ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସୋମବାରଠୁ ଖୋଲିବ ସ୍କୁଲ୍ । ସକାଳ ସାଢ଼େ ୬ ଟାରୁ ହେବ ପାଠ ପଢ଼ା। ରାଜ୍ୟ ସରକାର ଏନେଇ ସ୍ବତନ୍ତ୍ର ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ପ୍ରଥମରୁ ଦ୍ବାଦଶ ଯାଏ ହେବ ପାଠପଢ଼ା । ସକାଳ ସାଢେ ୬ ଟା ରୁ ୧୧ଟା ଯାଏ କ୍ଲାସ୍ ହେବ । ତେବେ ସ୍ଥଳ ବିଶେଷରେ ସ୍କୁଲଗୁଡ଼ିକ ସମୟରେ ସାମାନ୍ୟ ଏପାଖସେପାଖ କରିପାରନ୍ତି। ତେବେ ସ୍କୁଲରେ ଖରା ବା ତା ସଂପର୍କିତ ସମସ୍ୟାର ମୁକାବିଲା ପାଇଁ ପର୍ୟ୍ୟାପ୍ତ ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲରେ ପାଣି ରଖିବା ସହିତ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ତାତିକୁ ଦେଖି ୧୨ ତାରିଖରୁ ଛୁଟି ଘୋଷଣା କରିଥିଲେ ସରକାର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିଲା। ତେବେ ତାତି କମିବା ସମ୍ଭାବନା ରହିଛି। ଏହାକୁ ଆଖିରେ ରଖି ସକାଳ ସାଢ଼େ ୬ଟା ରୁ ସ୍କୁଲ ଖୋଲିବା ଲାଗି ନିଷ୍ପତ୍ତି ନିଆଯାଇଛି।





