Tuesday, May 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅପରେସନ ସିନ୍ଦୁରରେ ସେନାଙ୍କ ପରାକ୍ରମରେ ତ୍ରିରଙ୍ଗା ଶୋଭାଯାତ୍ରା

by ସଞ୍ଜୟ ସ୍ୱାଇଁ
May 15, 2025
in State
ଅପରେସନ ସିନ୍ଦୁରରେ ସେନାଙ୍କ ପରାକ୍ରମରେ ତ୍ରିରଙ୍ଗା ଶୋଭାଯାତ୍ରା
31
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା):  ଆତଙ୍କବାଦ ବିରୋଧରେ ଲଢେଇ ଅପରେସନ ସିନ୍ଦୂର” ରେ ଭାରତୀୟ ସେନା ର ପରାକ୍ରମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି। ଭାରତୀୟ ସେନାର ଏହି ଅଗାଢ଼ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଭଦ୍ରକ ଜିଲ୍ଲାରେ ପରାକ୍ରମ ଶୋଭା ଯାତ୍ରା /ତ୍ରିରଙ୍ଗା ଯାତ୍ରା ଆଜି ଦିବା ୮ ଘଟିକା ସମୟରେ ଜିଲ୍ଲ।ପାଳ ଙ୍କ କାର୍ଯ୍ୟଳୟ ପରିସର ଠାରୁ ଏକ ବିଶାଳ ସାଇକେଲ ଓ ମଟର ସାଇକେଲ ରାଲି କରାଯାଇଥିଲା। ଏଥିରେ ବିଭିନ୍ନ ସ୍କୁଲ୍,କଲେଜ ର ଶିକ୍ଷକ ଛାତ୍ରଛାତ୍ରୀ,ଏନସିସି, ସ୍କାଉଟ,ରେଡ କ୍ରସ, ଏନଏସଏସ, ମିଶନ ଶକ୍ତି ମହିଳା,ପୁଲିସ କର୍ମଚାରୀ,ଅଗ୍ନିଶ୍ରମ୍ ବାହିନୀ, ସ୍ଵଂୟ ସହାୟକ ଗୋଷ୍ଠୀ,ବରିଷ୍ଠ ନାଗରିକ ସଂଘ ର କର୍ମ କର୍ତ୍ତା, ରୋଟାରୀ କ୍ଲବ୍ ମିଡ ଟାଉନ, ଲାୟନ୍ସ୍ କ୍ଲବ୍, ଭଦ୍ରକ ବସ ସିଣ୍ଡିକେଟ ଏବଂ ବିଭିନ୍ନ ବ୍ଲକରୁ ଆସିଥିବା ସମାଜ ସେବୀ, ଜିଲ୍ଲପାଳ ଙ୍କ କ।ର୍ଯ୍ୟଳୟ ର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ। ମାନ୍ୟବର ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀ, ଜିଲ୍ଲ।ପାଳ ଶ୍ରୀ ଦିଲିପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଶାନ୍ତନୁ ମହାନ୍ତି ,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ )ଶ୍ରୀ ସରୋଜ ଦତ୍ତ,ଉପ ଜିଲ୍ଲ।ପାଳ ସୌରଭ ଚକ୍ରଭର୍ତ୍ତି, ସିଡ଼ିମ୍ଓ ଡ଼। ସୁଧାଂଶୁ ବଳ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ତଥା ଡେପୁଟୀ କଲେକ୍ଟର ଶ୍ରୀ କାର୍ତ୍ତିକ ନାଥ ମଣ୍ଡଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ତାପସ ସାମଲ ଏବଂ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇଥିଲେ।ଏହି ତ୍ରିରଙ୍ଗା ଯାତ୍ରା ରେ ପ୍ରାୟ ୨୦୦୦ ରୁ ଅଧିକ ଜନ ସାଧାରଣ ଯୋଗ ଦେଇ ଦେଶର ସାର୍ଵଭୌମତ ରକ୍ଷା ଉଦ୍ଧେଶ୍ୟରେ ସ୍ଲୋଗାନ ସହିତ ବିଭିନ୍ନ ଦେଶାମ୍ୟବୋଧକ ସଙ୍ଗୀତ ଗାନ କରିଥିଲେ। ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟରୁ ସାଇକେଲ ଓ ମୋଟର ସ।ଇକେଲ ଯାନରେ ତ୍ରୀରଙ୍ଗା ସହିତ ବାହାରି ଅପର୍ତି ବିନ୍ଧା ଛକ, ମୋଚି ଛକ,ସନ୍ଥିଆ ପୋଲ, ଏନ.ସି. ଉଚ୍ଚ ବିଦ୍ୟାଳୟ, ପୁରୁଣା ବଜାର ଥାନା,ଗୋଶାଳା ଛକ,ଡାହାଣୀ ଗାଡିଆ ଛକ, ବର୍ମା ବାଏ ପାସ ଛକ, ରାଜଘାଟ ପୋଲ, ଟାଉନ ଥାନା ଛକ ଦେଇ ନଗର ପରିକ୍ରମା କରି ଜିଲ୍ଲ।ପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଥିଲେ। ଶୋଭାଯାତ୍ରାରେ ସ୍ଥାନେ ସ୍ଥାନେ ପାନୀୟ ଜଳ / ଦହି ପାଣି ବ୍ୟବସ୍ଥା ରୋଟରୀ କ୍ଲବ୍ ମିଡ ଟାଉନ, ଲାୟନ୍ସ କ୍ଲବ ଓ ସେଇ ପରି ଭଦ୍ରକ ବସ ସିଣ୍ଡିକେଟ ତରଫରୁ ଜିଲ୍ଲ।ପାଳ ଙ୍କ କାର୍ଯ୍ୟଳୟ ପରିସରରେ ସମସ୍ତଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଥିଲା।ଦେଶକୁ ସୁରକ୍ଷିତ ରଖିବା ସହ ନାଗରିକଙ୍କ ଜୀବନ ରକ୍ଷା କରିଥିବା ଭାରତୀୟ ସେନା ବାହିନୀଙ୍କ ବଳିଷ୍ଠ ଭୂମିକା ଥିବା ବେଳେ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାରୁ ଏବଂ ଦେଶ ପ୍ରେମର ପ୍ରୀତି ଜନ ମାନସରେ ତ୍ରିରଙ୍ଗା ଯାତ୍ରା ମ।ଧ୍ୟମ ରେ ଉଦ୍ରେକ କରି ଥିବାରୁ ସାଧାରଣ ନାଗରିକ ସମସ୍ତ ପ୍ରଶାସନିକ ଅଧିକାରୀମା ନ ଙ୍କୁ ସାଧୁ ବାଦ ଜଣାଇ ଥିଲେ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!