Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୬ ପ୍ରଜାତିର ପେଚାଙ୍କୁ ତନ୍ତ୍ର-ମନ୍ତ୍ର ଏବଂ ଅନ୍ଧବିଶ୍ୱାସ କାରଣରୁ ମାରି ଦିଆଯାଏ

by ସଞ୍ଜୟ ସ୍ୱାଇଁ
August 5, 2021
in Feature News, State
୧୬ ପ୍ରଜାତିର ପେଚାଙ୍କୁ ତନ୍ତ୍ର-ମନ୍ତ୍ର ଏବଂ ଅନ୍ଧବିଶ୍ୱାସ କାରଣରୁ ମାରି ଦିଆଯାଏ
98
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଆମ ଦେଶରେ ପ୍ରାୟ ୨୫୦ ପ୍ରଜାତିର ପେଚା ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩୬ ପ୍ରକାରର ପେଚାଙ୍କୁ ଭାରତରେ ଦେଖିବାକୁ ମିଳିଥାଏ । କିନ୍ତୁ ଏଥିମଧ୍ୟରେ ଚିନ୍ତାଜନକ ବିଷୟ ଯେ, ପ୍ରାୟ ୧୬ ପ୍ରଜାତିର ପେଚାଙ୍କୁ ତନ୍ତ୍ର-ମନ୍ତ୍ର ଏବଂ ଅନ୍ଧବିଶ୍ୱାସ କାରଣରୁ ମାରି ଦିଆଯାଏ । ଏ ସମ୍ପର୍କରେ ବିଶ୍ୱ ବନ୍ୟଜନ୍ତୁ ପାଣ୍ଠି (ଡବ୍ଲୁଡବ୍ଲୁଏଫ୍) ଏବଂ ଟ୍ରାଫିକ୍ ସଂସ୍ଥା ଦ୍ୱାରା ଅନ୍ତରାଷ୍ଟ୍ରୀୟ ପେଚା ସଚେତନତା ଦିବସ ଅର୍ଥାତ୍ ଅଗଷ୍ଟ ୪ ତାରିଖରେ ସୂଚନା ଦିଆଯାଇଛି । ଏହି ସଂସ୍ଥା ଅନୁଯାୟୀ ଭାରତରେ ପେଚା ମାନେ ଅଧିକ ସଂଖ୍ୟାରେ ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି । ଅନେକ କ୍ଷେତ୍ରରେ, ଅଲୌକିକବାଦୀ ଏବଂ ଅନ୍ୟ ଅନ୍ଧବିଶ୍ୱାସୀ ଲୋକମାନେ ସେମାନଙ୍କ ଶରୀରର ବିଭିନ୍ନ ଅଂଶ ବ୍ୟବହାର କରିବା ପାଇଁ ପେଚାଙ୍କୁ ଧରି ହତ୍ୟା କରୁଛନ୍ତି । ଏସବୁ ଭିତରେ ଯେଉଁ ପେଚା ମାନେ ବିରଳ ସେମାନଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଏଥିରେ ସବୁଠାରୁ ବଡ଼ କାରଣ ହେଉଛି ଶିକାର ଓ ତସ୍କରୀ । କିଛି ଲୋକ ଏହି ପରିବେଶରେ ଏହି ପକ୍ଷୀମାନଙ୍କ ମହତ୍ତ୍ୱକୁ ବୁଝି ନପାରି ସେମାନଙ୍କୁ ମାରି ଦେଉଛନ୍ତି । ତନ୍ତ୍ର-ମନ୍ତ୍ରୀ କରିବା ଉଦ୍ଦେଶ୍ୟରେ ପାଖାପାଖି ୧୬ ପ୍ରକାର ପ୍ରଜାତିର ପେଚାଙ୍କୁ ମାରି ଦେଉଛନ୍ତି । ଏହା ଭାରତର ଅନେକ ଗୁଡ଼ିଏ ସ୍ଥାନରେ ହେଉଥିବା ଜଣାପଡ଼ିଛି । ଖାସ୍ କରି ଏମାନଙ୍କ ପର, ପଞ୍ଝା, କିଡନୀ, ଆଖି, ଚର୍ବି, ଥଣ୍ଟ, ଅଣ୍ଡା, କାମ ପରି ବିଭିନ୍ନ ଅଂଶକୁ ସେମାନଙ୍କର ତନ୍ତ୍ର-ମନ୍ତ୍ରରେ ବ୍ୟବହାର କରନ୍ତି । ଡବ୍ଲୁଡବ୍ଲୁଏଫ୍ ଇଣ୍ଡିଆର ସିଇଓ ରବି ସିଂ କହିଛନ୍ତି ଯେ, ପେଚା ମାନେ ହେଉଛନ୍ତି ଶିକାର କରୁଥିବା ପକ୍ଷୀ ଏମାନେ କୃଷକର ସାଥୀ ହୋଇଥାନ୍ତି । କାରଣ ଚାଷ ଜମିକୁ ମୂଷା ମାନଙ୍କ ଠାରୁ ଏମାନେ ରକ୍ଷା କରନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!