Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏକତରଫା ପ୍ରେମର କରୁଣ ପରିଣତି, ଯୁବତୀଙ୍କ ଗଳାକାଟି ହତ୍ୟା କଲେ ଯୁବକ

by ସଞ୍ଜୟ ସ୍ୱାଇଁ
October 31, 2024
in Crime, State
ଏକତରଫା ପ୍ରେମର କରୁଣ ପରିଣତି, ଯୁବତୀଙ୍କ ଗଳାକାଟି ହତ୍ୟା କଲେ ଯୁବକ
73
VIEWS
Share on FacebookShare on Twitter

ଦେବଗଡ଼, (ବାଘୁଆବାର୍ତ୍ତା): ଏକତରଫା ପ୍ରେମରୁ ହତ୍ୟା । ଯୁବତୀଙ୍କ ଗଳାକାଟି ହତ୍ୟା କଲେ ଜଣେ ବିବାହିତ ଯୁବକ । ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ଖଡ଼ିନାଳି ଗାଁରେ । ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଭିଯୋଗ ଅନୁସାରେ, ଖଡ଼ିନାଳି ଗାଁର ବିବାହିତ ଯୁବକ ଓମ ପ୍ରକାଶ ପ୍ରଧାନ ସେହି ଗାଁର ଯୁଗଳ ବେହେରାଙ୍କ ଝିଅ ସ୍ବିଟିଙ୍କୁ ଏକତରଫା ପ୍ରେମ କରୁଥିଲେ । ତେବେ ସ୍ବିଟି ଓମଙ୍କ ପ୍ରେମ ନିବେଦନକୁ ଅସ୍ବୀକାର କରିଆସୁଥିଲେ । ଏହାକୁ ନେଇ ଓମଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ସେ ଯୁଗଳଙ୍କ ଘରେ ପହଞ୍ଚି ଯାଇଥିଲେ । ଏହାପରେ ସ୍ବିଟିଙ୍କୁ ବଳ ପୂର୍ବକ ବାଡି ପଟକୁ ନେଇ ଏକ ପନିକିରେ ଗଳା କାଟି ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ସ୍ବିଟିଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ଏବଂ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସଦଳବଳେ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ସ୍ବିଟିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆଣମ୍ଭ କରିଛି । ପୋଲିସ ଅଭିଯୁକ୍ତ ଓମକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ତାଙ୍କ ପାଖରୁ ହତ୍ୟାରେ ବ୍ୟବହୃତ ପନିକି ଜବତ କରିଛି । ସୂଚନାଯୋଗ୍ୟ, ଓମ ପ୍ରକାଶ ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ରହିଛି ।

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025
ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

May 22, 2025
୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ,  ବନ୍ଧାହେଲେ ୪ ଅଧିକାରୀ

୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ, ବନ୍ଧାହେଲେ ୪ ଅଧିକାରୀ

May 22, 2025
ବଲାଙ୍ଗୀର ବିଜେପିରେ ଫାଟ,  ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

ବଲାଙ୍ଗୀର ବିଜେପିରେ ଫାଟ, ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!