଜୟ ସ୍ୱାଇଁ
May 20, 2021
in Health, State
ଏମକେସିଜି ଲିକ୍ୱିଡ ଅକ୍ସିଜେନ ପ୍ଲାଣ୍ଟ ଆଜି ଉଦଘାଟିତ ହେବ, କାଲିଠାରୁ ରୋଗୀଙ୍କୁ ଦିଆଯିବ ଅକ୍ସିଜେନ
81
VIEWS
Share on FacebookShare on Twitter

ବ୍ରହ୍ମପୁର (ବାଘୁଆବାର୍ତ୍ତା): ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ କ୍ୟାମ୍ପସରେ ଲିକ୍ୱିଡ ଅକ୍ସିଜେନ ପ୍ଳାଣ୍ଟ ଉଦଘାଟନ ହେବ । ଅକ୍ସିଜେନ ପ୍ରୋସେସିଂ ପ୍ଲାଣ୍ଟର କାର୍ଯ୍ୟ ପୂର୍ବରୁ ସରିଥିବା ବେଳେ ବୁଧବାର ସନ୍ଧ୍ୟା ସୁଦ୍ଧା ପିଏମଏସଏସୱାଇ କୋଠାକୁ ଅକ୍ସିଜେନ ପାଇପ ବିଛା ମଧ୍ୟ ସରିଛି । ଆଜି ସକାଳୁ ଅକ୍ସିଜେନ ପାଇପ ମେନିଫୋଲ୍ଡ ରୁମକୁ ସଂଯୋଗ କରାଯିବ ଏବଂ ଠିକ କାର୍ଯ୍ୟକରୁଛି କି ନାହିଁ ପରୀକ୍ଷା ହୋଇଛି । ସନ୍ଧ୍ୟା ୫ଟା୩୦ରେ ପ୍ଲାଣ୍ଟ ଉଦଘାଟନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଏମକେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର କହିଛନ୍ତି । ଆଜି ହିଁ ଲିକ୍ୱିଡ ଅକ୍ସିଜେନ ଯାଜପୁରରୁ ଆସିବ । ସନ୍ଧ୍ୟାରେ ପ୍ଲାଣ୍ଟ ଉଦଘାଟନ ହେବା ପରେ ଶୁକ୍ରବାର ରୋଗୀଙ୍କୁ ଅକ୍ସିଜେନ ଦେବା ବ୍ୟବସ୍ଥା କରାଯାଉଛି ବୋଲି ଅଧୀକ୍ଷକ ପ୍ରଫେସର ଡା.ମିଶ୍ର କହିଛନ୍ତି । ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ଅକ୍ସିଜେନ ଟ୍ୟାଙ୍କର ଗତ ୭ ତାରିଖରୁ ଡେରାଡୁନରୁ ଏମକେସିଜିକୁ ଅଣାଯାଇଥିଲା । ୧୦ ତାରିଖ ମଧ୍ୟରେ ଟ୍ୟାଙ୍କର ସ୍ଥାପନ କରାଯିବା ସହ ପ୍ରୋସେସିଂ ମେସିନ ମଧ୍ୟ ଲଗାଯାଇଥିଲା । କିନ୍ତୁ ପାଇପ ବିଛାଇବାରେ କିଛିଟା ବିଳମ୍ବ ହୋଇଥିଲା । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଏମକେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ରଙ୍କ ଉଦ୍ୟମରେ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଗୁରୁବାର ସନ୍ଧ୍ୟାରେ ଉଦଘାଟନ କରାଯିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!