ଭୁବନେଶ୍ବର, (ବାଘୁଆବାର୍ତ୍ତା): ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । ଦଳ ଛାଡିଲେ ପିସିସି ଉପସଭାପତି ରଜତ ଚୌଧୁରୀ । ଦଳର ପ୍ରାଥମିକ ସଦଶ୍ୟତା ପଦରୁ ଇସ୍ତଫା ଦେଲେ ପିସିସି ଉପସଭାପତି । ଇସ୍ତଫା ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ରୁ ୨୦୧୬ ଯୁବ କଂଗ୍ରେସ ସଭାପତି ଓ ପରେ ପିସିସି ଉପସଭାପତି ପଦରେ ରହିଥିଲେ ରଜତ ଚୌଧୁରୀ । ଦଳୀୟ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଥିବା ଯୋଗୁଁ ଦଳ ଛାଡିଥିବା ନେଇ ଚର୍ଚ୍ଚା ।






