ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବିଶ୍ୱର ସର୍ବପୁରାତନ ଆଭୂଷଣ ଚିହ୍ନଟ କରାଯାଇଛି । ଜର୍ମାନ ସହରରେ ଏହି ଆଭୁଷଣର ଚିହ୍ନଟ କରାଯାଇଛି । ହରିଣ ଖୁରାରେ ନିର୍ମିତ ଏହି ଅଳଙ୍କାର ୫୧ ହଜାର ବର୍ଷ ତଳର ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଜର୍ମାନୀର ଷ୍ଟେଟ ସର୍ଭିସ ଫର କଲଚରାଲ ହେରିଟେଜ ଟିମଙ୍କ ରିପୋର୍ଟ ଅନୁସାରେ ନିଣ୍ଡରଥାଲ ପ୍ରଜାତିର ଲୋକେ ନିଜକୁ ସଜେଇବା ପାଇଁ ଏ ଭଳି ଅଳଙ୍କାର ପ୍ରସ୍ତୁତ କରୁଥିଲେ । ହାର୍ଜ ପାହାଡର ୟୁନିକର୍ଣ୍ଣ ଗୁମ୍ଫାରୁ ଏହା ମିଳିଥିଲା । ସେ ସମୟରେ ଆଭୂଷଣ ପ୍ରସ୍ତୁତ କରିବା ପାଇଁ ହାଡର ବ୍ୟବହାର କରାଯାଉଥିଲା ବୋଲି ଗବେଷକମାନେ କହିଛନ୍ତି । ଥ୍ରୀଡି ମାଇକ୍ରୋସ୍କୋପିକ ଓ ସିଟି ସ୍କାନରୁ ଏହା ସମ୍ବନ୍ଧରେ ଅନେକ ତଥ୍ୟ ମିଳିଛି ।





