ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପିଜି କାଉନସିଲ୍ ଦ୍ୱିତୀୟ ଓ ଅନ୍ତିମ ସେମିଷ୍ଟାର ପରୀକ୍ଷା ଅନଲାଇନ୍ ମୋଡରେ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉକ୍ରଳ ବିଶ୍ୱବିଦ୍ୟାଳୟର କତ୍ତୃପକ୍ଷ । ଏହି ପରୀକ୍ଷା ଗୁଡିକ ସମସ୍ତ ଅନଲାଇନରେ ଆସନ୍ତା ଜୁଲାଇ ମାସ ଠାରୁ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ମହାମାରୀ କୋଭିଡ୍-୧୯କୁ ଭାଇରସକୁ ଦୃଷ୍ଟିରେ ଶାରିରୀକ ଭାବେ ପରୀକ୍ଷା କରିବାର ସମ୍ଭାବନା ନଥିବାରୁ ଅନଲାଇନ୍ ମାଧ୍ୟମରେ ପରୀକ୍ଷା କରାଯିବା ନେଇ ପିଜି କାଉନସିଲର ଚେୟାରମ୍ୟାନ ବସନ୍ତ କୁମାର ମଲ୍ଲିକ୍ ସୂଚନା ଦେଇଛନ୍ତି । ମିଡ୍ ମେିଷ୍ଟାର ପରୀକ୍ଷା ଜୁଲାଇ ୧୫ରୁ ୨୦ତାରିଖ ମଧ୍ୟରେ ହେବ ଏବଂ ଅନ୍ତିମ ସେମିଷ୍ଟାର ୨୦ରୁ ଆରମ୍ଭ ହୋଇ ମାସ ଶେଷ ସୁଦ୍ଧା ଶେଷ କରିବାର ପ୍ଲାନିଂ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷାର ସୂଚୀ ସ୍ଥିର କରାଯାଇ ନାହିଁ । ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀମାନେ ପରୀକ୍ଷା ପାଇଁ ତାରିଖ ସ୍ଥିର କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମଲ୍ଲିକ୍ କହିଛନ୍ତି ।






