ଭୁବନେଶ୍ୱର, (ବାଘୁଆବାର୍ତ୍ତା): OTP ସେୟାରିଂ ମାମଲାରେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଲିଙ୍କ ନେଇ ଭୁବନେଶ୍ୱର STF କାର୍ଯ୍ୟାଳୟରେ ଛାନଭିନ୍ କରୁଛି ମହାରାଷ୍ଟ୍ର ଏଟିଏସ ଟିମ୍ । ଜେରା ବେଳେ ମିଳିଛି ଅନେକ ସାଙ୍ଘାତିକ ତଥ୍ୟ । ଓଡ଼ିଶାର ସିମକାର୍ଡ ପାକିସ୍ତାନରେ ଅପରେଟ ହେଉଥିଲା । ଏହି ମାମଲାରେ ଅଭିଜିତକୁ ମିଶାଇ ଏଯାଏଁ ୫ଜଣଙ୍କୁ ଗିରଫ କରାଯାଇଛି। ପାକିସ୍ତାନ ଆର୍ମିର ଗୁଇନ୍ଦା ଅଫିସର ଡାନିଶ ଅଲୀ ଏବଂ ଅବଦୁଲ ହମିଦଙ୍କୁ ଓଟିପି ପଠାଉଥିଲେ ଗିରଫ ଅଭିଯୁକ୍ତ ମାନେ । ପୁନେରୁ ଗିରଫ ହୋଇଥିବା ଅଭିଜିତ ସଞ୍ଜୟ ଜମ୍ବୁରେକୁ ଭୁବନେଶ୍ୱର ଏସ ଟି ଏଫ୍ କାର୍ଯ୍ୟାଳୟରେ ଜେରା କରୁଛନ୍ତି ତ ଏ ଟି ଏସ ଟିମ୍ । ଗିରଫ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜମ୍ବୁରେ ସହ ପୂର୍ବରୁ ଗିରଫ ହୋଇଥିବା ନୟାଗଡ଼ର ପଠାଣି ସାମନ୍ତ ଲେଙ୍କାର ସମ୍ପର୍କ ଥିଲା । ପଠାଣିର ଫୋନରୁ ଏହା ଜଣା ପଡିଛି। ୨୦୨୦ରୁ ପାକିସ୍ତାନ ଏଜେଣ୍ଟଙ୍କ ସହ ଅଭିଜିତ ସଞ୍ଜୟ ଜୁମ୍ବେରର ଥିଲା ସିଧାସଳଖ ସମ୍ପର୍କ । ପଠାଣି ସାମନ୍ତ ଲେଙ୍କା -ଅଭିଜିତ ଲିଙ୍କରେ ଥିଲା । OTP ସେୟାର ପାଇଁ ପଠାଣିକୁ ଟଙ୍କା ପଠାଉଥିଲା ଅଭିଜିତ । ଏହି ମାମଲାରେ ଅଧିକ ଛାନଭିନ୍ ପାଇଁ ଆବଶ୍ୟକ ହେଲେ NIA ସହଯୋଗ ନେବୁ ବୋଲି କହିଛନ୍ତି STF ଏସପି ।





