ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଓଟିପି ସେୟାରିଂ ମାମଲାରେ ନୂଆ ଟ୍ୱିଷ୍ଟ । ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଦୁବାଇ ଏବଂ ପାକିସ୍ତାନ ଯାଇଥିଲେ । ଜାତୀୟ ତଦନ୍ତକାରୀ ସଂସ୍ଥାର ତଦନ୍ତରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଦୁବାଇ ଏବଂ ପାକିସ୍ତାନ ବୁଲିବାକୁ ଯାଇଥିଲେ ଓଟିପି ସେୟାରିଂ ମାମଲାରେ ଗିରଫ ହୋଇଥିବା ଅଭିଜିତ ସଞ୍ଜୟ ଜାମ୍ବୁରେ, ପଠାଣି ସାମନ୍ତ ଓ ପଶ୍ଚିମବଙ୍ଗର ଗୁଡୁ କୁମାର । ଆତଙ୍କୀ ଲିଙ୍କ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ଭାରତର ଗୁଇନ୍ଦା ତଥ୍ୟ ଲିକ୍ କରିବା ପାଇଁ ଏମାନେ ବିଦେଶ ଯାଇଥିଲେ । NIA ତଦନ୍ତ ସମୟରେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ତେଣୁ ସେଠାରୁ କାହାକୁ ଭେଟିଥିଲେ ? କଣ’ କଣ’ ତଥ୍ୟ ପାକିସ୍ତାନ ଗୁପ୍ତଚରଙ୍କୁ ପ୍ରଦାନ କରିଛନ୍ତି, ସେ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେବ NIA । ସେପଟେ ଆଜି ପଠାଣିସାମନ୍ତକୁ ୫ ଦିନିଆ ରିମାଣ୍ଡରେ ନେଇଥାନ୍ତା ପଶ୍ଚିମବଙ୍ଗ STF । କିନ୍ତୁ କୋର୍ଟରେ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରିନପାରିବାରୁ ଦିନେ ଦୁଇ ଦିନ ବିଳମ୍ବ ହୋଇପାରେ। ଏବେ ମଧ୍ୟ ଶହେରୁ ଅଧିକ ଏଜେଣ୍ଟ ମ୍ୟୁଲ ଆକାଉଣ୍ଟ ଏବଂ ପ୍ରି ଆକ୍ଟିଭେଟେଡ୍ ସିମ ଜରିଆରେ କାରବାର ଚଳାଇଥିବା ନେଇ ସୂଚନା ପାଇଛି ଓଡିଶା STF ।





