Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟର ଅନୁଗୁଳ ଓ ଯାଜପୁର ଡୁବୁରୀରେ ଖୋଲିବ ଇଏସ୍‌ଆଇ ଡାକ୍ତରଖାନା

by ସଞ୍ଜୟ ସ୍ୱାଇଁ
October 2, 2021
in State
ରାଜ୍ୟର ଅନୁଗୁଳ ଓ ଯାଜପୁର ଡୁବୁରୀରେ ଖୋଲିବ ଇଏସ୍‌ଆଇ ଡାକ୍ତରଖାନା
30
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜ୍ୟର ଅନୁଗୁଳ ଓ ଯାଜପୁର ଡୁବୁରୀରେ ଖୋଲିବ ଇଏସ୍‌ଆଇ ଡାକ୍ତରଖାନା। ଏହାସହ ପାରାଦୀପରେ ୩୦ଶଯ୍ୟା ବିଷ୍ଟ ଡାକ୍ତରଖାନାକୁ ଅନୁମୋଦନ ମିଳିଥିବା ବେଳେ ଝାରସୁଗୁଡ଼ା ଅଞ୍ଚଳରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା, ସମ୍ବଲପୁର ରେଙ୍ଗାଲୀ ଓ ବରଗଡ଼ ଅଞ୍ଚଳରେ ଇଏସ୍‌ଆଇ ହିତାଧିକାରୀଙ୍କ ସ୍ବାସ୍ଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୁଇ ଜିଲ୍ଲାର ମଧ୍ୟ ଭାଗରେ ଏକ ଇଏସ୍‌ଆଇ ଡାକ୍ତରଖାନା ସ୍ଥାପନ ପାଇଁ ଲକ୍ଷ୍ୟ ରହିଛି। ଏହାସହ ବହୁସଂଖ୍ୟାରେ ନୂତନ ‌ଡିସପେନସାରି ଖୋଲିବା ଉପରେ ମଧ୍ୟ ବିଚାର ଚାଲିଥିବା କହିଛନ୍ତି ରାଜ୍ୟ ବୀମା ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ। ରାଜ୍ୟ କର୍ମଚାରୀ ବୀମା ନିଗମ(ଇଏସ୍‌ଆଇ) ଆଞ୍ଚଳିକ ଶାଖାର ୮୦ତମ ଆଞ୍ଚଳିକ ପରିଷଦ ବୈଠକ ରାଜ୍ୟ ବୀମା ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସିଂ କହିଥିଲେ ଯେ ଚଳିତବର୍ଷ ମାର୍ଚ ସୁଦ୍ଧା ରାଜ୍ୟରେ ୭ଲକ୍ଷ ୫୧ହଜାର ଶ୍ରମିକ ବୀମାଭୁକ୍ତ ହୋଇଛନ୍ତି। ଇଏସ୍‌ଆଇ ଯୋଜନା, ସଂଗଠିତ କ୍ଷେତ୍ରରେ କାର୍ୟ୍ୟ କରୁଥିବା କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରାଇବା ସହିତ ଅସୁସ୍ଥତା, ମୃତ୍ୟୁ, ଦୁର୍ଘଟଣା, ଅକ୍ଷମତା ଆଦି ଘଟଣାରେ ଚିକିତ୍ସା ସୁବିଧା ତଥା ଆର୍ଥିକ ସୁବିଧା ପ୍ରଦାନ ଦିଆଯାଉଛି। ଅନୁଗୁଳରେ ଇଏସଆଇ ଡାକ୍ତରଖାନାରେ ଇଏସଆଇ ନିଗମ ଦ୍ବାରା ତୁରନ୍ତ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ, ବୀମାଭୁକ୍ତ ମେଡିକାଲ ଅଫିସର ଓ ପାରା ମେଡିକାଲଙ୍କୁ ନିଯୁକ୍ତି ଓ ଅତିରିକ୍ତ କର୍ମଚାରୀଙ୍କ ନିଯୁକ୍ତିର ଆବଶ୍ୟକତା ଉପରେ ‌ଗୁରୁତ୍ବାରୋପ କରାଯାଇଛି। ଏହି ଅବସରରେ ଶ୍ରୀ ସିଂ ଇଏସ୍‌ଆଇସି ନୂଆଦିଲ୍ଲୀ ସ୍ତରରେ ପଡ଼ି ରହିଛି ଯାଜପୁର ଜିଲ୍ଲା ଡୁବୁରୀରେ ନିର୍ମିତ ହେବାକୁ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଇଏସ୍‌ଆଇ ଡାକ୍ତରଖାନା ପାଇଁ ଜମି ଅଧିଗ୍ରହଣ ପ୍ରସ୍ତାବକୁ ଶୀଘ୍ର ଅନୁମୋଦନ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଏହାସହ ଭୁବନେଶ୍ବରରେ ପ୍ରସ୍ତାବିତ ଇଏସ୍‌ଆଇସି ମଲ୍‌ଟି ସ୍ପେଶିଆଲିଟି ହସ୍ପିଟାଲର କାର୍ୟ୍ୟ ଆରମ୍ଭ କରିବା ଓ ଇଏସ୍‌ଆଇଟି ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସ୍ତାବର ପୁନର୍ବିଚାର କରିବାକୁ ନୂଆଦିଲ୍ଲୀ ଇଏସ୍‌ଆଇସିକୁ ପରାମର୍ଶ ଦେଇଛନ୍ତି। କୋଭିଡ ମହାମାରୀକୁ ନଜରରେ ରଖି ଦୁଇଟି ଯୋଜନା ଆରମ୍ଭ କରାଯାଇଛି। କୋଭିଡ ରିଲିଫ ଯୋଜନାରେ ମାସିକ ଭତ୍ତା ପ୍ରଦାନ କରାଯାଇଛି। ଆଜି ସୁଦ୍ଧା ବୀମାଭୁକ୍ତ ୭୩ଜଣ କୋଭିଡ ମୃତକଙ୍କ ପରିବାକରୁ ପେନସନ ଦିଆଯାଇଛି। ଅଟଳ ବିମିତ ବ୍ୟକ୍ତି ଯୋଜନା ମାଧ୍ୟମରେ କୋଭିଡ କାରଣରୁ କର୍ମନିଯୁକ୍ତି ହରାଇଥିବା ଶ୍ରମିକମାନଙ୍କୁ କିମ୍ବା ‌ଅନ୍ୟ ଚାକିରି ନ ପାଇବା ପର୍ୟ୍ୟନ୍ତ ୩ମାସ ପାଇଁ ସେମାନଙ୍କ ବେତନର ୫୦ ପ୍ରତିଶତ କ୍ଷତିପୂରଣ ଦିଆଯାଉଛି। ଏହି ଯୋଜନାରେ ଆଜି ପର୍ୟ୍ୟନ୍ତ ୩୨୫ଜଣ କର୍ମଚାରୀ ୩୪ଲକ୍ଷ ଟଙ୍କା ପାଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂ କୋଭିଡ ଯୋଗୁଁ ପ୍ରାଣ ହରାଇଥିବା ମୃତ ବୀମାଭୁକ୍ତ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ପେନସନ ହସ୍ତାନ୍ତର କରିଥିଲେ। ବୈଠକରେ ଶ୍ରମ ଓ ଇଏସଆଇ ବିଭାଗ ପ୍ରମୁଖ ସଚିବ ଚିତ୍ରା ଅୁରୁଗୁମ, ଆଞ୍ଚଳିକ ନିର୍ଦେଶକ ପାର୍ଥ ସାରଥୀ ପଣ୍ଡା, ଇଏସ୍‌ଆଇ ଯୋଜନା ନିର୍ଦେଶକ ଜ୍ୟୋତି ରଂଜନ ପ୍ରଧାନ, ନିଗମର ସଦସ୍ୟ ଗୋକୁଳାନନ୍ଦ ଜେନା, ସିପିଡବ୍ଲୁଡିର ମୁଖ୍ୟଯନ୍ତ୍ରୀ, ଅତିରିକ୍ତ ଶ୍ରମ କମିସନର, ଇଏସ୍‌ଆଇ ହସ୍ପିଟାଲ ଭୁବନେଶ୍ବର, ରାଉରକେଲା, ଅନୁଗୁଳର ମେଡିକାଲ ସୁପରିନଟେଣ୍ଡେଣ୍ଟ, ସିଆଇଟିୟୁ, ଆଇଏନ୍‌ଟିୟୁସି, ବିଏମ୍‌ଏସ୍‌, ପିପିଏଲ, ଆରଏସ୍‌ପି ଓ ଗ୍ରିଡ଼କୋର ଆଞ୍ଚଳିକ ବୋର୍ଡ ସଦସ୍ୟମାନେ ଉପସ୍ଥିତ ଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!