ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହାମାରୀ କରୋନାରେ ସଂକ୍ରମିତ ହୋଇ ରୋଗୀମାନେ ଅକ୍ସିଜେନ୍ ନପାଇ ବହୁ ସଂଖ୍ୟାରେ ମୃତ୍ୟୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ମିତଲ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ରାଜ୍ୟ ସରକାରଙ୍କୁ ଅକ୍ସିଜେନ ଭରା ସିଲିଣ୍ଡର ପ୍ରଦାନ କରାଯାଇଛି । ରାଜ୍ୟ ଔଷଧ ନିଗମ ପରିସରରେ ଇପିକଲ ଏମ୍.ଡି ନୀତିନ ଭାନୁଦାସ ଜାୱଲେଙ୍କୁ ନିପନ ଷ୍ଟିଲ୍ କର୍ତ୍ତୃପକ୍ଷ ୫ହଜାର ଅକ୍ସିଜେନ ଭରା ସିଲିଣ୍ଡର ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ୧୩୦୦ଶହ ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ କରିଥିଲା ନିପନ୍ ଷ୍ଟିଲ୍ । ଏହି ସିଲିଣ୍ଡରକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପ୍ରାୟ ୪୦ହଜାର ଅକ୍ସିଜେନ୍ ସିଲିଣ୍ଡର ଉପଲବ୍ଧ ଥିବା ଜଣାପଡିଛି । ରାଜ୍ୟରେ କରୋନା ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ଦୈନିକ କରୋନା ଆକ୍ରାନ୍ତଙ୍କ ପାଇଁ ୧୦ହଜାର ଅକ୍ସିଜେନ୍ ସିଲିଣ୍ଡର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା ବିପୁଳ ପରିମାଣର ଅକ୍ସିଜେନ୍ ଓଡ଼ିଶାରେ ଉପଲବ୍ଧ ରହିଛି । ଏହାସହ ଆବଶ୍ୟକତା ଅନୁସାରେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ସିଲିଣ୍ଡର ପଠାଉଛନ୍ତି ରାଜ୍ୟ ସରକାର ।





