
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ ଏବେ ଭୟାବହ ଋପ ଧାରଣ କରିଛି । ଜିଲ୍ଲାରେ ଗ୍ରାମାଞ୍ଚଳରୁ ବ୍ୟାପକ ଭାବେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନକୁ ଅକଳରେ ପକାଇଥିବା ବେଳେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷେ, ଆଜି ଚାନ୍ଦପୁରଠାରେ ଅବସ୍ଥିତି ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ସାଧାରଣ ଚିକିତ୍ସାଳୟ ବର୍ହିଃ ବିଭାଗ (ଓପିଡି)କୁ ଚିକିତ୍ସା ଅଧିକ୍ଷକ ଦୁଇ ଦିନ ପାଇଁ ସଟ୍ଡାଉନ୍ କରିଛନ୍ତି । ୨୩ ତାରିଖ ସକାଳ ୮ ଘଟିକାଠାରୁ ୨୫ ତାରିଖ ସକାଳ ୮ ଘଟିକା ପର୍ଯ୍ୟନ୍ତ ଏହାକୁ ସଟ୍ଡାଉନ୍ କରାଯାଇଛି । ଏନେଇ କୈାଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ କୋଭିଡ୍ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି ।







