Friday, May 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣକୁ ବର୍ଷେ

by ସଞ୍ଜୟ ସ୍ୱାଇଁ
May 20, 2025
in State
ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣକୁ ବର୍ଷେ
25
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ବାଣ ନିଆଁରେ ଦେହରୁ ଛାଲ ଉତୁରି ଯାଇଥିଲା । ମାଂସ ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ପଡ଼ିଥିଲା । ବାଣ ବିସ୍ଫୋରଣ ସ୍ଥଳରେ ଏପରି ଅବସ୍ଥାରେ ଏକାଧିକ ଶିଶୁ ଲୋଟି ପଡ଼ିଥିଲେ । ବୟସ୍କମାନଙ୍କ ଭିତରୁ କିଏ ତଳେ ବସି ଥରୁ ଥିଲା ତ, ପୁଣି କିଏ ଭୂଇଁରେ ପଡ଼ି ବୋପାଲୋ, ମାଆଲୋ ଡାକ ଛାଡ଼ୁଥିଲା । କଅଁଳ ଶିଶୁଙ୍କ କାନ୍ଦରେ ପୂରା ଅଞ୍ଚଳ ଥର ଥର ହେଉଥିଲା । ପୁରୀ ସଦର ମୁଖ୍ୟ ଚିକତ୍ସାଳୟରେ ପହଞ୍ଚିବା ବେଳକୁ ଅନେକ ଗୁରୁତର ଶିଶୁ ଓ ବ୍ୟକ୍ତି ବିଶେଷଙ୍କ ଦେହରୁ ଜୀବନ ଛାଡ଼ି ଚାଲି ଯାଇଥିଲା । ଡାକ୍ତରଖାନାଠାରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ଅଞ୍ଚଳ ପରିଜନଙ୍କ କାନ୍ଦରେ ଫାଟୁଥିଲା । ଗତବର୍ଷ ନରେନ୍ଦ୍ର ଭଉଁରି ଉତ୍ସବରେ ବାଣ ବିସ୍ଫୋରଣ ବେଳେ ଦେଖିବାକୁ ମିଳିଥିଲା ଏଭଳି ଲୋମଟାଙ୍କୁରା ଦୃଶ୍ୟ । ଏହି ଘଟଣାକୁ ବର୍ଷେ ବିତିବାକୁ ଯାଉଛି । ଏହି ସ୍ମୃତିରେ ପରିଜନ ପାଳନ କରିବାକୁ ଯାଉଛନ୍ତି ଆତ୍ମୀୟଙ୍କ ଶ୍ରାଦ୍ଧ ବାର୍ଷିକ । ଏହି ଘଟଣାରେ ଖଣ୍ଡିଆବନ୍ଧର ସୁଶାନ୍ତ କୁମାର ସାହୁଙ୍କ ପରିବାର ହରାଇଥିଲା ୪ ଜୀବନ । ଯାହା ଭିତରେ ଥିଲେ ସୁଶାନ୍ତ ଦୁଇ ଭାଇ ପ୍ରଶାନ୍ତ(୩୨), ହେମନ୍ତ(୩୩) ଏବଂ ଝିଆରୀ ପ୍ରତୀକ୍ଷା(୬), ସମୃଦ୍ଧି(୪) । ମୃତ ବ୍ୟକ୍ତିଙ୍କ ଆତ୍ମାର ସଦ୍ଗତି କାମନା କରି ସୁଶାନ୍ତଙ୍କ ପରିବାର ପାଳନ କରୁଛନ୍ତି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ନରେନ୍ଦ୍ର । ନରେନ୍ଦ୍ରର ଦଶତୁଠ ପାଶ୍ୱର୍ରେ ଘର ଥିବାରୁ ସେମାନେ ଚନ୍ଦନଯାତ୍ରା ଶେଷ ଉତ୍ସବ ଭଉଁରିରେ ଠାକୁରଙ୍କ ଦର୍ଶନ କରିବାକୁ ଯାଇଥିଲେ । କେହିବି ଜାଣିନଥିଲେ ନରେନ୍ଦ୍ରର ଏହି ଦଶତୁଠ ପାଶ୍ୱର୍ରେ ବିପୁଳ ପରିମାଣର ଶବ୍ଦ ସୃଷ୍ଟିକାରୀ ଓ କ୍ଷତିକାରଣ ବାଣ ଠୁଳ ହୋଇଛି । କିଛି ଲୋକ ଏହି ଦଶ ତୁଠରେ ବଣ ଫୁଟାଇ ଉତ୍ସବ ପାଳନ କରିବାକୁ ପୂର୍ବ ପ୍ରସ୍ତୁତି ସହ ପହଞ୍ଚିଥିଲେ । ପ୍ରଶାସନିକ ଜାଣତରେ ଓ ସୁରକ୍ଷା ଭିତରେ ବାଣ ଫୁଟୁଥିବା ଭାବି ସମସ୍ତେ ବାଣ ଫୁଟା ଦେଖିବାକୁ ଧୀରେ ଧୀରେ ଦଶ ତୁଠରେ ପହଞ୍ଚିବାରେ ଲାଗିଥିଲେ । ନରେନ୍ଦ୍ର ସୁରକ୍ଷା ନିମନ୍ତେ ଉପସ୍ଥିତ ପୁଲିସ, ମାଜିଷ୍ଟ୍ରେଟ ପ୍ରମୁଖ ମଧ୍ୟ ବାଣ ଫୁଟା ଯିବାକୁ ଏତେଟା ଗୁରୁତ୍ୱ ଦେଇନଥିଲେ । ଅଧଘଣ୍ଟା ବାଣ ଫୁଟିବା ପରେ ହଠାତ୍ ମହଜୁଦ୍ ଥିବା ବାଣ ଗଦା ଉପରେ ଅନ୍ୟବାଣର ନିଆଁ ପଡ଼ି ଫୁଟିବା ଆରମ୍ଭ ହୋଇଥିଲା । ମାତ୍ର ୩ ମିନିଟ୍ ଭିତରେ ଘଟଣାସ୍ଥଳ ଛାରଖାର ହୋଇଯାଇଥିଲା । ପ୍ରଚଣ୍ଡ ବିସ୍ଫୋରଣ ସାଙ୍ଗକୁ ବାରୁଦ ଧୂଆଁ ଭିତରେ ବିଛାଇ ହୋଇପଡ଼ିଥିଲା ଶବ । ଶୁଣାଯାଇଥିଲା ଆର୍ତ୍ତ ଚିତ୍କାର । ଘଟଣା ପରେ ଦୂରରେ ଉପସ୍ଥିତ ଲୋକେ ଘଟଣାସ୍ଥଳକୁ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରିଜନ ଲୋକେ ମଧ୍ୟ ଘଟଣାର ସୂଚନା ପାଇ ପହଞ୍ଚି ନିଜ ପିଲା, ଛୁଆଙ୍କୁ ଖୋଜିଥିଲେ । ରାତି ପ୍ରାୟ ୧୦ଟାରୁ ରାତି ତମାମ ଗୁରୁତରଙ୍କୁ ପୁରୀରୁ ଜିଲ୍ଲା ବାହାର ବିଭିନ୍ନ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହା ଭିତରେ ମୃତ ଓ ଗୁରୁତର ସଂଖ୍ୟା ସ୍ପଷ୍ଟ କରିଥିଲା ପ୍ରଶାସନ । ଏହି ଘଟଣାର ଅତିରିକ୍ତ ଶାସନ ସଚିବ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ମଧ୍ୟ ହୋଇଥିଲା । ସରକାର ଚଳିତ ବର୍ଷ ଜାନୁଆରୀରେ ଦେଇଥିବା ସତ୍ୟପାଠ ମୁତାବକ ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଆହତ ଚିକିତ୍ସିତ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖଣ୍ଡିଆବନ୍ଧର ସୁଶାନ୍ତ କୁମାର ସାହୁ କହିଛନ୍ତି, ଏହି କାଳରାତି କଥା ମନେ ପଡ଼ିଲେ ଆଖିରେ ଲୁହ ଆସି ଯାଉଛି । ସମସ୍ତେ ଭାବିଥିଲେ ପ୍ରଶାସନିକ ସୁରକ୍ଷାରେ ବାଣ ଫୁଟୁ ଥିବା ଭାବି ସମସ୍ତେ ଦେଖିବାକୁ ଯାଇଥିଲେ । ହେଲେ ସୁରକ୍ଷାର ନାଁ ଗନ୍ଧ ନଥିଲା । ଏହି ଅପୂରଣୀୟ କ୍ଷତିକୁ ଭରଣା କରିବା ଅସମ୍ଭବ । ବାଣ ବିସ୍ଫୋରଣରେ ଗୁରୁତରଙ୍କ ଚିକିତ୍ସା ନିମନ୍ତେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ବେଡ ନଥିଲା କିମ୍ବା ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ନଥିଲା । ତେଣୁ ଏହି ଘଟଣାରେ ବହୁ ଲୋକଙ୍କ ମୃତ୍ୟୁ ହେଲା । ଏକ ଅତ୍ୟାଧୁନିକ ବର୍ଣ୍ଣ ୟୁନିଟ୍ କରିବାକୁ ସରକାରଙ୍କୁ ବାରମ୍ବାର ନିବେଦନ ସତ୍ତେ୍ୱ ଏପର୍ଯ୍ୟନ୍ତ ପଦକ୍ଷେପ ଶୂନ । ସରକାର ମୃତକଙ୍କ ପିଛା ୪ ଲକ୍ଷ ସହାୟତା ଦେଇଛନ୍ତି । ଏହି ଘଟଣାରେ ଖଣ୍ଡିଆବନ୍ଧ ଅଞ୍ଚଳରୁ ୧୪ ଜଣଙ୍କ ଜୀବନ ଯାଇଥିଲା । ସମସ୍ତେ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ କରୁଛନ୍ତି । ପୂରା ଅଞ୍ଚଳ ପୁଣି ଥରେ ଗତବର୍ଷର କାଳରାତିର ସ୍ମୃତିକୁ ମନେ ପକାଇ କାନ୍ଧୁଛି । ବିଶେଷ ଭାବେ ଶିଶୁ ଓ ଭେଣ୍ଡିଆଙ୍କୁ ହରାଇଥିବା ମା’ଙ୍କ ଆଖିର ଲୁହ ଏବେ ବି ବୋହୁଛି । କିଏ ତାଙ୍କ ଆଖିର ଲୁହ ପୋଛିବ ? ଜିଲ୍ଲାପାଳ ପ୍ରଶାସନିକ ଦାୟିତ୍ୱହୀନତା ମାନିଛନ୍ତି । ପ୍ରଶାସନିକ ଯେଉଁ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାରୁ ବାଣ ବିସ୍ଫୋରଣ ଘଟିଣା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଗତ ମାସ ୨୪ ତାରିଖରୁ ନିର୍ଦ୍ଦେଶ ଜାରି ହୋଇଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ୍ । ପରିଜନଙ୍କୁ ହରାଇ କାନ୍ଦୁଥିବା ପରିବାରଙ୍କୁ ଆହା ପଦେ ମଧ୍ୟ କହିବାକୁ ପ୍ରଶାସନିକ ଅଧିକାରୀ କିମ୍ବା ଜନ ପ୍ରତିନିଧିଙ୍କ ଦେଖାନାହିଁ । ଏହା ହିଁ ପରିତାପର ବିଷୟ ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!