Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନଲାଇନ ନ୍ୟୁଜ ପ୍ରସାରଣ ସଂସ୍ଥାକୁ ୧୫ ଦିନ ସମୟ ଦେଲେ କେନ୍ଦ୍ର ସରକାର, ଜାରି ହେଲା ଗାଇଡଲାଇନ, ସରକାରଙ୍କ ଦ୍ୱାରା ପରିଚାଳିତ ହେବ

by ସଞ୍ଜୟ ସ୍ୱାଇଁ
May 27, 2021
in NATIONAL NEWS
ଅନଲାଇନ ନ୍ୟୁଜ ପ୍ରସାରଣ ସଂସ୍ଥାକୁ ୧୫ ଦିନ ସମୟ ଦେଲେ କେନ୍ଦ୍ର ସରକାର, ଜାରି ହେଲା ଗାଇଡଲାଇନ, ସରକାରଙ୍କ ଦ୍ୱାରା ପରିଚାଳିତ ହେବ
198
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଡିଜିଟାଲ ମିଡିଆ ପ୍ଲାଟଫର୍ମ ଓ ଓଟିଟି ପ୍ଲାଟଫର୍ମ ଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ବୁଧବାରଠାରୁ ଲାଗୁ ହୋଇଥିବା ନୂଆ ଡିଜିଟାଲ ମିଡିଆ ନିୟମକୁ ଅନୁପାଳନ କରିବା ଉପରେ କ’ଣ ସବୁ ପଦକ୍ଷେପ ନେଇଛନ୍ତି । ଏହାର ବିସ୍ତୃତ ତଥ୍ୟ ଦେବାକୁ ଆଜି ସରକାର ଉକ୍ତ ସଂସ୍ଥାଗୁଡିକୁ ୧୫ ଦିନର ସମୟ ଦେଇଛନ୍ତି । ସୂଚନା ପ୍ରଯୁକ୍ତି ନିୟମ ୨୦୨୧ ପ୍ରଥମଥର ପାଇଁ କାର୍ଯ୍ୟକାରୀ କରାଯାଇଛି । ଏହାଦ୍ୱାରା ଡିଜିଟାଲ ମିଡିଆ ଅର୍ଗାନାଇଜେସନ, ଓଟିଟି ଷ୍ଟ୍ରିମିଂ ଓ ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ସରକାରଙ୍କ ଦ୍ୱାରା ପରିଚାଳିତ ହେବ । ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ସଂସ୍ଥାଗୁଡ଼ିକ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ବିସ୍ତୃତ ତଥ୍ୟ ଦେବାକୁ କେନ୍ଦ୍ର ସରକାର ୧୫ ଦିନର ସମୟ ଦେଇଛନ୍ତି । ସୂଚନା ପ୍ରସାରଣ ମନ୍ତ୍ରଣାଳୟ କମ୍ପାନୀର ନାଁ, ନିର୍ଦ୍ଦେଶକଙ୍କ ନାମ, ଠିକଣା, ଫୋନ ନମ୍ବର, ଅଭିଯୋଗ ସମାଧାନ କରିବାକୁ ଥିବା ଅଧିକାରୀଙ୍କ ନାଁ ଇତ୍ୟାଦି ବିଷୟରେ ସୂଚନା ମାଗିଛି । ଏପର୍ଯ୍ୟନ୍ତ ପ୍ରାୟ ୬୦ଟି ଡିଜିଟାଲ ନ୍ୟୁଜ ପ୍ଲାଟଫର୍ମ ନୂତନ ନିୟମ ଅନୁଯାୟୀ ନିଜସ୍ୱ ରେଗୁଲେସନ ସଂସ୍ଥା ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । କିଛି ପ୍ରକାଶନ ସଂସ୍ଥା ନୂତନ ନିୟମ ଅନୁଯାୟୀ ପଞ୍ଜୀକରଣ କରିବାକୁ ମନ୍ତ୍ରଣାଳୟକୁ ଚିଠି ମଧ୍ୟ ଲେଖିଛନ୍ତି । ନୂଆ ନିୟମ ଅନୁଯାୟୀ, ଡିଜିଟାଲ ନ୍ୟୁଜ ମିଡିଆ ପ୍ରେସ କାଉନସିଲ ଅଫ ଇଣ୍ଡିଆର ନିୟମ ଅଧୀନକୁ ଆସିଛନ୍ତି । ନୂଆ ୱେବସାଇଟ ଗୁଡିକ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ପଞ୍ଜୀକରଣ କରିବାକୁ ବାଧ୍ୟ । ଡିଜିଟାଲ ବା ସୋଶିଆଲ ମିଡିଆର ଗାଇଡଲାଇନ ଜାରି କରି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବ ି ଶଙ୍କର ପ୍ରସାଦ କହିଥିଲେ, ଲୋକଙ୍କୁ ସେବା ଯୋଗାଉଥିବା ସବୁ ସଂସ୍ଥା ନିଜ ପାଖରେ ଅଭିଯୋଗ ପ୍ରକୋଷ୍ଠ ପ୍ରତିିଷ୍ଠା କରିବେ । ଭାରତର ଅଖଣ୍ଡତା, ସାର୍ବଭୌମତ୍ୱ ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ବିଷୟବସ୍ତୁକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଏହା ଉପରେ ନଜର ରଖିବା ପାଇଁ ଏକାଧିକ ମନ୍ତ୍ରଣାଳୟ ଓ ଏଥିକ୍ସ କୋଡର ବ୍ୟବସ୍ଥା କରାଯିବ । ଅଭିଯୋଗ ଆସିବାର ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତି ଡିଜିଟାଲ ମିଡିଆ ପ୍ଲାଟଫର୍ମ ଏହାକୁ ଗ୍ରହଣ କରିବାକୁ ବାଧ୍ୟ । ସେହିପରି ୧୫ ଦିନ ମଧ୍ୟରେ ସଂପୃକ୍ତ ସଂସ୍ଥାର ବିଷୟବସ୍ତୁ ବିରୋଧରେ ଆସିଥିବା ଅଭିଯୋଗକୁ ସମାଧାନ କରି ଏ ବିଷୟରେ ଘୋଷଣା କରିବାକୁ ହେବ । ଅଭିଯୋଗ ଗ୍ରହଣ କରୁଥିବା ଅଧିକାରୀ, ନୋଡାଲ କଣ୍ଟାକ୍ଟ ଅଧିକାରୀ ଓ ସ୍ଥାନୀୟ ଅଭିଯୋଗ ଗ୍ରହଣ କରୁଥିବା ଅଧିକାରୀଙ୍କ ନାଁ ମଧ୍ୟ ପ୍ରକାଶ କରିବା ବାଧ୍ୟତାମୂଳକ । ଯଦି କୌଣସି ସନ୍ଦିଗ୍ଧ ଟ୍ୱିଟ କିମ୍ବା ମେସେଜ ବିଷୟରେ ଖବର ପ୍ରକାଶ କରାଯାଉଛି, ତା’ହେଲେ ଏହାର ମୂଳ ଉତ୍ପତ୍ତି ବା ସ୍ରଷ୍ଟାଙ୍କ ବିଷୟରେ ଜଣାଇବାକୁ ପଡିବ । ସେହିପରି ଜାତୀୟ ସୁରକ୍ଷାପ୍ରତି ବିପଦ ସୃଷ୍ଟି କରିବା ଭଳି ଖବର ପ୍ରକାଶ କରିବା ବେଳେ ସୂତ୍ର କରିବାକୁ ପଡିବ । କୌଣସି ଆପତ୍ତିଜନକ କଣ୍ଟେଣ୍ଟ ଥିଲେ ଏହାକୁ ୨୪ ଘଣ୍ଟା ମଧ୍ୟରେ ଅପସାରଣ କରାଯିବ । ଆସନ୍ତା ୩ ମାସ ମଧ୍ୟରେ ନୂଆ ଗାଇଡଲାନକୁ କାର୍ଯ୍ୟକାରୀ କରାଯିବ । ଡିଜିଟାଲ ନ୍ୟୁଜ ମିଡିଆ ଏବଂ ଓଟିପି ପ୍ଲାଟଫର୍ମ ସେମାନଙ୍କ ତଥ୍ୟ ସାର୍ବଜନୀନ କରିବେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!