Tuesday, June 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ୍ ଖୋଲିବ କି ନାହିଁ : କ’ଣ କହିଲେ ମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
August 1, 2021
in Education, State
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ୍ ଖୋଲିବ କି ନାହିଁ : କ’ଣ କହିଲେ ମନ୍ତ୍ରୀ
708
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅଗଷ୍ଟ ମାସ ପାଇଁ ଯେଉଁ କୋଭିଡ୍ ଗାଇଡ୍‌ଲାଇନ୍ ଜାରି କରାଯାଇଛି, ସେଥିରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସଂପୃକ୍ତ ବିଭାଗ ଗୁଡ଼ିକ ନିଷ୍ପତ୍ତି ନେଇ ପାରିବେ ବୋଲି କୁହାଯାଇଛି। ସେଥିପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ୍ ଖୋଲିବ କି ନାହିଁ, ଏବେ ତାକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଛି। ଆଉ ତା’ ଭିତରେ ଏ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି ଯେ ଶିକ୍ଷାନୁଷ୍ଠାନ ଖୋଲିବା ସଂପର୍କରେ ବିଭାଗମାନେ ନିଷ୍ପତ୍ତି ନେଇ ପାରିବେ ବୋଲି ଗତକାଲି ଏସ୍‌ଆର୍‌ସିଙ୍କ ଗାଇଡ୍‌ଲାଇନ୍ ଆସିଛି। ଏବେ ଏ ସଂପର୍କରେ ବିସ୍ତୃତ ଭାବେ ବିଭାଗ ପକ୍ଷରୁ ତର୍ଜମା କରାଯିବ। ତା’ପରେ ଯାଇ ନିଷ୍ପତ୍ତି ନିଆଯିବ। ମନ୍ତ୍ରୀ ଶ୍ରୀ ଦାଶ ଆହୁରି କହିଛନ୍ତି, ଦ୍ୱାଦଶ ଓ ଦଶମ ଶ୍ରେଣୀ ଖୋଲା ସରିଛି। ନବମ ଶ୍ରେଣୀ ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇସାରିଛି। ଏକାଦଶ ଶ୍ରେଣୀ ପାଇଁ ନାମଲେଖା ପ୍ରକ୍ରିୟା ଏପର୍ୟ୍ୟନ୍ତ ଆରମ୍ଭ ହୋଇନାହିଁ। ଆଉ ରହିଲା ପ୍ରଥମରୁ ଅଷ୍ଟମ। ଏ ସଂପର୍କରେ ଏସ୍‌ଆର୍‌ସିଙ୍କର ଯାହା ପରାମର୍ଶ ବା ନିଷ୍ପତ୍ତି ରହିଛି, ତାକୁ ତର୍ଜମା କରି ବିଭାଗ ନିଷ୍ପତ୍ତି ନେବ। ସେ କହିଛନ୍ତି, ପିଲାମାନେ ସ୍କୁଲ୍ ଯିବାକୁ ଆଗ୍ରହୀ ଅଛନ୍ତି। ସେଥିପାଇଁ ତ ସେହି ଦୃଷ୍ଟିକୋଣକୁ ବିଚାରକୁ ନେଇ ଏସ୍‌ଆର୍‌ସି ଏମିତି ପରାମର୍ଶ ଦେଇଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!