Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋତେ ‘କମନମ୍ୟାନ’ ହେବାକୁ ସୁଯୋଗ ଦିଅ

by ସଞ୍ଜୟ ସ୍ୱାଇଁ
January 16, 2020
in Breaking, Feature, Feature News
ମୋତେ ‘କମନମ୍ୟାନ’ ହେବାକୁ ସୁଯୋଗ ଦିଅ
50
VIEWS
Share on FacebookShare on Twitter

ମନ୍ତ୍ରୀତ୍ୱ ଏକ କ୍ଷମତା ନୁହେଁ, ଦାୟିତ୍ୱ

ମୋତେ ସମସ୍ତେ କାହିଁକି ଫୁଲ ତୋଡ଼ା ଦେଉଛ ? ବାଣ ଫୁଟାଇ ବାଜା ବଜାଇ ସ୍ୱାଗତ କରୁଛ ? ସବୁବେଳେ ସବୁଠାରେ ସମ୍ବର୍ଦ୍ଧନା ଦେଉଛ ? ଭଗବାନ ତୁମକୁ ଯେପରି ଆଖି, କାନ, ମୁଣ୍ଡ, ହାତ, ଗୋଡ଼ ଓ ହୃଦୟ ଦେଇ ଏ ପୃଥିବୀରେ ମଣିଷ ଋପ ଦେଇଛନ୍ତି, ମୁଁ ସେହିଭଳି ତୁମ ମାନଙ୍କ ଭଳି ଜଣେ ସାଧାରଣ ମଣିଷ । ଏସବୁକୁ ପରିତ୍ୟାଗ କରି ମୋତେ ‘କମନମ୍ୟାନ’ ହେବାକୁ ସୁଯୋଗ ଦିଅ ।  ବ୍ରିଟିସ ଶାସନ ଯାଇଛି, ରାଜତନ୍ତ୍ର ଶାସନ ଥିଲା । ଏବେ ଗଣତନ୍ତ୍ର ଶାସନ । ଗଣତନ୍ତ୍ର ଶାସନରେ ମନ୍ତ୍ରୀ ଏକ କ୍ଷମତାଶୀଳ ପଦବୀ ବୋଲି ସମସ୍ତେ ଭାବନ୍ତି । ହେଲେ ମୋ ମତରେ ଏକ ମନ୍ତ୍ରୀତ୍ୱ କ୍ଷମତା ନୁହେଁ, ଦାୟିତ୍ୱ । ଗୁରୁ ଦାୟିତ୍ୱ । ନୟାଗଡ଼ ବାସୀଙ୍କ ଭଲପାଇବା ପାଇବା ସହ ନିର୍ବାଚିତ ହୋଇ ବିଧାନସଭା ଯାଇଛି । ଏହି ବିଧାୟକ ପଦବୀ ନୟାଗଡ଼ ବାସୀ ମୋତେ ଦେଇଛନ୍ତି । ମୁଁ ଯେଉଁ ଦାୟିତ୍ୱ, ଗୁରୁ ଦାୟିତ୍ୱ ନେଇ ଓଡ଼ିଶା ବାସୀଙ୍କ ପାଇଁ କାମ କରୁଛି ତାହା ହେଉଛି ମୋ କର୍ତ୍ତବ୍ୟ । ସାଧାରଣ ମଣିଷ ଯେପରି ପ୍ରତ୍ୟେକ ଦିନ ନିତ୍ୟକର୍ମ କରିବା ସହ ତା କର୍ମ କରି ଚାଲିଛି, ମୁଁ ସେଭଳି ମୋ କର୍ମକୁ ଗୁରୁତ୍ୱ ଦେଉଛି । ସକାଳ ୬ରୁ ରାତି ୧୨ ମୁଁ କର୍ମ ଉପରେ ବିଶ୍ୱାସ ରଖୁଛି । ବେଳେବେଳେ ରାତି ଅନିଦ୍ରା ହୋଇ କର୍ମ କରୁଛି । କଷ୍ଟ ହେଉଛି ତଥାପି ମୁଁ ସମୟ ସହ ତାଳ ଦେଉଛି । ମୋତେ ଅସାଧାରଣ ମନେ କରିବା କିନ୍ତୁ ମୋତେ ଅଧିକ କଷ୍ଟ ଦେଉଛି । ଆପଣମାନଙ୍କ ଭଳି ମୁଁ ସାଧାରଣ ଭାବେ ସମସ୍ତଙ୍କ ପାଇଁ, ସମସ୍ତଙ୍କର ଦ୍ୱାରା ଦିଆ ଯାଉଥିବା କାମ କରିବା ଦ୍ୱାରା ସେ କଷ୍ଟ ଲାଘବ ହେଉଛି । ଛାତ୍ର ଜୀବନରୁ ରାଜନୀତିକୁ ଆସି, ରାଜନୀତି ଦ୍ୱାରା ସମାଜସେବା କରିବା ମୋର ମୂଳ ଉଦ୍ଦେଶ୍ୟ । ଛାତ୍ର ଓ ଯୁବକମାନଙ୍କୁ ସମାଜସଂସ୍କାର ପ୍ରତି ଆକୃଷ୍ଟ କରିବା । କଳା, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା ସର୍ବୋପରି ସମସ୍ତ ଉତ୍ସବରେ ଲୋକଙ୍କୁ ବାନ୍ଧି ରଖି ଏକ ଶାନ୍ତ ଓ ପ୍ରଗତୀଶୀଳ ସମାଜ ଗଠନ ପାଇଁ ମୁଁ ଅବିରତ ଚେଷ୍ଟା କରୁଛି । ଶାନ୍ତି ଓ ଅହିଂସାର ମାର୍ଗ ଅନୁସରଣ କରି ସମାଜର ପରିବର୍ତ୍ତନ ପାଇଁ ଚେଷ୍ଟା କରୁଛି । ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପରିବାରକୁ ମୋ ଦୃହୟରେ ବସାଇଛି । ସବୁ ଲୋକଙ୍କୁ ମୋ ନିଜର ବୋଲି ସ୍ୱୀକାର କରିଛି । ଭେଦ, ଭାବ ଠାରୁ ଦୂରେଇ ସମାଜକୁ ବିକାଶ ପଥରେ ଆଗେଇ ନେବାକୁ ଚେଷ୍ଟା କରିଛି । ଯିଏ ଯେଉଁ କାମରେ ମୋତେ ଲୋଡ଼ିଛି, ଚେଷ୍ଟା କରିଛି ସେଠି ପଂହଚିବା ପାଇଁ । ପ୍ରତ୍ୟେକ ଗ୍ରାମକୁ ଯାଇଛି । ଗାଁର ପୋଖରୀଠାରୁ ଆରମ୍ଭ କରି ସ୍ମଶାନ ପର୍ଯ୍ୟନ୍ତ ସବୁକୁ ଟିକନିଖ କରି ଦେଖିଛି । ୨୦୦୪ ମସିହାରୁ ଅଦ୍ୟାବଧି ନୟାଗଡ଼ ମାଟି ମାଆର ସେବକ ଭାବେ ମୁଁ ଅନୁଭବ କରିଛି । ମୁଁ ଆପଣଙ୍କର ଅରୁଣ । ନୟାଗଡ଼ର ଜଣେ କମନମ୍ୟାନ । ଆମ ପାଇଁ ବଡ଼, ଆମ ନୟାଗଡ଼ ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!