ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳହାଣ୍ଡି ଗ୍ରାମରେ ଘଟିଛି ଅଘଟଣ । ବିଦ୍ୟୁତ ଆଘାତରେ ଗ୍ରାମର ଲିଙ୍ଗରାଜ ସାହୁ(୫୫)ଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଲିଙ୍ଗରାଜ ଗ୍ରାମରେ ଷ୍ଟାର କନେକ୍ସନ ଦେଇଥିଲେ । ଗତକାଲି ରାତିରେ କୈାଣସି ଯାନ୍ତ୍ରୀକ ତ୍ରୁଟି ହେବାରୁ ଏହାକୁ ସଜାଡ଼ୁଥିବା ବେଳେ ତାଙ୍କୁ କରେଣ୍ଟ ଲାଗିଥିଲା । ଫଳରେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଡାକ୍ତରଖାନାରେ ପହଂଚି ଶବ ବ୍ୟବେଚ୍ଛଦ ପାଇଁ ପଠାଇଛି ।






