Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ରେ ଖୋଲିଲା ଚାନ୍ଦି ଭଣ୍ଡାର ୧୮ତମ ଷ୍ଟୋର

by ସଞ୍ଜୟ ସ୍ୱାଇଁ
February 10, 2025
in Nayagarh, State
ନୟାଗଡ଼ରେ ଖୋଲିଲା ଚାନ୍ଦି ଭଣ୍ଡାର ୧୮ତମ ଷ୍ଟୋର
521
VIEWS
Share on FacebookShare on Twitter

ରୁପାର ସୁନ୍ଦରତା ପାଇଁ ଏକ ନୂଆ ଠିକଣା

ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ିଶାର ସର୍ବବୃହତ୍ ରୁପା ଗହଣା ଚେନ୍ ଷ୍ଟୋର ଚାନ୍ଦି ଭଣ୍ଡାର ନୟାଗଡ଼ରେ ଏହାର ୧୮ ତମ ଷ୍ଟୋର ଖୋଲିଛି। ଅଞ୍ଚଳର ଗ୍ରାହକଙ୍କ ନିକଟରେ ସର୍ବକୃଷ୍ଟ ରୁପା ଗହଣା ପହଞ୍ଚାଇବା ନୂଆ ଷ୍ଟୋରର ଲକ୍ଷ୍ୟ । ଏହି ଷ୍ଟୋର୍ଟି ନୟାଗଡ଼ ଟାଉନ୍ ପୁଲିସ ଷ୍ଟେସନ ନିକଟସ୍ଥ ସିନ୍ଦୁରିଆ ରୋଡ୍(ନୟାଗଡ ଟାଉନ୍)ରେ ଅବସ୍ଥିତ। ୧୨୧୫ ବର୍ଗଫୁଟ୍ ସ୍ଥାନରେ ଏହା ପରିବ୍ୟାପ୍ତ ଷ୍ଟୋରଟି ଆକର୍ଷଣୀୟ ଡିସ୍ ଏବଂ ସୁନ୍ଦର ଲେଆଉଟ୍ ସହିତ ଚିନ୍ତନଶୀଳ ଭାବେ ଡିଜାଇନ୍ ହୋଇଥିବା ଏକ ପରିବେଶ ପ୍ରଦାନ କରୁଛି। କମ୍ପାନୀର କ୍ଲଷ୍ଟର ହେଡ୍ ଡି. କେ ମହାନ୍ତି ଏବଂ ମାର୍କେଟିଂ ହେଡ୍ ଗୁଲାର ପରବିନ୍‌ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉଦଘାଟନ ପର୍ବରେ ଗ୍ରାହକ ତଥା ଶିକ୍ଷକ ମାଗୁଣି ସେଠୀ ଏହାକୁ ଉଦଘାଟନ କରିଛନ୍ତି ।

ରୁପା କାରିଗରୀର ସୁନ୍ଦର ପ୍ରଦର୍ଶନ ଏଠାରେ ଦେଖିବାକୁ ମିଳିବ । ପ୍ରତ୍ୟେକ ଡିଜାଇନ୍ ଜଟିଳ କାରିଗରୀକୁ ଉଲ୍ଲେଖ କରୁଛି, ଯାହାକି ଏକ ନିମଗ୍ନ ସପିଂ ଅନୁଭୂତି ସୁନିଶ୍ଚିତ କରିବ। ଉଦ୍ଘାଟନୀ ଅବସରରେ ନୟାଗଡ଼ ଷ୍ଟୋରରେ ସମସ୍ତ ଅବସର ପାଇଁ ସୂକ୍ଷ୍ମ କାରିଗରୀ ଯୁକ୍ତ ଷ୍ଟଲିଂ ସିଲଭର ଗହଣାର ଭଳିକି ଭଳି ସମ୍ଭାର ଉପଲବ୍ଧ କରାଯାଇଛି । ଏହି ବିବାହ ଋତୁରେ ‘ୱେଡିଂ ଷ୍ଟୋରିଜ୍ ବାୟ ଚାନ୍ଦ ଭଣ୍ଡାର’ ଦମ୍ପତିଙ୍କ ଅନନ୍ୟ ଯାତ୍ରାକୁ ସେଲିବ୍ରେଟ୍ କରୁଛି, ପରମ୍ପରା ଓ ବ୍ୟକ୍ତିଗତ ସଂଯୋଗକୁ ସମ୍ମାନ ଜଣାଉଛି । ଏ କଲେକ୍ସନରେ ୯୨.୫ ପ୍ରତିଶତ ଶୁଦ୍ଧ ଷ୍ଟଲିଂ ସିଲଭରରେ ପ୍ରସ୍ତୁତ ହଲମାର୍କ ବାସନକୁସନ ଏବଂ ଆସେସରିଜ୍ ରହିଛି, ଯାହାକି ପ୍ରେମ, ବିରାସତ ଏବଂ ନୂତନ ଆରମ୍ଭକୁ ଦର୍ଶାଉଛି। ମହିଳାଙ୍କ ଗହଣାର ବ୍ୟାପକ କଲେକ୍ସନ ନୟାଗଡ଼ ଷ୍ଟୋରରେ ଉପଲବ୍ଧ। ଜିକନ୍ଚିତ ନେକଲେସ୍, ଚୁଡ଼ି, ମୁଦି, କାନଫୁଲ, ବ୍ରେସ୍ଟ୍ ଏବଂ ଆଙ୍ଗ୍ଲେଟ୍ ଭଳିକି ଭଳି ସମ୍ଭାର ଏଠାରେ ରହିଛି, ଯାହାକି ବିବାହ, ସ୍ୱତନ୍ତ୍ର ଅବସର ଏବଂ ନିତିଦିନିଆ ବ୍ୟବହାର ପାଇଁ ସର୍ବୋତ୍କୃଷ୍ଟ । ପୁରୁଷଙ୍କ ରୁପା ଗହଣା ଚାହିଦାକୁ ଦୃଷ୍ଟିରେ ରଖି ଆମୋଘ କଲେକ୍ସନ ଏଠାରେ ଉପଲବ୍ଧ ରହିଛି, ଯେଉଁଥିରେ ବ୍ରେସ୍ଲେଟ୍, ମୁଦି, କଫ୍ଲିଙ୍କ୍ ଏବଂ ଚେନ୍ ଆଦି ରହିଛି। ଆଧୁନିକ ପୁରୁଷ, ଯେଉଁମାନେ ଉଭୟ ପରମ୍ପରା ଏବଂ ସମସାମୟିକ ଷ୍ଟାଇଲ୍କୁ ଗୁରୁତ୍ଵ ଦେଇଥାନ୍ତି ସେମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ । ବିବାହ ଋତୁକୁ ଆହୁରି ସ୍ବତନ୍ତ୍ର କରିବାକୁ ଯାଇ ଚାନ୍ଦି ଭଣ୍ଡାର ଗଢ଼ା ମଜୁରିରେ ୩୦ ପ୍ରତିଶତ ପର୍ୟ୍ୟ ନ୍ତ ରିହାତି ଦେଉଛି। ଏହାର ଅବଧି ମାର୍ଚ୍ଚ ୧୫ ଯାଏ ରହିଛି।

ଏ ପରିପ୍ରେକ୍ଷୀରେ ଚାନ୍ଦି ଭଣ୍ଡାରର ପ୍ରତିଷ୍ଠାତା ଲିପ୍ସା ହଂସ କୁହନ୍ତି, ନୟାଗଡ଼ରେ ଉପସ୍ଥିତି ବଢ଼ାଇ ତଥା ଚାନ୍ଦି ଭଣ୍ଡାରର ବିରାସକୁ ଆମର ବହୁ ମୂଲ୍ୟବାନ ଗ୍ରାହକଙ୍କ ନିକଟକୁ ଆଣି ଆମେ ଅତ୍ୟନ୍ତ ଉତ୍ସାହିତ । ଏହି ଷ୍ଟୋର କାଳଜୟୀ ରୁପା କାରିଗରୀର ସେଲିବ୍ରେସନ୍। ନୟାଗଡ଼ବାସୀଙ୍କୁ ଆମର ଅନନ୍ୟ କଲେକ୍ସନ ପ୍ରଦାନ କରି ସେମାନଙ୍କ ସ୍ବତନ୍ତ୍ର ମୁହୂର୍ତ୍ତଗୁଡ଼ିକୁ ସ୍ମରଣୀୟ କରିବାକୁ ଚାହିଁ ରହିଛୁ। ସୂଚନାଯୋଗ୍ୟ, ଚାନ୍ଦି ଭଣ୍ଡାର ରାଜ୍ୟର ସର୍ବବୃହତ୍ ରୁପା ଗହଣା ଚେନ୍ ଷ୍ଟୋର ।

୨୦୧୩ରେ ଏକ ସ୍ବତନ୍ତ୍ର ସିଲ୍ର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ସମଗ୍ର ରାଜ୍ୟରେ ୧୯ରେ ପହଞ୍ଚିଛି । ଭୁବନେଶ୍ବରର ସହିଦ ନଗର, ପଟିଆ, ଜନପଥ, ସୌଭାଗ୍ୟନଗର, ରସୁଲଗଡ଼ ଓ ନୟାପଲ୍ଲୀ, କଟକର କ୍ୟାଣ୍ଟନ୍ମେଣ୍ଟ ରୋଡ୍ ଏବଂ ସିଡିଏ, ରାଉରକେଲା, ଅନୁଗୁଳ, ଯାଜପୁର, ବ୍ରହ୍ମପୁର, ବାଲେଶ୍ଵର, ଢେଙ୍କାନାଳ, ତାଳଚେର, ଭଦ୍ରକ, ବାରିପଦା, ନୟାଗଡ ଏବଂ ଝାରସୁଗୁଡ଼ାରେ ଏହାର ଷ୍ଟୋର ରହିଛି । ଗ୍ରାହକଙ୍କୁ ବ୍ୟାପକ ରେଖା ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ଲିସିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଭ୍ୟାଲ୍ୟୁ ଫର୍ ମନି ଏବଂ ହଲମାର୍କଯୁକ୍ତ ଓ କ୍ଵାଲିଟି ଉତ୍ପାଦ ଚାନ୍ଦ ଭଣ୍ଡାର ପ୍ରତିଶ୍ରୃତି ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!