Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘୁଞ୍ଚିଲା ଓଟିଇଟି ପରୀକ୍ଷା, ଇଣ୍ଟିଗ୍ରେଟେଡ ବିଏଡ୍, ଏମ୍‌ଏଡ୍ ସୁଯୋଗ

by ସଞ୍ଜୟ ସ୍ୱାଇଁ
June 12, 2023
in Education, State
ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି
188
VIEWS
Share on FacebookShare on Twitter

କଟକ (ବାଘୁଆବାର୍ତ୍ତା): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୨ ପରୀକ୍ଷା ଲାଗି ଇଣ୍ଟିଗ୍ରେଟେଡ୍ ବିଏଡ୍ ଏବଂ ଏମ୍‌ଏଡ୍ ଡିଗ୍ରୀଧାରୀଙ୍କୁ ସୁଯୋଗ ଦିଆଯାଇଛି । ପୂର୍ବରୁ ଉକ୍ତ ଡିଗ୍ରୀଧାରୀମାନେ ଓଟିଇଟି ଆବେଦନରୁ ବଞ୍ଚିତ ହୋଇଆସୁଥିଲେ । ତେବେ ଏମାନଙ୍କୁ ଓଟିଇଟି ପରୀକ୍ଷା ଦେବା ପାଇଁ ସୁଯୋଗ ଦେବା ଲାଗି ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବା ପରେ ଆସନ୍ତା ୨୩ ତାରିଖରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ ହେବାକୁ ଥିବା ଓଟିଇଟି-୨୦୨୨କୁ ଜୁଲାଇ ୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏ ନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂତନ ବିଜ୍ଞପ୍ତି ଆଧାରରେ ଫର୍ମ ପୂରଣ କରିପାରିନଥିବା ଇଣ୍ଟିଗ୍ରେଟେଡ୍ ବିଏଡ୍ ଏବଂ ଏମ୍‌ଏଡ୍ ଯୋଗ୍ୟତାଧାରୀମାନଙ୍କୁ ଆବେଦନ ଲାଗି ବୋର୍ଡ ପକ୍ଷରୁ ସମୟ ଦିଆଯାଇଛି । ଆସନ୍ତା ୧୨ ତାରିଖରୁ ୧୬ ତାରିଖ ରାତି ୧୨ଟା ପର‌୍ୟ୍ୟନ୍ତ ସେମାନେ ଆବେଦନ କରି ପାରିବେ । ଓଟିଇଟି-୨୦୨୨ର ଦ୍ୱିତୀୟ ପର‌୍ୟ୍ୟାୟ ପରୀକ୍ଷାର କାଟାଗୋରି-୧ରେ ଆବେଦନ ଲାଗି ପ୍ରାର୍ଥୀ ୩ ବର୍ଷୀୟା ଇଣ୍ଟିଗ୍ରେଟେଡ୍ ବିଏଡ୍ ସହ ପିଜିରେ ୫୫ ପ୍ରତିଶତ ନମ୍ବର କିମ୍ବା ଏମ୍‌ଏଡ୍ ଡିଗ୍ରି ହାସଲ କରିଥିବା ଆବଶ୍ୟକ । କାଟାଗୋରି-୨ରେ ଆବେଦନ ଲାଗି ଦୁଇ ବର୍ଷୀୟା ବିଏଡ୍ ଡିଗ୍ରୀ ସହ ପିଜିରେ ୫୦ ପ୍ରତିଶତ ନମ୍ବର କିମ୍ବା ୩ ବର୍ଷୀୟା ଇଣ୍ଟିଗ୍ରେଟେଡ୍ ବିଏଡ୍ ସହ ପିଜିରେ ୫୫ ପ୍ରତିଶତ ନମ୍ବର କିମ୍ବା ଏମ୍‌ଏଡି ଡିଗ୍ରୀ ରହିଥିବା ଆବଶ୍ୟକ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!