Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏକ ତରଫା ପ୍ରେମରୁ ଯୁବତୀଙ୍କ ଘର ସମ୍ମୁଖରେ ବୋମା ମାଡ଼

by ସଞ୍ଜୟ ସ୍ୱାଇଁ
May 14, 2025
in State
ଏକ ତରଫା ପ୍ରେମରୁ ଯୁବତୀଙ୍କ ଘର ସମ୍ମୁଖରେ ବୋମା ମାଡ଼
62
VIEWS
Share on FacebookShare on Twitter

ଆସିକା, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ମହୁପଦର ପଞ୍ଚାୟତ ଅଞ୍ଚଳରେ ଅଭାବନୀୟ ଘଟଣା l ଏକତରଫା ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଯୁବତୀଙ୍କ ଘର ଆଗରେ ବୋମାମାଡ଼ ହୋଇଛି l ବୋମାମାଡ଼ରେ ଯୁବତୀଙ୍କ ବାପା ଓ ଖୁଡି ଦୁଇ ଜଣ ଆହତ ହୋଇଛନ୍ତି l ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ମହୁପଦର ପଞ୍ଚାୟତ ଅଞ୍ଚଳର ଜଣେ ଯୁବକ ତାଙ୍କ ଗ୍ରାମର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ l କିନ୍ତୁ ଯୁବତୀ ଜଣକ ସେହି ଯୁବକଙ୍କୁ ପ୍ରେମ କରିବାକୁ ରାଜି ହୋଇନଥିଲେ l ଯାହାକୁ ନେଇ ଯୁବକ ଜଣଙ୍କ ବାରମ୍ବାର ରାସ୍ତାଘାଟରେ ଯୁବତୀଙ୍କୁ ଅଟକାଇ ପ୍ରେମ ନିବେଦନ କରିବା ସହ ଅନେକ ସମୟରେ କମେଣ୍ଟ ପାସ୍ କରୁଥିଲା l ଘଟଣାକୁ ନେଇ ସମ୍ପୃକ୍ତ ଯୁବକ ଜଣଙ୍କ ଯୁବତୀଙ୍କ ପରିବାର ଲୋକଙ୍କ ସହ ଅନେକ ଥର ବଚସା ମଧ୍ୟ କରୁଥିଲେ l ମଙ୍ଗଳବାର ମଧ୍ୟ ଯୁବକ ଜଣକ ଯୁବତୀଙ୍କ ବାପାଙ୍କ ସାଥିରେ ବଚସା କରିବା ସହ ଝିଅକୁ ଉଠାଇ ନେବାକୁ ଧମକ ଦେଇଥିଲେ l ଫଳରେ ଯୁବତୀଙ୍କ ବାପା ଓ ଯୁବକଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳ ହୋଇଥିଲା l ଯାହାକୁ କେନ୍ଦ୍ରକରି ସମ୍ପୃକ୍ତ ଯୁବକ ଜଣକ ଯୁବତୀଙ୍କ ଘର ସମ୍ମୁଖରେ ଦୁଇଟି ବୋମାମାଡ଼ କରିଥିଲେ l ବୋମାମାଡ଼ରେ ଯୁବତୀଙ୍କ ବାପା ଓ ଖୁଡି ଦୁଇ ଜଣ ଆହତ ହୋଇ ଶେରଗଡ଼ ମେଡିକାଲରେ ଚିକିତ୍ସିତ ହୋଇଥିଲେ l ଏନେଇ ଶେରଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ସମ୍ପୃକ୍ତ ଯୁବକ ଜଣକ ଘଟଣା ପରେ ଫେରାର ଅଛନ୍ତି l ଅପର ପକ୍ଷରେ ଯୁବକଙ୍କ ଏଭଳି କାର୍ଯ୍ୟକଳାପକୁ ଦେଖି ଗ୍ରାମବାସୀ ମାନେ ମଧ୍ୟ ଅତିଷ୍ଠ ଥିବା ବେଳେ ବୁଧବାର ଏକ ବୈଠକ କରି ଏସବୁ ଉପରେ ଆଲୋଚନା କରିଛନ୍ତି l ଖୁବ୍ ଶୀଘ୍ର ଯୁବକଙ୍କୁ ଧରି କିଭଳି ପୋଲିସରେ ଜିମା ଦିଆଯିବ ସେନେଇ ମଧ୍ୟ ଗ୍ରାମସଭାରେ ଆଲୋଚନା ହୋଇଛି l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!