Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ୟୁନିଅନ ଅଫ ଜର୍ନାଲିଷ୍ଟ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ତିନି ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ

by ସଞ୍ଜୟ ସ୍ୱାଇଁ
February 14, 2025
in Nayagarh, State
ନୟାଗଡ଼ ୟୁନିଅନ ଅଫ ଜର୍ନାଲିଷ୍ଟ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ତିନି ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ
328
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟର ସର୍ବ ବୃହତ ସାମ୍ବାଦିକ ସଙ୍ଗଠନ ଓଡିଶା ୟୁନିଅନ ଅଫ ଜର୍ନାଲିଷ୍ଟ ସଦସର୍ବଦା ସାମ୍ବାଦିକ ମାନଙ୍କର ମୁଖ୍ୟ ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଉଛି । ଓୟୁଜେର ରାଜ୍ୟ ସଭାପତି ପ୍ରଶନ୍ନ ମହାନ୍ତିଙ୍କ ନିର୍ଦ୍ଦେଶରେ ସାମ୍ବାଦିକ ମାନଙ୍କର ମୁଖ୍ୟ ସମସ୍ୟା ସମାଧାନ ନିମନ୍ତେ ତିନି ଦଫା ସମ୍ବଳିତ ଦାବି ପ୍ରତ୍ୟେକ ଜିଲ୍ଲାରୁ ପ୍ରଦାନ କରାଯାଉଛି । ଆଜି ନୟାଗଡ଼ ୟୁନିଅନ ଅଫ ଜର୍ନାଲିଷ୍ଟ ପକ୍ଷରୁ ନୟାଗଡ଼ ଜିଲ୍ଲା ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ, ଉପଦେଷ୍ଟା ସଞ୍ଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ପ୍ରଦାନ କରାଯାଇଛି । ସୁଚନାନୁସାରେ ନୂତନ ସରକାରଙ୍କୁ ଆଠ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସାମ୍ବାଦିକ ମାନଙ୍କର କୌଣସି ମୁଳ ସମସ୍ୟାର ସମାଧାନ ହୋଇପାରି ନାହିଁ । ଓଡିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ଏ ସମ୍ବନ୍ଧରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ ଦାବି କରାଯାଇଛି । ଓୟୁଜେ ପକ୍ଷରୁ ମୌଳିକ ଦାବି, “ପେନ୍‌ସନ୍‌, ପ୍ରୋଟେକ୍‌ସନ୍ ଓ ଆକ୍ରିଡେସନ” ପ୍ରତି ରାଜ୍ୟ ସରକାର ସମ୍ପୁର୍ଣ୍ଣ ଉଦାସୀନ ରହିଛି । ରାଜ୍ୟର ସର୍ବ ବୃହତ ଓ ସର୍ବ ପୁରାତନ ସାମ୍ବାଦିକ ସଂଘ “ଓଡିଶା ସାମ୍ବାଦିକ ୟୁନିଅନ” (ଓୟୁଜେ) ଏସବୁ ବାବଦରେ ଏକାଧିକବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ମାତ୍ର ଏଯାବତ୍ କୌଣସି ଅନୁକୁଳ ପ୍ରତିକ୍ରିୟା ମିଳିନାହିଁ ।

ବଜେଟ୍ ଅଧିବେଶନ ସମୟରେ ସାମ୍ବାଦିକଙ୍କ ଦାବିକୁ ବିଚାରକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଏହି ବଜେଟ ଅଧିବେଶନରେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କର ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ଦାବି କରାଯାଇଛି । ଯଦି ସରକାର ସମସ୍ତ ପ୍ରତିଶୃତି ପୁରଣ ନକରନ୍ତି ତେବେ ଆଗାମୀ ଦିନରେ ପୁଣି ଥରେ ଓୟୁଜେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦାବି କରାଯାଇଛି । ମୁଖ୍ୟତଃ ଯେଉଁ ତିନି ଗୋଟି ଦାବି ରହିଛି ରାଜ୍ୟରେ ଅବସରପ୍ରାପ୍ତ ସାମ୍ବାଦିକ ମାନଙ୍କୁ ମାସିକ ଅନ୍ୟୁନ ୨୫ ହଜାର ଟଙ୍କାର ପେନ୍‌ସନ ପ୍ରଦାନ କରାଯାଉ । “ଦେଶର ୧୮ଟି ରାଜ୍ୟରେ ଏବେ ସାମ୍ବାଦିକ ମାନେ ପେନ୍‌ସନ୍ ସୁବିଧା ପାଉଛନ୍ତି ।” ସାମ୍ବାଦିକ ମାନଙ୍କ ନିରାପତ୍ତା ପାଇଁ ବିଧାନ ସଭାର ଚଳିତ ଅଧିବେଶନରେ ସାମ୍ବାଦିକ ସୁରକ୍ଷା ଆଇନ (Journalists Protection Act.) ପ୍ରଣୟନ କରାଯାଉ । ମହାରାଷ୍ଟ୍ର ଓ ଛତିଶଗଡ଼ ସରକାର ଏଭଳି ଆଇନ ପ୍ରଣୟନ କରିସାରିଛନ୍ତି । ରାଜ୍ୟରେ ଦୀର୍ଘ ୧୬ ବର୍ଷ ହେଲା ସାମ୍ବାଦିକ ଅଧିସ୍ୱୀକୃତି କମିଟି ନାହିଁ । ପ୍ରଚଳିତ ଅଧିସ୍ୱୀକୃତି ନିୟମ ଢେର୍ ପୁରୁଣା । ଏ ବାବଦରେ ପ୍ରେସ୍ କାଉନ୍‌ସିଲ ପକ୍ଷରୁ ପୂର୍ବସରକାରଙ୍କ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା ହୋଇନାହିଁ । ଓୟୁଜେର ଦାବି ହେଲା ତୁରନ୍ତ ରାଜ୍ୟରେ ସାମ୍ବାଦିକ ଅଧିସ୍ୱୀକୃତି କମିଟି (Journalists Accreditation Committee) ଗଠନ କରାଯାଉ ଓ ପି.ଆଇ.ବି. ଢାଞ୍ଚାରେ ରାଜ୍ୟ ଅଧିସ୍ୱୀକୃତି ନିୟମରେ ଆବଶ୍ୟକୀୟ ସଂଶୋଧନ କରାଯାଉ । ବରିଷ୍ଠ ସାମ୍ବାଦିକଙ୍କୁ Veteran Journalist କିମ୍ବା Distinguished Journalist ଭାବେ ଅଧିସ୍ୱୀକୃତି ପ୍ରଦାନ କରାଯାଉ । ଆଜିର ଏହି କାର୍ଯ୍ୟକ୍ରମରେ ଓୟୁଜେର ସଦସ୍ୟ ମାନେ ଯୋଗ ଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!