ନୟାଗଡ଼, (ବାଘୁଆବାର୍ତ୍ତା ): ଦିନକୁ ଦିନ ରାଜ୍ୟରେ ସାଇବର ଠକେଇ ଚରମ ସୀମାରେ ପହଞ୍ଚିଥିଲା ବେଳେ ସେଥିରୁ ବାଦ୍ ପଡିନି ନବରଙ୍ଗପୁର ଜିଲ୍ଲା । ଖେଳସାମଗ୍ରୀ ଦେବ କହି ଲୁଟିନେଲେ ୪୦ହଜାରରୁ ଉର୍ଦ୍ଧ ଟଙ୍କା । ଏଭଳି ଠକାମିର ଶିକାର ହୋଇଛନ୍ତି ନବରଙ୍ଗପୁର ଜିଲ୍ଲାର ଜଣେରା କରାଟେ ସ୍କୁଲର ପ୍ରିନ୍ସିପାଲ । ସୂଚନାନୁସାରେ, ନବରଙ୍ଗପୁର ସ୍ଥିତ ଏସିଆନ କରାଟେ ସ୍କୁଲର ପ୍ରିନ୍ସିପାଲ ଶରତ କୁମାର ରାଉତ ଗତ ୧୫ ତାରିଖରେ ଅନଲାଇନରେ ତାଙ୍କ କରାଟେ ସ୍କୁଲ ପାଇଁ ଖେଳ ସାମଗ୍ରୀ କ୍ରୟ କରିବା ପାଇଁ ଅନଲାଇନ କରିଥିଲେ । ଫଳରେ ସେଥିରୁ ଏକ ବ୍ୟବସାୟୀଙ୍କ ନମ୍ବର ପାଇଥିଲେ ଓ ହ୍ବାଟସଅପ ଯୋଗେ କିଛି ସାମଗ୍ରୀର ଚୟନ କରିଥିଲେ । ଉକ୍ତ ସମସ୍ତ ସାମଗ୍ରୀର ମୂଲ୍ୟ ୪୪ , ୫୦୦ ଟଙ୍କା ଅଗ୍ରୀମ ଜମା କରିବା ପାଇଁ ଠକ ତାଙ୍କ ମ୍ୟାନେଜରର ଫୋନ ପେ ର ନମ୍ବର ୯୦୦୦୩୭୩୭୯୪ ଦେଇ ଟଙ୍କା କାରବାର କରିବା ପାଇଁ କହିଥିଲେ । ୧୫ ତାରିଖ ଦିନ ହିଁ ଶ୍ରୀରାଉତ ୪୪ , ୫୦୦ଟଙ୍କା ଜମା କରିଥିଲେ । ପୁନର୍ବାର ସେଇ । ଠକକୁ । ନମ୍ବର ୯୫୦ ୨୭୯ ୨୨୬୯ ଯୋଗେ ଫୋନ ଆସିଥିଲା । କୋରିଅର ଚାର୍କ ବାବଦକୁ ଅତିରିକ୍ତ ୫୫୦୦ ଟଙ୍କା ପଠେଇଲେ କୋରିୟରରେ ଯିବ ବୋଲି ଠକ ଜଣକ କହିଥିଲା । ଶ୍ରୀ ରାଉତ ସେହିଦିନ ହିଁ ୫୫୦୦ ଟଙ୍କା ଜମା କରିଥିଲେ । ତାର କିଛିଦିନ ପରେ ଠକ ମୁକେଶ କୁମାର ଗୌତମ ତାର ଏକ ଆଧାରକାର୍ଡ ପଠାଇ ବିଶ୍ୱାସ ଜନ୍ମାଇଥିଲା । ପରବର୍ତ୍ତୀ ସମୟରେ ବାରମ୍ବାର ଫୋନ କରିବା । ସତ୍ତ୍ୱେ ଠକ ଜଣକ ନା ଫୋନ ଉଠାଇଲା ନ ସାମଗ୍ରୀ ପଠାଇଲା । ପରବର୍ତୀ ସମୟରେ ତାଙ୍କସମ୍ପର୍କୀୟ ଭାଇଙ୍କୁ ଫୋନ କରିବା ପରେଫୋନ ଉଠାଇ ଫୋନ କାଟିଦେଇଥିଲା । ନିରୁପାୟ ହୋଇ ଶ୍ରୀରାଉତ ଗତକାଲି ନବରଙ୍ଗପୁର ଥାନାରେ ପ୍ରମାଣ ସହିତ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।





