Sunday, May 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋଲିବ ୧୪ ନୂଆ କେନ୍ଦ୍ର ସମବାୟ ବ୍ୟାଙ୍କ

by ସଞ୍ଜୟ ସ୍ୱାଇଁ
May 18, 2025
in State
ଖୋଲିବ ୧୪ ନୂଆ କେନ୍ଦ୍ର ସମବାୟ ବ୍ୟାଙ୍କ
82
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସମବାୟ କ୍ଷେତ୍ର ହେବ ଅଧିକ ସକ୍ରିୟ ଓ ଚଳଚଞ୍ଚଳ । କେବଳ କୃଷିଋଣ ଲଗାଣରେ ଆଉ ସୀମିତ ରହିବନି ସମବାୟ ସମିତି । ଏହାକୁ ସଶକ୍ତ କରାଯିବ । ଲୋକ ପାଇବେ ବହୁମୁଖୀ ସେବା । ଏଥିପାଇଁ ରାଜ୍ୟରେ ଅଧିକ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଖୋଲିବାକୁ ନିଷ୍ପତ୍ତି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସମବାୟ ମନ୍ତ୍ରାଳୟର ଅନୁମୋଦନକ୍ରମେ ନାବାର୍ଡ ୧୪ଟି ନୂଆ କେନ୍ଦ୍ର ସମବାୟ ବ୍ୟାଙ୍କ (ଡିସିସିବି)ଶାଖା ଖୋଲିବାକୁ ଯାଉଛି । ଏହି ବ୍ୟାଙ୍କ ଖୋଲିବା ଦ୍ୱାରା ଗ୍ରାମାଞ୍ଚଳ ଅର୍ଥନୀତି ଅଧିକ ସକ୍ରିୟ ହେବ । ଗାଁ ଅର୍ଥନୀତିର ଇଞ୍ଜିନ ସାଜିବ ସମବାୟ ସଂସ୍ଥା । କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସମବାୟ ସମିତିର କୃଷିଋଣ ଲଗାଣରୁ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଅନୁଧ୍ୟାନ କରିପାରିବେ । ରାଜ୍ୟରେ ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କ ଅଛି । ଏଥିରୁ ୧୪ଟି ପୁରୁଣା ଜିଲ୍ଲାର ମୁଖ୍ୟାଳୟରେ ଅବସ୍ଥିତ । ଦୀର୍ଘବର୍ଷ ହେବ ରାଜ୍ୟରେ ଜିଲ୍ଲା ସଂଖ୍ୟା ବଢ଼ି ୩୦ରେ ପହଞ୍ଚିଛି । ପାକ୍ସଗୁଡ଼ିକ ସହ କେନ୍ଦ୍ର ସମବାୟ ବ୍ୟାଙ୍କର ଯୋଗାଯୋଗ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୮ଟି ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କକୁ ବିଭକ୍ତ କରାଯାଇ ୧୪ଟି ଡିସିସିବି କରାଯିବ । ଏହାଦ୍ୱାରା ରାଜ୍ୟରେ ଡିସିସିବି ସଂଖ୍ୟା ୩୧ ଛୁଇଁବ । କଟକ, ଅନୁଗୁଳ, ବାଲେଶ୍ୱର, ଭବାନୀପାଟଣା, ବାଲେଶ୍ୱର, ବୌଦ୍ଧ, କୋରାପୁଟ ଏବଂ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କର ପୁନର୍ଗଠନ ହେବ । ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଭଦ୍ରକ, ନୂଆପଡ଼ା, ସୁବର୍ଣ୍ଣପୁରରେ ଖୋଲିବ କେନ୍ଦ୍ରୀୟ ବ୍ୟାଙ୍କ । ଏହାଛଡ଼ା କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ାରେ ମଧ୍ୟ ନୂଆ ଡିସିସିବି ଖୋଲିବ । ଏହାଦ୍ୱାରା ରାଜ୍ୟର ଚାଷୀକୁଳ ବେଶ ଲାଭବାନ ହେବେ । ରାଜ୍ୟରେ ସମବାୟ ସଂସ୍ଥା ଉପରେ ଲୋକଙ୍କ ଆସ୍ଥା ଫେରାଇ ଆଣିବା ସହ ଏହାକୁ ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ କରିବାକୁ ନୂଆ ସରକାର ଅଗ୍ରାଧିକାର ଦେଉଛନ୍ତି । ନିକଟରେ ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ ହୋଇଛି । ପାକ୍ସ ଓ ଲାମ୍ପ୍ସରେ ସାର, ବିହନ ଯୋଗାଣ, ଜନ ଔଷଧି କେନ୍ଦ୍ର ଓ କମନ୍ ସର୍ଭିସ ସେଣ୍ଟର ସ୍ଥାପନ, କୃଷି ସେବା କେନ୍ଦ୍ର ସ୍ଥାପନ ଓ ବୈଜ୍ଞାନିକ ପଦ୍ଧତିରେ ଶସ୍ୟ ସଂରକ୍ଷଣ କେନ୍ଦ୍ର ସ୍ଥାପନକୁ ଗୁରୁତ୍ୱ ଦିଆଯାଉଛି । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭୭ଟି ପ୍ୟାକ୍ସକୁ ମଡେଲ୍ ପ୍ୟାକ୍ସ ଭାବରେ ବିକଶିତ କରିବା ପାଇଁ କାମ ଆରମ୍ଭ କରିଛନ୍ତି । ରାଜ୍ୟରେ ୪୨୫୩ ପାକ୍ସ ରହିଛି । ଇତିମଧ୍ୟରେ ସମବାୟ ଋଣ ବଣ୍ଟନରେ ସଂସ୍କାର ଆସିଛି । ସମବାୟ ବିଭାଗ ନିଷ୍ପତ୍ତି ନେଇଛି, କୁକୁଡ଼ା ଓ ବତକ ଫାର୍ମ ପାଇଁ ପାକ୍ସ ଓ ଲାମ୍ପ୍ସଗୁଡିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଇପାରିବେ । ସବ୍ସିଡି ପାଇବାକୁ ଡିସିସିବିର ଅନୁମତି କିନ୍ତୁ ବାଧ୍ୟତାମୂଳକ । ଡିସିସିବି ସିଧାସଳଖ କୁକୁଡ଼ା ଓ ବତକ ଫାର୍ମ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଇପାରିବ । ସମବାୟ ବ୍ୟାଙ୍କ ସ୍କୁଟର, ମୋଟରସାଇକେଲ୍ ସମେତ ବ୍ୟାଟେରୀ ଚାଳିତ ଦୁଇ ଚକିଆ ଯାନ ପାଇଁ ଋଣ ପ୍ରଦାନ କରିପାରିବେ । ବ୍ୟାବସାୟିକ ଯାନ, ମତ୍ସ୍ୟପାଳନ, ଗୋପାଳନ ଆଦି କ୍ଷେତ୍ର ପାଇଁ ଋଣ ମଧ୍ୟ ମିଳିବ । ଅଧିକ ଡିସିସିବି ପ୍ରତିଷ୍ଠା ହେଲେ ଋଣ ଲଗାଣ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ସମବାୟବିତ୍ ମତ ରଖୁଛନ୍ତି ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!